ଫାୟାର ଷ୍ଟେସନ ଓଭରବ୍ରିଜରେ ୩ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍, ୩ ମୃତ 

ଫାୟାର ଷ୍ଟେସନ ଓଭରବ୍ରିଜରେ ୩ ଗାଡ଼ିକୁ ଧକ୍କା ଦେଲା ଟ୍ରକ୍, ୩ ମୃତ  ।  ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଫାୟାର ଷ୍ଟେସନ ଓଭରବ୍ରିଜରେ ଘଟିଛି ।  ସୂଚନା ଅନୁଯାୟୀ, ଏକ ଦ୍ରୁତଗାମୀ ଟ୍ରକ୍ ଓଭରବ୍ରିଜ ଉପରେ ତିନୋଟି ଗାଡ଼ିକୁ ଧକ୍କା ଦେଇଥିଲା ।  ଆଜି ରାତି ୮.୧୫ ରୁ ରାତି ୮.୩୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା ​​ବୋଲି ଟ୍ରାଫିକ୍ ଏସିପି ଉମାକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।  ଦୁର୍ଘଟଣା ପରେ ଟ୍ରକ୍ ଘଟଣାସ୍ଥଳରୁ ପଳାଇବାରେ ସଫଳ ହୋଇଛି ।  ସୂଚନା ପାଇବା ପରେ ଖଣ୍ଡଗିରି ପୋଲିସ ଟ୍ରାଫିକ୍ ପୋଲିସ ସହିତ ଘଟଣାସ୍ଥଳକୁ ଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଗୁରୁତର ବ୍ୟକ୍ତିଙ୍କୁ ଡାକ୍ତରଖାନା ପଠାଯାଇଛି ।  ଖବର ଲେଖାହେବା ଯାଏ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ  ।  ଅଧିକ ତଦନ୍ତ ଜାରି ରହିଛି ।

Leave a comment