ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋସେଫ ବିଜୟ

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଜୋସେଫ ବିଜୟ। ୧୯୬୭ ପରେ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନେଇଛନ୍ତି। ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। ଚେନ୍ନାଇର ନେହରୁ ଷ୍ଟାଡିୟମରେ ଐତିହାସିକ ଶପଥ ଉତ୍ସବ ଅନୁଷ୍ଠିତ ହୋଇଛି। ଉତ୍ସବରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସାମିଲ ହୋଇଥିଲେ।

ଶିଶୁ କଳାକାରରୁ ଜନନାୟକ । ଥଲାପତିଙ୍କ ‘ବିଜୟ ଯାତ୍ରା’ । ବିଜୟ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଛନ୍ତି। ବିଜୟଙ୍କ ପୂରା ନାମ ହେଉଛି ଜୋସେଫ୍ ବିଜୟ ଚନ୍ଦ୍ରଶେଖରନ୍ । ୧୯୭୪ ମସିହା ଜୁନ୍ ୨୨ରେ ଚେନ୍ନାଇରେ ତାଙ୍କର ଜନ୍ମ । ଅତି ସାନବେଳୁ ସେ ଫିଲ୍ମ ଜଗତରେ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିବାବେଳେ ୧୯୮୪ରେ ‘ଭେଟ୍ରି’ ଫିଲ୍ମରେ ସେ ଶିଶୁ କଳାକାର ଭାବେ ନଜର ଆସିଥିଲେ।

ସେହି ଫିଲ୍ମକୁ ତାଙ୍କ ପିତା ଏସ୍.ଏ ଚନ୍ଦ୍ରଶେଖରନ୍ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ଆହୁରି କିଛି ଫିଲ୍ମରେ ତାଙ୍କୁ ଛୋଟମୋଟ ଭୂମିକାରେ ଦେଖିବାକୁ ମିଳିଥିଲା। ୧୯୯୨ରେ ବିଜୟ ‘ନଲାୟା ଥିରପୁ’ରେ ପ୍ରଥମ ଥର ପାଇଁ ମୁଖ୍ୟ ଅଭିନେତା ଭାବେ ଅଭିନୟର ସୁଯୋଗ ପାଇଥିଲେ। କିନ୍ତୁ ସେହି ଫିଲ୍ମ କୌଣସି ସଫଳତା ପାଇନଥିଲା । ତେବେ ୨୦୦୦ ମସିହା ଆରମ୍ଭରେ ବିଜୟଙ୍କ କ୍ୟାରିୟର ଗାଡ଼ି ଆଗକୁ ବଢ଼ିଥିଲା । ଦର୍ଶକଙ୍କୁ ସେ ଅନେକ ବ୍ଲକ୍ ବଷ୍ଟର ଫିଲ୍ମ ଭେଟି ଦେଇଥିଲେ। ଏଥିସହ ପ୍ରଶଂସକମାନେ ତାଙ୍କୁ ଧୀରେ ଧୀରେ ‘ଥଲାପତି’ ବା ‘ଜନନେତା’ ଭାବେ ସମ୍ବୋଧନ କରିବା ଆରମ୍ଭ କରିଥିଲେ।

ପରବର୍ତ୍ତୀ ସମୟରେ ଅନେକ ସୁପର ହିଟ୍ ଫିଲ୍ମ ତାଙ୍କୁ ଦକ୍ଷିଣ ଭାରତୀୟ ଫିଲ୍ମ ଜଗତର ପ୍ରମୁଖ ଅଭିନେତାଙ୍କ ମଧ୍ୟରେ ସାମିଲ କରାଇଥିଲା । ଏହି ସବୁ ଫିଲ୍ମ ବକ୍ସ ଅଫିସରେ ରେକର୍ଡ ବ୍ୟବସାୟ କରିଥିଲା । ଏହାସତ୍ତ୍ବେ ରାଜନୀତି ଲାଗି ସେ ସିନେମାକୁ ଅଲ୍ ବିଦା କହିଥିଲେ। ମାତ୍ର ୨ ବର୍ଷ ପୂର୍ବରୁ ସେ ରାଜନୈତିକ ଦଳ ଗଠନ କରିଥିଲେ। କିନ୍ତୁ ତାର ବହୁ ପୂର୍ବରୁ ଫ୍ୟାନ୍ କ୍ଲବ୍ ଜରିଆରେ ସାମାଜିକ କଲ୍ୟାଣ କାର୍ଯ୍ୟ କରିଆସୁ ଥିଲେ ବିଜୟ। ୨୦୦୯ରେ ସେହି ଫ୍ୟାନ୍ କ୍ଲବ୍ TVMI ନାମରେ ଏକ ବିକାଶମୂଳକ ସଙ୍ଗଠନ ପାଲଟିଥିଲା।

ଏହାପରେ ରାଜନୈତିକ ଦଳ ଭଳି କାମ କରିବା ଆରମ୍ଭ କରିଥିଲା । ଏହି ଅନୁଶାସିତ ଏବଂ ସମର୍ପିତ ସଙ୍ଗଠନର ସବୁ ଜିଲ୍ଲା, ତହସିଲ ଏବଂ ବ୍ଲକ୍ ସ୍ତରରେ ପଦାଧିକାରୀ ଅଛନ୍ତି । ୨୦୨୧ରେ ପୌର ନିର୍ବାଚନରେ TVMIର ୧୩୦ ସଦସ୍ୟ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ଥିଲେ । ସେଥର TVMI ୧୧୫ଟି ଆସନ ଜିତିଲା । ସେଥିରୁ ବିଜୟ ନିଜ ଭୋଟ୍ ବ୍ୟାଙ୍କ ପ୍ରସ୍ତୁତ ଥିବା ସ୍ପଷ୍ଟ ହୋଇଯାଇଥିଲେ। ଏହାପରେ ୨୦୨୪ରେ ସେ ଟିଭିକେ ଗଠନ କରିଥିଲେ। ଚଳିତ ନିର୍ବାଚନରେ ଜେନ୍ -ଜି, ମହିଳାଙ୍କୁ ଟାର୍ଗେଟ୍ କରି ସେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି।

Leave a comment