ଓଡ଼ିଶାରେ ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ 

ଓଡ଼ିଶାରେ ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ  ।  ରାଜ୍ୟରେ ଏସବୁ କୋର୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଯୋଜନା ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।   ଦିନକୁ ଦିନ ବଢ଼ୁଥିବା ସାଇବର ଠକେଇ ଏବଂ ଅପରାଧ ରୋକିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି  ।   ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଇବର ଠକେଇ ମାମଲାର ଶୀଘ୍ର ନ୍ୟାୟ ପ୍ରଦାନ ।   ଏଥିସହ ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ  ।  ସ୍ୱତନ୍ତ୍ର ଅଦାଲତ ସାଇବର ମାମଲାଗୁଡ଼ିକର ବିଚାର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ଖୋଲାଯିବ ।   ଜଟିଳ ଡିଜିଟାଲ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହେବ ।  ସାଧାରଣ କୋର୍ଟରେ ବହୁ ମାମଲା ବିଚାରାଧିନ ଥିବାରୁ ସାଇବର ମାମଲା ଗୁଡ଼ିକରେ ବିଳମ୍ବ ହୋଇଥାଏ ।  ସ୍ୱତନ୍ତ୍ର କୋର୍ଟ ହେବା ଫଳରେ ମାମଲାଗୁଡ଼ିକର ତ୍ବରିତ ସମାଧାନ ହୋଇପାରିବ ।

Leave a comment