ଆକାଶରେ ହଠାତ ଦେଖାଗଲା ଉଜ୍ବଳ ଆଲୋକ ,କିଛି ସମୟ ପରେ ପୁଣି କେଉଁଆଡ଼େ ଉଭାନ ହୋଇଯାଇଥିଲା

ସଂଧ୍ୟା ଆକାଶରେ ରହସ୍ୟମୟ ଆଲୋକ  ।  ଆକାଶରେ ହଠାତ ଦେଖାଗଲା ଉଜ୍ବଳ ଆଲୋକ ।  ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ସମୟରେ ଆକାଶରେ ଉଜ୍ବଳ ଆଲୋକ ଦେଖିବାକୁ ମିଳିଥିଲା ।  କିଛି ସମୟ ପରେ ପୁଣି କେଉଁଆଡ଼େ ଉଭାନ ହୋଇଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।  ଆଲୋକ ଏକ ନିର୍ଦ୍ଦିଷ୍ଟ ଦିଗରେ ଗତି କରି ପୁଣି ମିଳେଇ ଯାଇଥିଲା ।  କିନ୍ତୁ ଆଲୋକର ରାସ୍ତାରେ ଧୂଆଁର ଦାଗ ରହିଥିଲା ।  ବାଲେଶ୍ବରରେ ହଠାତ ଏହି ଆଲୋକ ତଳୁ ଉପର ଦିଗକୁ ଗତି କରି କିଛି ସମୟ ପରେ ମିଳେଇ ଯାଇଥିଲା ।  ଯାହାକୁ ନେଇ ଲୋକଙ୍କ ଭିତରେ ବିଭିନ୍ନ ଚର୍ଚ୍ଚା ।  ଏହି ଆଲୋକ କଣ କିଛି ସ୍ପଷ୍ଟ ହୋଇନି ।  ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ କିଛି ପରୀକ୍ଷଣ ହୋଇଥିବା ଅନୁମାନ କରୁଛନ୍ତି ଲୋକେ । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଆଲୋକ ଦେଖିବାକୁ ମିଳିଥିବାରୁ ଏହାକୁ ନେଇ ରହସ୍ୟ ବଢ଼ିଛି ।  ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା ବେଗୁନିଆ ଆଦି ବିଭିନ୍ନ ଅଞ୍ଚଳରେ ଆକାଶରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।  ଏହି ଆଲୋକକୁ ନେଇ ଲୋକଙ୍କ ଉତ୍କଣ୍ଠା ବଢ଼ୁଛି ।

Leave a comment