୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର

ଓଡିଶାକୁ ରହିଛି ବାତ୍ୟା ବିପତ୍ତି। ୧୧ରେ ଲଘୁଚାପ ସମ୍ଭାବନା, ଆଉ ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର। ଡରାଉଛି ଶ୍ରୀଲଙ୍କା ସ୍ଥିତ ଗଲ୍ଫ ଅଫ୍ ମନାରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଘନୀଭୂତ ହୋଇ ଲଘୁଚାପର ରୂପ ନେଇ ପାରେ ଘୂର୍ଣ୍ଣିବଳୟ। ୧୧ରେ ଲଘୁଚାପ ସମ୍ଭାବନା। ଓଡିଶାକୁ ବାତ୍ୟାର ଆଶଙ୍କା ସୃଷ୍ଚି କରିଛି ଏହି ଘୂର୍ଣ୍ଣିବଳୟ। କିନ୍ତୁ ଏହା ଓଡିଶାକୁ କେତେ ଦୁର ପ୍ରଭାବିତ କରିବ ଏବେଠାରୁ ଆକଳନ କରିବା ସମ୍ଭବ ନୁହେଁ। ସେପଟେ ଆସନ୍ତା ୨୪ ଘଂଟାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୮ ଜିଲ୍ଲାରେ ଘଂଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ।ଏଥିପାଇଁ ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟ୍, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଆସନ୍ତାକାଲି ମୟୂରଭଂଜ ଓ କେଉଁଝର ଜିଲ୍ଲାରେ କାଳବୈଶାଖୀର ଅଧିକ ପ୍ରଭାବ ରହିବ। ଏଥିସହିତ ପବନର ବେଗ ୪୦ ରୁ ୫୦ କିଲୋମିଟର ଯାଏଁ ରହିବ। ସେହିପରି ରାୟଗଡ଼ା, କୋରାପୁଟ୍, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ କାଳବୈଶାଖୀ ପ୍ରକୋପ ଅନୁଭୂତ ହେବ। ଏଭଳି କାଳବୈଶାଖୀର ପ୍ରଭାଵ ଆସନ୍ତା ୧୫ ତାରିଖ ଯାଏଁ ଚାଲିବ ।

Leave a comment