ଲକ୍ଷ୍ମୀସାଗର ବୃଦ୍ଧା ହତ୍ୟାକାଣ୍ଡର ପର୍ଦ୍ଦାଫାଶ,ପୁରୁଣା ରାଗ ଓ ଗହଣା ଲୋଭରୁ ହତ୍ୟା କରିଥିଲା କିଲର କେୟାରଟେକର

ଲକ୍ଷ୍ମୀସାଗର ବୃଦ୍ଧା ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ପୁରୁଣା ରାଗ ଓ ଗହଣା ଲୋଭରୁ ହତ୍ୟା କରିଥିଲା କିଲର କେୟାରଟେକର । ଆଜି ହେବ କ୍ରାଇମ୍ ସିନ୍ ରିକ୍ରିଏସନ୍ । ପତ୍ନୀକୁ କାମରୁ ବାହାର କରିବାର ପ୍ରତିଶୋଧ !। ମାଲିକାଣୀଙ୍କୁ ହତ୍ୟା କରି ସୁରଟ ଚମ୍ପଟ ମାରିଥିଲା ଅଭିଯୁକ୍ତ ବଳଭଦ୍ର । ସୁରଟରୁ ଟ୍ରାନଜିଟ୍ ରିମାଣ୍ଡରେ ଆଣିଲା କମିଶନରେଟ୍ ପୋଲିସ । ପତ୍ନୀକୁ କାମରୁ ବାହାର କରିଦେଇଥିବାରୁ ମାଲିକାଣି ଉପରେ ଥିଲା ପୁରୁଣା ରାଗ । ପୂର୍ବତନ ଡିଏଫଓଙ୍କ ଘରେ ଆଗରୁ କାମ କରୁଥିଲା ଅଭିଯୁକ୍ତ ବଳଭଦ୍ରର ପତ୍ନୀ ।

ହେଲେ ଡିଏଫଓଙ୍କ ମୃତ୍ୟୁ ପରେ କାମ ପସନ୍ଦ ନ ଆସିବାରୁ ବଳଭଦ୍ରର ପତ୍ନୀକୁ କାମରୁ ବାହାର କରିଦେଇଥିଲେ କୁଞ୍ଜଲତା ନନ୍ଦ । ସେବେଠୁ କୁଞ୍ଜଲତା ଉପରେ ଥିଲା ପୁରୁଣା ରାଗ । ତେଣୁ କୁଞ୍ଜଲତା ଘରେ ଏକାକି ଥିବା ସତ୍ବେ ଏପରି ଆଚରଣ ବଳଭଦ୍ର ସହିନପାରି ନଥିଲା । ଯେହେତୁ ପୂର୍ବରୁ ବଳଭଦ୍ର ସେଠାକୁ ଯିବାଆସିବା କରେ। ତେଣୁ କେୟାର ଟେକର ଭାବେ ରହିବା ପାଇଁ ମସୁଧା କରିଥିଲା ।

ଆଉ ଚାରି ମାସ ପୂର୍ବରୁ କେୟାର ଟେକର ଭାବେ ନିଯୁକ୍ତ ହେବା ପରେ ବଳଭଦ୍ରର ଲୋଭ ବଢିଯାଇଥିଲା । କୁଞ୍ଜଲତାଙ୍କ ଗହଣା ଟଙ୍କା ଦେଖି ସବୁ କିଛି ଲୁଟ୍ କରି ଛୁ ମାରିବାକୁ ପ୍ଲାନ୍ ରଚିଥିଲା । ଏନେଇ ସେହିଦିନ ରାତିରେ ପ୍ରଥମେ କୁଞ୍ଜଲତାଙ୍କୁ ଧମକାଇ କେଉଁଠି ଜିନିଷ ଅଛି କହି ଧମକାଇ ଥିଲା । ହେଲେ କୁଞ୍ଜଲତା କିଛି କହିବାକୁ ମନା କରିବାରୁ ପରେ ବୀଭତ୍ସ ଭାବେ ହତ୍ୟା କରିଥିଲା । କେମିତି ବୃଦ୍ଧାଙ୍କୁ ହତ୍ୟା କରି ଘରୁ ଟଙ୍କା ଗହଣା ନେଇ ଫେରାର ହୋଇଯାଇଥିଲା ।

ଆଜି କ୍ରାଇମ ସ୍ପଟକୁ ନେଇ ସିନ୍ ରିକ୍ରିଏସନ କରିବ କମିଶନରେଟ୍ ପୋଲିସ । ଆଜି ହୋଇପାରେ କ୍ରାଇମ ସିନ୍ ରିକ୍ରିଏସନ। ଦିର୍ଘ ୮ଦିନ ଧରି ଲୁଚକାଳି ପରେ ଶେଷରେ ଧରାପଡିଛି କିଲର କେୟାର ଟେକର । ଅଭିଯୁକ୍ତ ବଳଭଦ୍ର ମହାରଣା ହତ୍ୟା ପରେ କେମିତି ଭୁବନେଶ୍ୱରରୁ ଖସିଯାଇଥିଲା? ପୁରୀରୁ କିପରି ରାଜ୍ୟ ବାହାରକୁ ଚମ୍ପଟ ମାରିଥିଲା? ସବୁ କିଛି ପୋଲିସ ଆଗରେ ବଖାଣିଛି ସତ। ରାଜଧାନୀର ଚର୍ଚ୍ଚିତ ଲକ୍ଷ୍ମୀସାଗର ବୟସ୍କ ମହିଳା ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ବଳଭଦ୍ର ମହାରଣାକୁ ଟ୍ରାନଜିଟ୍ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ ।

୧୬ ତାରିଖ ପର୍ଯ୍ୟନ୍ତ ଟ୍ରାନଜିଟ୍ ରିମାଣ୍ଡ ପାଇଁ ସୁରଟର ଏକ ଅଦାଲତ ଅନୁମତି ଦେଇଛନ୍ତି। ହତ୍ୟାକାଣ୍ଡ ପରେ ସେ ଓଡ଼ିଶା ଛାଡ଼ି ଫେରାର ହୋଇଯାଇଥିଲା । ନଭେମ୍ବର ୩ ତାରିଖ ରାତିରେ ଅଭିଯୁକ୍ତ ପ୍ରଥମେ ଘରର ସିସିଟିଭି କ୍ୟାମେରା ବନ୍ଦ କରିଦେଇଥିଲା । ଏହାପରେ ମହିଳାଙ୍କୁ କାବୁ କରି ହତ୍ୟା କରିଥିବା ଅଭିଯୋଗ ରହିଛି ।

Leave a comment