ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଅସୁସ୍ଥତା କାରଣରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ହୃଦରୋଗ ସମସ୍ୟା ପାଇଁ ସେ ଗତ ମଙ୍ଗଳବାର ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଗୁରୁବାର ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।ସୂଚନାଯୋଗ୍ୟ ଯେ, ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗତ ୩ ତାରିଖ ସନ୍ଧ୍ୟାରେ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ । ଫଳରେ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତାଙ୍କୁ ପ୍ରଥମେ ଏମ୍ସର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ଅଧିକ ନିରୀକ୍ଷଣ ପାଇଁ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭି) ଆଇସିୟୁରେ ରଖାଯାଇଥିଲା । ଏମ୍ସର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ବିଭିନ୍ନ ପରୀକ୍ଷା ନିରୀକ୍ଷା କରିଥିଲେ । ତେବେ ରାଜସ୍ବ ମନ୍ତ୍ରୀଙ୍କ ଅସୁସ୍ଥତା ଖବର ପାଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।
Trending
- ଆଜି ଓଡ଼ିଶାର ଗଣପର୍ବ ‘ରଜ’,‘ପହିଲି ରଜ’ରେ ସାରା ଓଡ଼ିଶା ଉତ୍ସବମୁଖର
- ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଫ୍ରାନ୍ସରେ ସାକ୍ଷାତ ଆଲୋଚନା ହେବ,ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଜାରି
- ଜାମିନ୍ ଆବେଦନ ଖାରଜ ପରେ ତିଖିରି ସରପଞ୍ଚ ଚାମେଲି ଓଝା ଗଲେ ଜେଲ
- ଏବେ ମୁଣ୍ଡପିଛା ୧୦ କେଜି ଚାଉଳ ମିଳିବ
- ରାଜ୍ୟ ସରକାର କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସଂପୂର୍ଣ୍ଣ ଦେୟମୁକ୍ତ କରାଯିବ ଘୋଷଣା କରିଛନ୍ତି
- ୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି
- DG ପାହ୍ୟାକୁ ଯାଇଛନ୍ତି ଓଡ଼ିଶା କ୍ୟାଡରର୍ ୨ ବରିଷ୍ଠ IPS ସୁଧାଂଶୁ ଷଡଙ୍ଗୀ ଏବଂ ପଦ୍ମାକର ଏସ୍ ରଣପିସେ
- ରାଜଧାନୀରେ ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ନୂତନ ସଡ଼କ
- ପଶ୍ଚିମବଙ୍ଗରେ ୪ ହଜାର ଇଭିଏମ ପୋଡି ପାଉଁଶ
- ଫାଇଲ୍ ଚୋରି ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର: ବିରଂଚି ନାରାୟଣ ତ୍ରିପାଠୀ