ଦୀପ ଉତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା

ଦୀପ ଉତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା । ଚଳିତ ବର୍ଷ ୧୭ଲକ୍ଷ ଦୀପ ଜଳାଇବାକୁ ପ୍ରସ୍ତୁତି ଚାଲିଛି । ଏବେଠୁ ଆଲୋକ ମାଳାରେ ଝଲସୁଛି ଅଯୋଧ୍ୟ ସହର । ଅଯୋଧ୍ୟର ରାମ କି ପେଡିରେ ଏଥିପାଇଁ ଜୋରଦାର ପ୍ରସ୍ତୁତି ହେଉଛି । ରବିବାର ସନ୍ଧ୍ୟାରେ ଦୀପ ଆଲୁଅରେ ଆଲୋକିତ ହେବ ୪୦ଟି ଘାଟ ।

ଆଜି ଠାରୁ ଟି-୨୦ ବିଶ୍ୱକପର ସୁପର-୧୨ ମୁକାବିଲା

ସରିଲା ଟି-୨୦ ବିଶ୍ୱକପର ପ୍ରଥମ ରାଉଣ୍ଡ । ଆଜି ଠାରୁ ସୁପର-୧୨ ମୁକାବିଲା । ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡ ମୁହାଁମୁହିଁ ହେବେ । ଆସନ୍ତାକାଲି ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ ।ବର୍ଷା ଆଶଙ୍କା ମଧ୍ୟରେ ଥିବା ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଅଷ୍ଟ୍ରେଲିଆର

 ଖୋର୍ଦ୍ଧା ଧଳା ଜହର କାରବାର ନୂଆ ହବ ପାଲଟିଛି 

ଖୋର୍ଦ୍ଧା ଧଳା ଜହର କାରବାର ନୂଆ ହବ ପାଲଟିଛି । ଯେତିକି ଧରା ହେଉଛି, ସେତିକି ବଢି ଚାଲିଛି । ଖୋର୍ଦ୍ଧା ପୁଲିସକୁ ଆଜି ବଡ ସଫଳତା ମିଳିଛି । ଠେଙ୍ଗାହାଟ ଅଂଚଳରୁ ଆଦର୍ଶ ଥାନା ପୁଲିସ ବ୍ରାଉନସୁଗାର ବେପାର କରୁଥିବା ଗ୍ୟାଙ୍ଗକୁ କାବୁ କରିଛି । ୫୦ ଗ୍ରାମ ବ୍ରାଉନ ସୁଗାର ସହ ସମେତ ୬ ଜଣ

ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ: ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ: ସଭାପତି ଭାବେ ପ୍ରଣବ ପ୍ରକାଶ ଦାସ ନିର୍ବାଚିତ, ସାଧାରଣ ସଂପାଦକ ହେଲେ ସଂଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନ; ଜଣେ ଲେଖାଏଁ ପ୍ରାର୍ଥୀ ଥିବାରୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ୨ ମୃତଦେହ ଉଦ୍ଧାର

ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଦୁର୍ଘଟଣାସ୍ଥଳରୁ ୨ ମୃତଦେହ ଉଦ୍ଧାର ହୋଇଛି । ହେଲିକପ୍ଟରରେ ଥିବା ଅନ୍ୟ ୩ ଜଣଙ୍କୁ ଖୋଜା ଚାଲିଛି । ଅପର ସିଆଙ୍ଗ ଜିଲ୍ଲା ଅନ୍ତର୍ଗତ ମିଙ୍ଗିଙ୍ଗ ଗ୍ରାମ ନିକଟରେ ହେଲିକପ୍ଟର କ୍ରାସ ହୋଇଥିବା ଖବର ମିଳିଛି । ତୁତିଙ୍ଗ

ଚଳିତ ଟି-୨୦ ବିଶ୍ବକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ଆୟର୍ଲାଣ୍ଡ

ଚଳିତ ଟି-୨୦ ବିଶ୍ବକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ଆୟର୍ଲାଣ୍ଡ । ଇଣ୍ଡିଜ୍ ୨୦୧୨ ଓ ୨୦୧୬ରେ ଟି-୨୦ ବିଶ୍ବକପ ଚାମ୍ପିଅନ ହୋଇଥିଲା । ଦୁଇ ଦୁଇ ଥରର ବିଶ୍ବକପ ବିଜେତା ଓ୍ବେଷ୍ଟ ଇଣ୍ଡିଜକୁ ବିଶ୍ବକପରୁ ବାହାର କରିଦେଇଛି ଆୟର୍ଲାଣ୍ଡ ଦଳ । ହୋବାର୍ଟଠାରେ ହୋଇଥିବା ଏକ ମ୍ୟାଚରେ

ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ଉଠାଇ ନେଲା ପୁଲିସ୍‌

ରାଜଧାନୀର ଛାତି ଉପରେ ରଙ୍ଗଶାଳା ଖୋଲି ବହୁ ହାଇ ପ୍ରୋଫାଇଲ୍‌ ବ୍ୟକ୍ତିଙ୍କ ରାତି ରଙ୍ଗିନ କରୁଥିବା ବ୍ଲାକମେଲର କୁଇନ୍‌ ଅର୍ଚ୍ଚନା ନାଗ ଏବେ ଝାରପଡ଼ା ଜେଲ୍‌ରେ। ପ୍ରାୟ ୨ ସପ୍ତାହ ହେବ ଅର୍ଚ୍ଚନା ଝାରପଡ଼ା ଜେଲ୍‌ରେ ବନ୍ଦୀ ଥିବା ବେଳେ ବାହାରେ ଖୁଲମଖୁଲା ବୁଲୁଥିଲା ତା’ ସ୍ୱାମୀ ଜଗବନ୍ଧୁ।

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ

ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସକ୍ରିୟ ଥିବା ବେଳେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ । ଆଗାମୀ ୪୮ ଘଣ୍ଟା ଭିତରେ ୨ ବଳୟ ମିଶିବା ସମ୍ଭାବନା । ଏହା ପ୍ରଭାବ ଉପରେ ଆଇଏମଡିର ନଜର ରହିଛି । ସେପଟେ ଆସନ୍ତାକାଲି ଲଘୁଚାପ ଅବପାତ ଏବଂ ୨୪ ତାରିଖରେ ଗଭୀର

ରାଜଧାନୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା

ରାଜଧାନୀରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା । କମିଶନରେଟ୍ ପୁଲିସ୍‌ ଏ ନେଇ ନିର୍ଦ୍ଦେଶାବଳୀ ଜାରି କରିଛି । ଦୀପାବଳି ରାତିରେ ମାତ୍ର ୨ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ଅନୁମତି ମିଳିଛି । ଲୋକେ ରାତି ୮ଟାରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ କୁହାଯାଇଛି । ଏହା ପରେ କିମ୍ବା ପୂର୍ବରୁ

ବାବା କେଦାରନାଥଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ

ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡ ଗସ୍ତରେ ଯାଇ ବାବା କେଦାରନାଥଙ୍କୁ ଦର୍ଶନ କରିଛନ୍ତି । ଏହା ସହ ସେଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଚ୍ଚ ପାହାଡରେ ଶ୍ରଦ୍ଧାଳୁଙ୍କ ସହଜ ଯିବା ଆସିବା ପାଇଁ