ବାଲିଅନ୍ତା ଭିଡ଼ ହିଂସା ଘଟଣାରେ ମୁହଁ ଖୋଲିଲେ ସୌମ୍ୟଙ୍କ ସାଙ୍ଗ ଓମ୍,ପୋଲିସ ଆଗରେ ୪୫ ମିନିଟ ଧରି ଲୋକେ ପିଟିଥିଲେ
ବାଲିଅନ୍ତା ଭିଡ଼ ହିଂସା ଘଟଣାରେ ମୁହଁ ଖୋଲିଲେ ସୌମ୍ୟଙ୍କ ସାଙ୍ଗ ଓମ୍ । ସେ କହିଛନ୍ତି, ପୋଲିସ ଚାହିଁଥିଲେ ବଞ୍ଚି ଯାଇଥାନ୍ତେ ସୋମ୍ୟରଞ୍ଜନ। ପୋଲିସ ଆଗରେ ୪୫ ମିନିଟ ଧରି ଲୋକେ ପିଟିଥିଲେ । ସାଧା ବେଶରେ ପୋଲିସ ଆସିଥିଲେ ତଥାପି ଲୋକେ ତାଙ୍କୁ ଶୁଣି ନଥିଲେ । ୟୁନିଫର୍ମରେ ଥିବା ଚାରି ଜଣ ପୋଲିସ କର୍ମଚାରୀ ବି ପଛରେ ରହିଲେ । ଆଗକୁ ଆସିଲେ ନାହି । ଯାହା ଫଳରେ ୧୦ରୁ ୧୨ ଜଣ ପିଟି ଚାଲିଥିଲେ । କିନ୍ତୁ ୬୦ରୁ ୭୦ଲୋକ ଘେରିକି ରହିଥିଲେ।ରାସ୍ତା ଉପରୁ ୬୦୦ମିଟର ଦୂର ବିଲ ଭିତରେ ନେଇ ପିଟିଥିଲେ । ଯୁବତୀଙ୍କ ସହ ଆଗରୁ କିଛି ଚିହ୍ନା ପରିଚୟ ନଥିଲା । ବରଂ ରାସ୍ତାରେ ଯିବା ବେଳେ ସୋମ୍ୟଙ୍କୁ ବାତ ମାରିଥିଲା ।
ଯାହାକୁ ସମ୍ଭାଳି ନପାରି ସେ ରାସ୍ତା ରେ ଯାଉଥିବା ଯୁବତୀଙ୍କ ଗାଡ଼ିରେ ପିଟି ହୋଇଯାଇଥିଲେ। କିନ୍ତୁ ଉଦେଶ୍ୟ ନଥିଲା ତାକୁ ଅସଦାଚରଣ ପାଇଁ।ବାତ ବେଳେ ସେ ଯୁବତୀକୁ ମାଡ଼ି ବସିଥିଲେ । ଯାହାକୁ ଲୋକେ ତାକୁ ଖରାପ ବ୍ୟବହାର କରୁଥିବା ଭାବି ନେଇଥିଲେ । ଓମ୍ କହିଛନ୍ତି, ମୁ ବି ବଂଚି ନଥାନ୍ତି । ମୋତେ କିଛି ଲୋକ ଅଟକାଇ ଦେଲେ । ତାକୁ ବଞ୍ଚାଇ ପାଇଁ ଚେଷ୍ଟା କରିଥିଲେ । ପୋଲିସ ଚାହିଁଥିଲେ ବା ଲୋକ ଙ୍କ ମାନବିକତା ଥିଲେ ବଞ୍ଚି ଯାଇପାରିପାରିଥାନ୍ତା ସୌମ୍ୟ ବୋଲି କହିଛନ୍ତି ଓମ୍ । କିନ୍ତୁ ସାଧା ପୋଷାକରେ ଥିବା ପୋଲିସ ବାବୁ ତାଙ୍କ ବେକରେ ଚଢ଼ି ଯାଇଥିଲେ । ଛାଟିପିଟି ହେଉଥିବାରୁ ତାକୁ ଡାଲା ଟ୍ରକରେ ଭର୍ତି କରି ନେଇଥିଲେ । ଘଟଣାର ଏକ ମାତ୍ର ପ୍ରତ୍ୟକ୍ଷଦର୍ଶୀ ଭାବେ ମୁଳରୁ ଶେଷ ଯାଏଁ ଓମ୍ ଦେଖିଛନ୍ତି ଘଟଣାକ୍ରମ ।