ଝାଡ଼ଖଣ୍ଡରେ ଇଣ୍ଡିଆ ମେଣ୍ଟ ଖାତା ଖୋଲିଲା, କେରଳରେ କଂଗ୍ରେସ ତ୍ରିପୁରାରେ ବିଜେପି ବିଜୟୀ

ସାଧାରଣ ନିର୍ବାଚନ ପୂର୍ବରୁ ଦେଶର କିଛି ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ମିଶ୍ରିତ ଫଳ ପ୍ରକାଶ ପାଇଛି । କେରଳରେ  ଶାସକ ସିପିଆଇ(ଏମ୍‌)କୁ ବଡ଼ ଝଟକା ଦେଇ କଂଗ୍ରେସ-ୟୁଡିଏଫ୍‌ ମେଣ୍ଟର ଚାଣ୍ଡି ଓମେନ୍‌ କେରଳର ପୁଥୁପଲ୍ଲୀ ଉପନିର୍ବାଚନରେ ୩୬ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ବିଜୟୀ…

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି। ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ ଦେବାକୁ ଏବେ ଆଗେଇ ଆସିଛନ୍ତି ଜୟନାରାୟଣ। କିନ୍ତୁ ସୌମ୍ୟ ଯଦି କହିବେ ବିଜେପିରେ ଯୋଗ ଦେବି, ତେବେ ସେ ଡିପ୍ରେସନକୁ ପଳାଇବେ ବୋଲି କହି ଜୟନାରାୟଣଙ୍କୁ…

କ୍ଷମତା କନ୍ଦଳ ପାଇଁ  ଜି-୨୦ ସମ୍ମିଳନୀକୁ ଆସୁନାହାନ୍ତି ଜିନପିଙ୍ଗ !

ନୂଆଦିଲ୍ଲୀ : ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଆସିବେନି । ତେବେ ସେ ନଆସିବାର କାରଣ ବିଷୟରେ ଯାହା ଚର୍ଚା ହେଉଛି ତାହା ହେଉଛି କ୍ଷମତାକୁ ନେଇ ତାଙ୍କର ଭୟ ରହିଛି । ଏପରିକି ତାଙ୍କୁ ଗୃହବନ୍ଦୀ କରାଯାଇଥିବା ସୋସିଆଲ ମିଡିଆରେ କୁହାଯାଉଛି । କେହି କେହି ତାଙ୍କ କ୍ଷମା ଅପହରଣ…

ଗୁଗୁଲ ପିକ୍ସେଲ-8 ଏବଂ ପିକ୍ସେଲ-8 ପ୍ରୋ ଫୋନ୍ ଆସୁଛି

ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଗୁଗୁଲ ଫ୍ଲାଗସିପ୍‍ ଗୁଗୁଲ ପିକ୍ସେଲ-8 ଏବଂ ପିକ୍ସେଲ-8 ପ୍ରୋ ଫୋନ ଏବଂ ଓ୍ବାଚ -2ର ବଜାର ପ୍ରବେଶର ତାରିଖ ଘୋଷଣା କରିଛି। ଏହି ଦୁଇଟି ଫୋନ୍‍ ଅକ୍ଟୋବର ମାସ ୪ତାରିଖରେ ଲଞ୍ଚ୍‍ ହେବ। ପିକ୍ସେଲ ଫୋନର ଚାହିଦାକୁ ନେଇ କଂପାନି ଏହାକୁ ପୂଜା ଅବସରରେ…

‘ଯବାନ’ କ୍ରେଜ୍‌ ଚାଲିଛି

ସାରା ଦେଶରେ ଏବେ ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍ ଖାନ୍‌ଙ୍କ ଫିଲ୍ମର ଚାଲିଛି କ୍ରେଜ୍‌। ରାଜଧାନୀ‌ ଭୁବନେଶ୍ବର ବି ଭଲ ବ୍ୟବସାୟ କରୁଛି । ଶହେ କୋଟି କ୍ଲବରେ ସାମିଲ ହୋଇଛି ।  ଗତ ଜାନୁଆରିରେ ଶାହରୁଖ୍‌ଙ୍କ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ପଠାନ୍‌’ର ରେକର୍ଡ ଭଙ୍ଗ କରିଛି । ଦର୍ଶକଙ୍କ…

ବିଶ୍ବର ୧୫ଜଣ ନେତାଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆଜିସଂଧ୍ୟାରୁ ବିଶ୍ବନେତାଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି ।   ‘ଜି-୨୦’ ଶିଖର ସମ୍ମିଳନୀର କାର୍ଯ୍ୟକ୍ରମ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୫ରୁ ଅଧିକ ନେତାମାନଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିବେ ବୋଲି ଜଣାପଡିଛି ।…

ଟ୍ରମ୍ପଙ୍କ ସହ ଗଲ୍ଫ ଖେଳୁଥିବାର ନଜର ଆସିଲେ କ୍ୟାପଟେନ କୁଲ୍‌

ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଯାହା ବି କଲେ ଶୀଘ୍ର ଚର୍ଚ୍ଚାକୁ ଆସିଯାଆନ୍ତି । ତାଙ୍କ ଫ୍ୟାନ୍ସମାନେ ଲଗାତର ଏହି କଥା ଉପରେ ନଜର ରଖିଥାନ୍ତି କି ଧୋନୀ କେଉଁଠାରେ ଅଛନ୍ତି ଓ କ’ଣ କରୁଛନ୍ତି । କ୍ୟାପଟେନ କୁଲ୍ ଆଇପିଏଲ୍ ୨୦୨୩ ରେ ବିଜୟ ପରେ ମୁମ୍ବାଇରେ…

ସୁରଙ୍କ ପୁଅ ମନ୍ମଥଙ୍କୁ ନିଲମ୍ବନ କଲା କଂଗ୍ରେସ

ଭୁବନେଶ୍ୱର: ଜଟଣୀରେ ବିଧାୟକ ପ୍ରାର୍ଥୀ ହେବା ପାଇଁ ସୁରଙ୍କ ପୁଅ ଘୋଷଣା କରିବା ପରେ ରାଜନୀତି ଚର୍ଚା ଜୋର ଧରିଛି । ଗଣମାଧ୍ୟମରେ ମନ୍ମଥ ଯେଉଁ ବୟାନ ଦେଇଥିଲେ ସେନେଇ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।  କଂଗ୍ରେସ ଦଳରୁ ନିଲମ୍ବିତ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ…

ଅକ୍ଟୋବର ୪ରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା

କଟକ : ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଥିବା ପରୀକ୍ଷା ସୂଚୀ ଅନୁସାରେ ଅକ୍ଟୋବର ୪ ତାରିଖରେ ପ୍ରଥମ ସିଟିଂରେ ଓଡ଼ିଆ ଓ ଦ୍ୱିତୀୟ ସିଟିଂରେ ଇଂରାଜୀ ପରୀକ୍ଷା ହେବ । ସେହିପରି ୫ ତାରିଖରେ ଗଣିତ, ୬ରେ…

ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ସମ୍ବଲପୁର: ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ବୁଧବାର ୨୦ ସେପ୍‌ଟେମ୍ବର ଦିବା ୧୦ଟା ୨୭ମିନିଟରୁ ୧୦ଟା ୪୨ମିନିଟ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ନିମ‌ନ୍ନେ ଲଗ୍ନଧାର୍ଯ୍ୟ କରାଯାଇଛି। ରାଜାରାଜୁଡ଼ା ଅମଳରୁ ଚାଲି…