Browsing Tag

#odisha

ସର୍ବଭାରତୀୟ ବେସାମରିକ କ୍ୟାରମ ପ୍ରତିଯୋଗିତା

ତ୍ରିପୁରାର ଅଗରତାଲାରେ ଆସନ୍ତା ମାସ ୧୬ ତାରିଖରୁ ସର୍ବଭାରତୀୟ ବେସାମରିକ କ୍ୟାରମ ପ୍ରତିଯୋଗିତା ଆୟୋଜିତ ହେବ । ଏଥିପାଇଁ ଓଡ଼ିଶା ଦଳ ଚୟନ ପ୍ରକ୍ରିୟା ଆସନ୍ତା ୨୨ ତାରିଖରେ ଓଡ଼ିଶା ରାଜ୍ୟ ସଚିବାଳୟ ସେବା ସଂଘ-୨, ୟୁନିଟ୍‌-୫ରେ ଆୟୋଜିତ ହେବ । ଚୟନ ପ୍ରକ୍ରିୟାରେ କେବଳ ନିୟମିତ ସରକାରୀ

ଥରୁରଙ୍କୁ ୬୮୨୫ ଭୋଟ୍‌ରେ ହରାଇ ଖଡ଼ଗେ କଂଗ୍ରେସ ସଭାପତି ନିର୍ବାଚିତ,

ନୂଆଦିଲ୍ଲୀ : ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଦଳର ନୂତନ ସଭାପତି ନିର୍ବାଚିତ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଶଶୀ ଥରୁରଙ୍କୁ ୬୮୨୫ ଭୋଟ୍‌ରେ ପରାସ୍ତ କରିଛନ୍ତି। ଫଳାଫଳ ଘୋଷଣା ପରେ ସୋନିଆ ଗାନ୍ଧୀ ଖଡ଼ଗେଙ୍କ ବାସଭବନକୁ ମଧ୍ୟ ଯାଇ ଅଭିନନ୍ଦନ ଜଣାଇଥିଲେ।

ମୋକିମଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି, ବିଧାୟକ ପଦ ବଜାୟ ରହିଲା

କଟକ: ଓଆରଏଚଡିସି ମାମଲାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ଭିଜିଲାନସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ରହିତାଦେଶ ପରେ ମୋକିମଙ୍କ ବିଧାୟକ ପଦ ବଜାୟ ରହିଛି । ଆସନ୍ତା ଫେବ୍ରୁଆରୀ 22ରେ

୧୦ ଗରିବ ରାଜ୍ୟରେ ଏବେବି ଓଡ଼ିଶା

ଗତ ଏକ ଦଶନ୍ଧି ଧରି ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ଜାତୀୟ ହାର ତୁଳନାରେ ଅଧିକ, ଦ୍ରୁତ ଗରିବ ହ୍ରାସ କରିବାରେ ଓଡ଼ିଶା ସବୁଠୁ ଆଗରେ ଆଦିର ବାହାସ୍ଫୋଟ ମାରି ବିକାଶର ଗୋଲାପୀ ଚିତ୍ର ଦେଉଥିବା ବିଜେଡି ସରକାରର ଅସଲ ମୁଖା ଖୋଲିଯାଇଛି । ଦୀର୍ଘ ୨୨ବର୍ଷ ଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ

ବାଲିଅନ୍ତା ହାଟରୁ ୨୦୦ରୁ ଅଧିକ କର୍ମୀଙ୍କୁ ରାତି ଅଧିଆ ଉଠାଇ ନେଲା ପୁଲିସ

ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଥିବା ନବ ନିର୍ମାଣ କୃଷକ ସଂଗଠନର କର୍ମୀଙ୍କ ରଣହୁଙ୍କାର ଦେଖି ଛାନିଆ ହେଲା ପୁଲିସ୍‌। ଗତକାଲି ପୁଲିସ୍‌ ସେମାନଙ୍କୁ ରାଜଧାନୀରେ ପଶିବାକୁ ଦେଇ ନ ଥିବା ବେଳେ ରାତାରାତି ବହୁ ନେତାଙ୍କୁ ବାଲିଅନ୍ତାରୁ ଉଠାଇ ନେଇଛି।

୧୫ଶହ ଟଙ୍କା ପାଇଁ ତାଲିବାନୀ ନିର୍ଯାତନା

ଉଧାର ଦେଇଥିବା ୧୫ଶହ ଟଙ୍କା ଫେରି ପାଇବା ପାଇଁ ଗତ ରବିବାର ସନ୍ଧ୍ୟାରେ ଭାଇଚାରାର ସହର କଟକରେ ଦେଖିବାକୁ ମିଳିଥିଲା ତାଲିବାନୀ ଶାସନର ନଗ୍ନ ଚିତ୍ର । ଜନଗହଳିପୂର୍ଣ୍ଣ ରାସ୍ତାରେ ସନ୍ଧ୍ୟା ସମୟରେ ଉଧାର ନେଇଥିବା ଯୁବକଙ୍କ ହାତ ସ୍କୁଟି ପଛରେ ବାନ୍ଧି ପ୍ରାୟ ୨ କିମିରୁ ଅଧିକ ବାଟ

ପୁରୀରେ ହଇରାଣ ହେଉଛନ୍ତି ହବିଷ୍ୟାଳି

ପୁରୀରେ ହଇରାଣ ହେଉଛନ୍ତି ହବିଷ୍ୟାଳି । ୧୧୦୦ ହବିଷ୍ୟାଳି ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ବୃନ୍ଦାବତୀ ନିବାସ ପରିସର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ସେମାନଙ୍କୁ ଚିକିତ୍ସା କରାଯାଇଛି । ୨୨ ଜଣ ହବିଷ୍ୟାଳିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ

ଆଜିଠୁ ଜୋରଦାର ହେବ ଧାମନଗର ଉପନିର୍ବାଚନ ପ୍ରଚାର

ଆଜିଠୁ ଜୋରଦାର ହେବ ଧାମନଗର ଉପନିର୍ବାଚନ ପ୍ରଚାର । ମଇଦାନକୁ ଓହ୍ଲାଇବେ ବିଭିନ୍ନ ଦଳର ଷ୍ଟାର କ୍ୟାମ୍ପେନରଙ୍କ ସହ ଦଳର ବରିଷ୍ଠ ନେତା । ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ୍ । ରୋଡ୍ ସୋ’ କରିବା ସହ ଘରକୁ ଘର ଯାଇ ପ୍ରଚାର କରିବେ । ପ୍ରାର୍ଥୀମାନେ ମଧ୍ୟ ସମର୍ଥକଙ୍କ ସହ ଯାଇ ନିଜ ପାଇଁ

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି। ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ୨୦ ତାରିଖରେ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ଦକ୍ଷିଣ ପୂର୍ବ ଓ ତତ୍‌ସଂଲଗ୍ନ ପୂର୍ବକେନ୍ଦ୍ରୀୟ

ଅର୍ଚ୍ଚନା ନାଗଙ୍କ ଜାମିନ ଖାରଜ

ଷୋହଳ ଷୋହଳଟି ଦଫାରେ ଛନ୍ଦି ହୋଇ ଝାରପଡ଼ା ଜେଲ୍‌ରେ ଛଟପଟ ହେଉଥିବା ବ୍ଲାକମେଲର ଅର୍ଚ୍ଚନା ନାଗ ଏବେ ମୁକୁଳିବା ପରି ମନେ ହେଉନି। ଅର୍ଚ୍ଚନାଙ୍କ ନାଁରେ ହନିଟ୍ରାପ୍, ବ୍ଲାକମେଲ୍ ଓ ହତ୍ୟା ଧମକ ଭଳି ସଂଗୀନ ଦଫା ଲାଗିଛି। ଫଳରେ ତାଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି