ଚଳିତ ମାସ 30 ତାରିଖରୁ ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର ,ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ ମନ୍ଦିର

ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଦୀର୍ଘ 4 ଘଣ୍ଟା ଧରି ବୈଠକ ଚାଲିଥିଲା   ।  ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇଛି ଆଲୋଚନା। ଚଳିତବର୍ଷ ସ୍ନାନଯାତ୍ରା ଠାରୁ ନୀଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତିକାନ୍ତି ସମୀକ୍ଷା କରାଯାଇ  କୃତଜ୍ଞତା ପ୍ରସ୍ତାବ ଗୃହୀତ ହୋଇଥିଲା । ସ୍ନାନ ଯାତ୍ରା ଓ ରଥଯାତ୍ରା ର ଭିଡିଓ ଚିତ୍ର ମଧ୍ୟ ଦେଖାଯାଇଥିଲା। ଯାହାକିଛି ତ୍ରୁଟି ହୋଇଛି ଆସନ୍ତାବର୍ଷ ଠିକ୍ କରାଯିବ ।

ମହାପ୍ରଭୁ ଙ୍କ ରତ୍ନଭଣ୍ଡାର ଗଣତିମଣତି ଉପରେ ଆଲୋଚନା  ହୋଇଥିଲା । ସେବାୟତ ପିଲାମାନଙ୍କ ଲାଗି ଆଦର୍ଶ ଗୁରୁକୂଳ ଉପରେ ଆଲୋଚନା ହୋଇଛି । ଗୁରୁକୁଳ ର ୧୩୦୦ ମିଟର ବାଉଣ୍ଡ୍ରି ମଧ୍ୟରୁ ୮୦୦ ମିଟର ନିର୍ମାଣ ହୋଇଛି। ଗୁରୁକୁଳ  ର ଡିଜାଇନ, ସ୍କୁଲ,ଖେଳପଡିଆ, ହଷ୍ଟେଲ ପାଇଁ ମଧ୍ୟ ଓବିସିସି ସହ ଆଲୋଚନା ହୋଇଛି ନଭେମ୍ବର ମାସରେ ଭୂମି ପୂଜନ କରାଯିବ  । ଭୂମିପୂଜନ କାର୍ଯ୍ୟକ୍ରମ ରେ ଆଇନମନ୍ତ୍ରୀ, ଗଜପତି, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତ ରହିବେ ।

ସେହିପରି ପ୍ରମୋଦ ଉଦ୍ୟାନ ଉପରେ ଆଲୋଚନା ହୋଇଛି। ଶ୍ରୀଜଗନ୍ନାଥ ସଂସ୍କୃତି କେନ୍ଦ୍ର ଏବଂ ରଘୁନନନ୍ଦନ ଲାଇବ୍ରେରୀ ଉପରେ ଆଲୋଚନା ହେବା ସହ ସେବାୟତ ବାସଗୃହ ଉପରେ ଆଲୋଚନା ବୈଠକ ରେ କରାଯାଇଥିଲା  ।  ସେବାୟତ ବାସଗୃହ ଲାଗି ୩ ଏକର ୨୫ ଡିସିମିଲ୍ ହରଚଣ୍ଡୀ ସାହିରେ ରହିଥିବା ନେଇ ଆଲୋଚନା ହୋଇଛି  । ଶ୍ରୀଜଗନ୍ନାଥ ଭୂମି ପରିଚାଳନା ଅଧିନିୟମ ୨୦୨୬ ପାଇଁ ଅନଲାଇନ ପୋର୍ଟାଲ କାମ ଚାଲିଛି ।

ଖୁବଶୀଘ୍ର ଆରମ୍ଭ ହେବ। ସେବକ,ସେବକ ନିଯୋଗ,ମଠର ପ୍ରଚାରପ୍ରସାର ପାଇଁ ମଧ୍ୟ ଫାସିଲିଟେସନ ସେଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି । ଶ୍ରୀ ମନ୍ଦିର ଆର୍ଥିକ ୨0୨୫-୨୬ ଅଡିଟ୍ ରିପୋର୍ଟ ଉପସ୍ଥାପନ ହେବା ସହ ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଆୟବ୍ୟୟର ଅଟକଳ ହୋଇଛି। ଶ୍ରୀ ଜଗନ୍ନାଥ ତତ୍ତ୍ୱ ଗବେଷଣା ଉପରେ ଆଲୋଚନା ହୋଇଛି  । ଜଗନ୍ନାଥ ସଂସ୍କୃତି କୁ କୌଣସି ସଂସ୍ଥା କିମ୍ବା ଅନୁଷ୍ଠାନ ବ୍ୟତିକ୍ରମ କଲେ କାର୍ଯ୍ୟାନୁଷ୍ଠାନ ହେବ  । ଗଜପତିଙ୍କ ଅଧକ୍ଷତାରେ ସବକମିଟି ହୋଇଛି,,ଦିଲ୍ଲୀ ଯିବ କମିଟି,,ମହାପ୍ରଭୁଙ୍କ ପରମ୍ପରା ଅକ୍ଷୁର୍ଣ୍ଣ ପାଇଁ ପ୍ରସ୍ତାବ ଦିଆଯାଇଛି ।

ଅନ୍ୟପଟେ ରାଷ୍ଟ୍ରପତି ଭବନରେ ତିନିରଥର ଚକ ରହିବା ଉପରେ ଆଲୋଚନା ହୋଇଛି । ବଡ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସୁନାବେଶ ପାଇଁ ଶ୍ରୀଜୀଉଙ୍କ ଆଉ ଏକ ସେଟ୍ ଶ୍ରୀମନ୍ଦିର ପ୍ରଶାସନର ନିଜସ୍ୱ ଅର୍ଥରେ କରାଯିବ। ଗଣତିମଣତି ସମୟରେ ହୋଇଥିବା ଡିଜିଟାଲ ଡକୁମେଣ୍ଟ ଅଛି ଶ୍ରୀମନ୍ଦିର ପ୍ରଶାସନ ପାଖରେ। ସେଟ୍ ପାଇଁ ଚୟନ ହେବ ସ୍ୱଚ୍ଛତା। ଗୁଣ୍ଡିଚା ମନ୍ଦିର ଖୋଲିବ ସେପ୍ଟେମ୍ବର 30 ତାରିଖରୁ। ଭକ୍ତଙ୍କ ପାଇଁ ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲିବ ଗୁଣ୍ଡିଚା ମନ୍ଦିର ।

ପ୍ରଥମ ତିନିଦିନ ମାଗଣାରେ ପ୍ରବେଶ। ଶ୍ରୀମନ୍ଦିରକୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ଲଟ୍ ବୁକିଂ କିଛି ସମୟ ପାଇଁ ହବ। ପୁରୀବାସୀଙ୍କ ପାଇଁ ଶ୍ରୀ ମନ୍ଦିର ସ୍ୱତନ୍ତ୍ର ଦର୍ଶନ ଲାଗି ମଧ୍ୟ ସ୍ଲଟ୍ ବୁକିଂ ଓ ସମୟ ଦିଆଯିବ। ଏହାକୁ ଜିଲ୍ଲାପାଳ, ଏସପି ନିର୍ଦ୍ଧାରଣ କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ମନ୍ଦିର ମୁଖ୍ୟପ୍ରଶାସନ ଡ଼ଃ ଅରବିନ୍ଦ ପାଢ଼ୀ  ।

Leave a comment