ବୁଧବାର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଯାଦବ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ପାଇଁ ମୋହନ ଯାଦବଙ୍କ ନାଁ’ରେ ଭାଜପାର କେନ୍ଦ୍ରୀୟ ନେତୃତ୍ୱ ମୋହର ମାରିଛନ୍ତି। ଆସନ୍ତା ବୁଧବାର ପୂର୍ବାହ୍ନ ୧୧ ଟା ୩୦ ମିନିଟ ସମୟରେ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ଏହା ସହିତ ମଧ୍ୟପ୍ରଦେଶରେ ଆରମ୍ଭ ହୋଇଯିବ ମୋହନ ଯାଦବଙ୍କ ସରକାର। ୨୦୧୩ରେ ସେ ପ୍ରଥମେ…

ଜମ୍ମୁ-କଶ୍ମୀର ସହ ଜଡିତ ୨ଟି ବିଲ୍‌ ରାଜ୍ୟ ସଭାରେ ପାରିତ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ସହ ଜଡିତ ୨ଟି ବିଲ୍‌ ରାଜ୍ୟ ସଭାରେ ପାରିତ ହୋଇଛି । ରାଜ୍ୟ ସଭାରେ ସୋମବାର ଜମ୍ମୁ-କଶ୍ମୀର ସଂରକ୍ଷଣ  ବିଲ୍‌, ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ  ବିଲ୍‌ ୨୦୨୩ ପାରିତ ହୋଇଛି। ଆଲୋଚନା ପରେ ଭଏସ ଭୋଟ ଦ୍ୱାରା ଏହି ବିଲ୍‌କୁ ଅନୁମୋଦନ କରାଯାଇଛି। ଶେଷରେ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ପୁରୀର ସବୁ ଘରେ ଦୀପଦାନ ହେବ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ପୁରୀର ସବୁ ଘରେ ଦୀପଦାନ ହେବ  । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଚାଲିଛି । ପ୍ରଶାସନ ପ୍ରକଳ୍ପ କାର୍ଯ୍ୟ ସାରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛି ।  ଅତ୍ୟନ୍ତ ଭବ୍ୟ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ…

କେନ୍ଦ୍ରାପଡ଼ାରେ ହେବ ମେଗା ଶିଳ୍ପ କାରଖାନା

କେନ୍ଦ୍ରାପଡା: କେନ୍ଦ୍ରାପଡ଼ାରେ  ଦେଶର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଗ୍ରାମସଭା । ଆର୍ସେଲର ମିତ୍ତଲ ଏବଂ ନିପ୍ପନ ଷ୍ଟିଲ ପାଇଁ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ ହେବ।ମହାକାଳପଡା ବ୍ଲକର ପ୍ରସ୍ତାବିତ ତିନୋଟି ପଞ୍ଚାୟତ ଅଞ୍ଚଳରେ ଆଜି…

କଳାକାରଙ୍କ ପାଇଁ ସଂସଦରେ ସ୍ୱର ଉଠାଇଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ

ନୂଆଦିଲ୍ଲୀ: କଳାକାରଙ୍କ ପାଇଁ ସଂସଦରେ ସ୍ୱର ଉଠାଇଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ । ଭତ୍ତା ପ୍ରସଙ୍ଗରେ ବାରମ୍ବାର ଅନୁରୋଧ ସତ୍ତ୍ୱେ ମଧ୍ୟ ସମାଧାନ ହେଉନି । ଯେଉଁମାନେ ଦେଶର ଅସ୍ମିତା ବଞ୍ଚାଇ ରଖିଛନ୍ତି ସେମାନଙ୍କ ପାଇଁ ସରକାର ବନ୍ଦୋବସ୍ତ କରିଛନ୍ତି କିନ୍ତୁ କାର୍ଯ୍ୟକାରୀ ହୋଇପାରୁନି…

ରେଙ୍ଗାଳି ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ…

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ସେମାନଙ୍କର ୭ ଦଫା ଦାବିକୁ ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ…

ଡିସେମ୍ବର ୧୨ ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବାର୍ଷିକ ବିଶ୍ୱସ୍ତରୀୟ ଶିଖର ସମ୍ମିଳନୀ

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ୧୨ ଡିସେମ୍ବର, ୨୦୨୩ ଅପରାହ୍ନ ପ୍ରାୟ ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଗ୍ଲୋବାଲ ପାର୍ଟନରସିପ୍ ଅନ୍ ଆର୍ଟିଫିସିଆଲ୍ଇଣ୍ଟେଲିଜେନ୍ସ  ଉପରେବିଶ୍ୱସ୍ତରୀୟ ଭାଗୀଦାରୀ ଶିଖର ସମ୍ମିଳନୀ କୁ ଉଦ୍‌ଘାଟନ କରିବେ । ଜିପିଏଆଇ ହେଉଛି ୨୯ଟି ସଦସ୍ୟ - ଦେଶ ସହିତ…

ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ: ପ୍ରଧାନମନ୍ତ୍ରୀ

ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଧାରା ୩୭୦ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟଙ୍କ ରାୟ ହେଉଛି ଐତିହାସିକ ଏବଂ ଏହା ୫ ଅଗଷ୍ଟ ୨୦୧୯ରେ ଭାରତୀୟ ସଂସଦ ଦ୍ୱାରା ନିଆଯାଇଥିବା…

ଶୀତଦିନରେ କେଶ ଶୁଷ୍କ ହୋଇଯାଉଛି କି ? 

ଶୀତଦିନ ଆସିବା ମାତ୍ରେ ଲୋକମାନେ ଅଳସୁଆ ହୋଇଯାଆନ୍ତି । ଏହି ଦିନରେ ଲୋକଙ୍କର ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ । ସେହିପରି ଭାବେ ଶୀତଦିନେ ହେଉଥିବା ଥଣ୍ଡା ଓ ପବନ ଯୋଗୁ କେଶ ସମସ୍ୟା ମଧ୍ୟ ହୋଇଥାଏ । ଅଧିକ ଥଣ୍ଡା ଲାଗିବା ହେତୁ କେଶର ଆଦ୍ରତା କମ ହେବା ସହ ଶୁଷ୍କ ମଧ୍ୟ ହୋଇଯାଏ ।…

ତିନି ଅଭିନେତାଙ୍କୁ ହାଇକୋର୍ଟଙ୍କ ନୋଟିସ

ଆହ୍ଲାବାଦ ହାଇକୋର୍ଟ ଲକ୍ଷ୍ନୌ ପୀଠ ଦ୍ୱାରା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନଙ୍କୁ ନୋଟିସ ଜାରି କରାଯାଇଛି । ପାନ୍ ମସାଲା କମ୍ପାନୀଗୁଡିକର ବିଜ୍ଞାପନ କରିବା ମାମଲାରେ ଏହି ନୋଟିସ୍‌ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଓକିଲ ଏହି ଆବେଦନକୁ ଖାରଜ…