ସୁନା ଦର ହୁ ‌ହୁ ବଢ଼ିଚାଲିଛି

ସୁନା ଦର ପୁଣି ହୁ ‌ହୁ ବଢ଼ିଚାଲିଛି। ଚଳିତ ସପ୍ତାହରେ ୨୪ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୪ ହଜାର ଟଙ୍କା (୩୯୯୦ ଟଙ୍କା) ବଢ଼ିଯାଇଛି। ଏଥିଯୋଗୁ ୧୦ ଗ୍ରାମ୍‌ ସୁନା ଦର ଭୁବନେଶ୍ବର ବଜାରରେ ୭୯୬୪୦ ଟଙ୍କାରେ ପହଞ୍ଚିଛି। ଶୁକ୍ରବାର ତୁଳନାରେ ଶନିବାର ସୁନା ୮୨୦ ଟଙ୍କା ମହଙ୍ଗା…

ଜାମା ମସଜିଦ୍ ସର୍ଭେ ବେଳେ ପଥରମାଡ

ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଆକ୍ରୋଶ । ସର୍ଭେ କରିବାକୁ ଯାଇଥିବା ଟିମ୍‌ ଉପରକୁ ଉତ୍ୟକ୍ତ ଲଘୁସମ୍ପ୍ରଦାୟର ଲୋକେ ପଥର ମାଡ଼ କରିଥିବା ଦେଖିବାକୁ ମିଳିଛି । କୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ଭଲରେ ଥିବା ଜାମା ମସଜିଦର ଦ୍ୱିତୀୟ ଥର ସର୍ଭେ କରିବା ସକାଳ ୬ଟାରେ…

ଆସିଲା ସୁଭଦ୍ରା ଟଙ୍କା

ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା । ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କାଟେ । ସୁନ୍ଦରଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କାଟେ ପଠାଇଛନ୍ତି…

ଆସନ୍ତାକାଲି ୪ଘଣ୍ଟା ବନ୍ଦ ରହିବ ଜାଗା ଦର୍ଶନ

ଆସନ୍ତାକାଲି ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । କାଲି ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀଜିଉଙ୍କ ପଇତାଲାଗି ନୀତି । ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ ଭକ୍ତଙ୍କ ପାଇଁ ବନ୍ଦ ରହିବ ଜଗା ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବଗତ…

ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦିନିକିଆ ସୁନ୍ଦରଗଡ଼ ଗସ୍ତରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନରେ ଆସି ଝାରସୁଗୁଡା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ପହଞ୍ଚିଛନ୍ତି। ସେଠାରୁ ସଡ଼କ ପଥରେ ଆସି ସୁନ୍ଦରଗଡ଼ ସରକାରୀ କଲେଜ ନିକଟସ୍ଥ ଯାତ୍ରା…

ଯାଜପୁର ଟାଉନ ଥାନା ଓ ବିରଜା ହାଟ ଅଞ୍ଚଳରେ ୧୬୩ ଜାରି

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ, ବିରଜା ହାଟ ବିବାଦ ଏବଂ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବ ପ୍ରକାଶ ଦାସ ଗିରଫ ଆଦି ଘଟଣାକୁ ନେଇ ଯାଜପୁରରେ ଆଇନ ଶୃଙ୍ଖଳା ସ୍ଥିତି ଆଶଙ୍କା କରି ପୋଲିସର ଫ୍ଲାଗମାର୍ଚ। ଏହିସବୁ ଘଟଣାକୁ ନେଇ ଗଲା ୪ ଦିନ ହେବ ରାଜନୈତିକ…

ଓଡ଼ିଶା ପର୍ବର ଆଜି ଶେଷ ଦିନ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ରାଜଧାନୀ ଦିଲ୍ଲୀରେ ଚାଲିଥିବା ଓଡ଼ିଶା ପର୍ବର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ର ବଡ଼ ପ୍ରୟାସ । ଓଡ଼ିଶା ପର୍ବରେ ଜମୁଛି ଓଡ଼ିଆଙ୍କ ଭିଡ। ଦ୍ବିତୟ ଦିନ ପ୍ରଥମ…

ଆଜି ଜାତୀୟ ୭୬ତମ ଏନସିସି ଦିବସ

ଆଜି ଜାତୀୟ ୭୬ତମ ଏନସିସି ଦିବସ | ଜାତୀୟ ଏନସିସି  ଦିବସ ସାରା ଭାରତରେ ପାଳିତ ହେଉଛି | ଓଡିଶା ଏନସିସି ନିର୍ଦଶାଳୟ ପକ୍ଷରୁ ଆଜି କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଏନସିସି ଦିବସ ବହୁ ଆଡମ୍ବରରେ ପାଳିତ ହେଉଛି  । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏନସିସି କ୍ୟାଡେଟମାନଙ୍କ…

ଆସିଲା ରତ୍ନ ଭଣ୍ଡାର ଜିପିଆର୍‌ ସର୍ଭେ ରିପୋର୍ଟ

ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେଲା ରତ୍ନ ଭଣ୍ଡାର ଜିପିଆର୍‌/ ଜିପିଏସ୍‌ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । 45 ପୃଷା ସମ୍ବଳିତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଛି ।  …

ବିଜୟ ପରେ କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ଦିଲ୍ଲୀ ଭାଜପା ମୁଖ୍ୟାଳୟରେ କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉଦ୍‌ବୋଧନ ଦେଇ ମୋଦି କହିଛନ୍ତି, ଆଉ ଏକ ଐତିହାସିକ ବିଜୟ ଉତ୍ସବ ପାଇଁ ଏକାଠି ହୋଇଛୁ। ମହାରାଷ୍ଟ୍ରରେ ସୁଶାସନ ଓ ସାମାଜିକ ନ୍ୟାୟର ବିଜୟ…