ଚଳଚଞ୍ଚଳ ରଥଖଳା। ଜୋର୍ସୋର ଚାଲିଛି ବିଶ୍ବ ନିଅନ୍ତାଙ୍କ ରଥ ନିର୍ମାଣ କାମ। ଭଉଁରୀ ଉତ୍ସବରେ ରଥର ଚକ-ଅଖ ଡେରା ନୀତି ସମ୍ପନ୍ନ ହୋଇଛି । ରଥଖଳାରେ ମହାପ୍ରଭୁଙ୍କୁ ଆଜ୍ଞାମାଳ ପହଞ୍ଚିବା ପରେ ୩ ରଥର ଚକ ସହ ଅଖ ସଂଯୋଗ ହୋଇଛି । ୨ଟି ଲେଖାଏଁ ନାହାକା ଚକରେ ଗୋଟିଏ ଲେଖାଏଁ ନାହାକା ଅଖ ଭୁଞ୍ଜା ଯାଇଥିଲା । ଚକ-ଅଖ ଡେରା ହେବା ପରେ ପ୍ରଥମ ହରି ବୋଲ ପକାଇଛନ୍ତି ସେବାୟତ।ଭଉରୀଁ ଦିନ ସକାଳ ଧୂପ ସରିଲେ ରଥ ଖଳାକୁ ଠାକୁରଙ୍କ ଆଜ୍ଞା ମାଳ ବିଜେ ହୋଇଥିଲା । ପଟୁଆରରେ ପୂଜାପଣ୍ଡା ସାମନ୍ତମାନେ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ନେଇ ଶ୍ରୀନଅର ସିଂହଦ୍ୱାର ସମ୍ମୁଖକୁ ଆସି ପହଞ୍ଚିଥିଲେ । ଏହା ପୂର୍ବରୁ ଆଗେ ଭୋଇ ସେବକମାନେ ରଥ ଖଳାରୁ ନାହାକା ଚକ ବୋହି ଆଣି ଅଖ ସହ ଯଥା ସ୍ଥାନରେ ରଖିଥିବେ। ୩ ରଥର ତିନି ମୁଖ୍ୟ ବିଶ୍ୱକର୍ମା ସଂଯୁକ୍ତ ଚକର ତୁମ୍ବରେ ଖଣ୍ଡୁଆ ପକାଇଲେ । ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଲାଗି କରିଥିଲେ । ପୁଣି ମୁଖ୍ୟ ବିଶ୍ୱକର୍ମାମାନେ ଆଜ୍ଞାମାଳ ଚକ ଉପରେ ସ୍ଥାପନ କରି ମାହାର୍ଦ୍ଦ ସମର୍ପଣ କରି ଶ୍ରୀଫଳ ଭାଙ୍ଗିଥିଲେ ।
Trending
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
- ଲକ୍ଷ୍ମୀସାଗର ବ୍ରହ୍ମାକୁମାରୀ ସେଣ୍ଟରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ: ଦିବ୍ୟ ଗୁଣ ଧାରଣ ପାଇଁ ଆହ୍ୱାନ
- ମହାକାଶରେ ଭାରତର ନୂଆ ଆଖି । EOS-05ର ସଫଳ ଉତକ୍ଷେପଣ
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
Next Post