ପେଟ୍ରୋଲ ଓ ଡିଜେଲକୁ ନେଇ ଟାଙ୍କିମାନଙ୍କୁ ଆସିଛି ନିର୍ଦ୍ଦେଶ,ଚାରି ଚକିଆ ବାହାନ ପାଇଁ ୪୫ ରୁ ୫୦ ଲିଟର ଦେବାକୁ ଆସିଛି ନିର୍ଦ୍ଦେଶ

ଭୁବନେଶ୍ୱରରେ ମଧ୍ୟ ତେଲକୁ ନେଇ ଦେଖାଦେଇଛି ସମସ୍ୟା। ଅନେକ ଟାଙ୍କିରେ ତେଲ ସରିବା ପରେ ଟାଙ୍କିକୁ ତେଲ ଆସୁଛି । ଏଥିପାଇଁ ୪ରୁ ୫ ଘଣ୍ଟା ମଧ୍ୟ ଅପେକ୍ଷା କରିବାକୁ ପଡୁଛି। ପୂର୍ବରୁ ଷ୍ଟକ ସରିବା ପୂର୍ବରୁ ତେଲ ଟାଙ୍କିରେ ଲୋଡ ହେଉଥିଲା ବର୍ତ୍ତମାନ ତାହା ହେଉ ନାହିଁ। ଚାରି ଚକିଆ ବାହାନ ପାଇଁ ୪୫ ରୁ ୫୦ ଲିଟର ତେଲ ଦେବା ପାଇଁ ପେଟ୍ରୋଲ ପମ୍ପ ଗୁଡିକକୁ ନିର୍ଦ୍ଦେଶ ହୋଇଛି। ଏପଟେ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ ମଧ୍ୟ ଲୋକଙ୍କୁ ଚିନ୍ତାରେ ପକେଇଛି।

ପେଟ୍ରୋଲ ଓ ଡିଜେଲକୁ ନେଇ ଟାଙ୍କିମାନଙ୍କୁ ଆସିଛି ନିର୍ଦ୍ଦେଶ। ଚାରି ଚକିଆ ବାହାନକୁ ୪୫ ରୁ ୫୦ ଲିଟର ପର୍ଯ୍ୟନ୍ତ ତେଲ ଦିଆଯିବ । ତା ଠାରୁ ଅଧିକ କାହାକୁ ତେଲ ନ ଦେବା ପାଇଁ ନିର୍ଦ୍ଦେଶ ହୋଇଛି । ସେପରି ବସ ଓ ଟ୍ରକ ପାଇଁ ଡିଜେଲ ଦେବାକୁ ନେଇ ମଧ୍ୟ ଲିମିଟ୍‌ କରାଯାଇଛି।

୪୦୦ରୁ ୫୦୦ ଲିଟର ଡିଜେଲରୁ ଅଧିକ ଦିଆଯିବ ନାହିଁ । ଯଦି କୌଣସି ଟାଙ୍କି ଅଧିକ କେଉଁ ଗାଡିକୁ ଦେଉଛନ୍ତି ତେବେ ଟାଙ୍କି ଲକ୍ ହେଇଯାଉଛି। ତେଣୁ ଏହି ନିୟମକୁ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶ ରହିଛି। ଆନ୍ଧ୍ରରେ ଅନେକ ପେଟ୍ରୋଲ ପମ୍ପରେ ତେଲ ନଥିବା ବେଳେ ଓଡିଶାରେ ଅନେକ ସ୍ଥାନରେ ପେଟ୍ରୋଲ ନଥିବା ପରି ସମସ୍ୟା ସାମନାକୁ ଆସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ତେଲ ସଞ୍ଚୟ କରିବାକୁ ନିବେଦନ କରିଥିଲେ। ଭଦୋଦରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଥିଲେ, ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଗତ କିଛି ବର୍ଷ ମଧ୍ୟରେ ସବୁଠାରୁ ଗମ୍ଭୀର ସଙ୍କଟ ମଧ୍ୟରୁ ଗୋଟିଏ । ସେ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଯେପରି ଭାରତ କରୋନା ମହାମାରୀରୁ ସଫଳତାର ସହ ବାହାରିଛି ଏବଂ ଆଗକୁ ବଢ଼ିଛି, ସେହିପରି ମଧ୍ୟ ଏହି ସଙ୍କଟରୁ ବାହାରି ଆସିବ ।

Leave a comment