ଅସୁସ୍ଥତା କାରଣରୁ ୨୦୨୯ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କଲେ ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ
ଆଉ ନିର୍ବାଚନ ଲଢ଼ିବେ ନାହିଁ ରାଉରକେଲା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ । ବୟସ ଏବଂ ଶରୀରର ଅସୁସ୍ଥତା କାରଣରୁ ୨୦୨୯ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ରାଉରକେଲାବାସୀ ତାଙ୍କୁ ଭରସା କରି ଚାରି ଚାରି ଥର ବିଧାୟକ କରିଥିବାରୁ ଏହାକୁ ସେ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି ।
ତେବେ ସେ ରାଜନୀତିରୁ ସନ୍ୟାସ ନେଉ ନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଆଗାମୀ ଦିନରେ ଡି-ଲିମିଟେସନ ଏବଂ ମହିଳା ସଂରକ୍ଷଣକୁ ଦୃଷ୍ଟିରେ ରଖି ଅନେକ ଯୋଗ୍ୟ ନୂତନ ଚେହେରା ସାମ୍ନାକୁ ଆସିବେ ବୋଲି କହିଛନ୍ତି ସାରଦା । ଦଳୀୟ ସଂଗଠନକୁ ମଜବୁତ କରିବା ଏବଂ ନୂଆ ବିଧାୟକ ତିଆରି କରିବାରେ ଦଳ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ।