ରୁଟି ଖାଇ ୬ ଜଣ ଗୁରୁତର ଅସୁସ୍ଥ,ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ରୁଟି ଖାଇ ୬ ଜଣ ଗୁରୁତର ଅସୁସ୍ଥ ।  ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଖାରଡ଼ା ଗାଁରେ ଅଭାବନୀୟ ଘଟଣା ।  ଅଟାରେ ରୁଟି ତିଆରି କରି ଖାଇବା ପରେ ଗୋଟିଏ ପରିବାରର ୬ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି ।  ସାତମାଇଲର ଏକ ଦୋକାନରୁ ଅଟା କିଣି ଆଣି ଘରେ ରୁଟି ତିଆରି କରି ଖାଇଥିଲେ ପରିବାର ସମସ୍ତ ସଦସ୍ୟ ।  ଏହା ପରେ ସମସ୍ତେ ଅସୁସ୍ଥ ହୋଇ ପଡ଼ିଥିଲେ ।

ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।  ଅଟାରେ ରୁଟି ତିଆରି କରି ଖାଇବା ପରେ ହିଁ ଏମାନେ ଅସୁସ୍ଥ ହୋଇ ପଡ଼ିଥିବାରୁ ଖାଦ୍ୟ ବିଷକ୍ରିୟା ସନ୍ଦେହ କରାଯାଉଛି ।  ଘଟଣାର ପ୍ରକୃତ କାରଣ ଯାଞ୍ଚ ପରେ ସ୍ପଷ୍ଟ ହେବ ।  ବର୍ତ୍ତମାନ ସମସ୍ତଙ୍କ ଚିକିତ୍ସା ଚାଲିଥିବା କହିଛନ୍ତି ମେଡିକାଲ ଅଫିସର ।

Leave a comment