ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତିର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଦକ୍ଷିଣ ଓଡ଼ିଶାରେ ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି ମୁଖ୍ଯମନ୍ତ୍ରୀ । ଏରିଅଲ ସର୍ଭେ ପରେ ଜୟପୁରରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଠାରୁ କୋଟପାଡ ଯାଇ ବନ୍ଯାଞ୍ଚଳ ପରିଦର୍ଶନ କରିଛନ୍ତି । ବୋଟ୍ରେ ଯାଇ ବନ୍ଯା ପ୍ରଭାବିତ ଅଞ୍ଚଳ ଦେଖିଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ବନ୍ଯା ସ୍ଥିତି ଦେଖିଛନ୍ତି । ସେଠାରେ ଆଶ୍ରୟସ୍ଥଳରେ ଥିବା ବିପନ୍ନଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହାପରେ ଜୟପୁରରେ ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବେ ।
ଲଗାଣ ବର୍ଷା ପରେ କୋରାପୁଟ କୋଟପାଡ ବ୍ଲକରେ ସ୍ଥିତି ସଙ୍ଗୀନ ରହିଛି । ଜଳବନ୍ଦୀ ଅବସ୍ଥାରେ ୪ଟି ପଞ୍ଚାୟତର ୧୫ରୁ ଅଧିକ ଗାଁ ରହିଛି । ୩ ଦିନ ହେଲା ଲୋକଙ୍କୁ ଜଳବନ୍ଦୀ ସ୍ଥାନରୁ ସ୍ଥାନାନ୍ତର ପାଇଁ ODRAF ଓ ଅଗ୍ନିଶମ ବାହାନୀ ଲାଗିଛନ୍ତି । ଅଗ୍ନିଶମ ବାହିନୀର ୨ଟି ଓ ODRAFର ୪ଟି ବୋଟ୍ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ।