ଲୋକଙ୍କ ଜୀବନ ସହ ସାଙ୍ଘାତିକ ଖେଳ । ଚଟପଟା ଗୁପଚୁପ ନାଁରେ ପରସା ଯାଉଛି ବିଷ । କଟକ ସିଡିଏ ବସ୍ତି ଅଞ୍ଚଳରେ ଗୁପଚୁପ ପ୍ରସ୍ତୁତ ହେଉଥିବା ସ୍ଥାନକୁ ଦେଖିଲେ ଏମିତି ଅନୁମେୟ ହୁଏ । ଏଭଳି ଅସ୍ୱାସ୍ଥ୍ୟକର ସ୍ଥାନରେ ତିଆରି ଚାଲିଥିଲା ଗୁପଚୁପ । ନା ଅଛି ପରିଷ୍କାର ପରିଚ୍ଛନ୍ନତା, ନା ଅଛି କୌଣସି ଖାଦ୍ୟ ସୁରକ୍ଷାର ମାନଦଣ୍ଡ । ଅପରିଷ୍କାର ଓ ଦୁର୍ଗନ୍ଧମୟ ପରିବେଶରେ ତିଆରି ହେଉଥିଲା ହଜାର ହଜାର ଗୁପଚୁପ । ନିମ୍ନମାନର ତେଲ ସହିତ ବ୍ଯବହାର ହୋଇଥିଲା କେମିକାଲ ନାଲି ରଙ୍ଗ । ଘଟଣାସ୍ଥଳରୁ ପ୍ରସ୍ତୁତ ଗୁପଚୁପ, ତେଲ, ରଙ୍ଗ ଜବତ କରି ନଷ୍ଟ କରିଛି ପ୍ରଶାସନ ।କେଏମସି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ଗୁପଚୁପ୍ ବ୍ୟବସାୟୀଙ୍କ ଉପରେ ଯାଞ୍ଚ କରାଯିବା ସହ ଅପମିଶ୍ରିତ ଗୁପଚୁପ୍ ଓ ତିଆରି ସାମଗ୍ରୀକୁ ଘଟଣାସ୍ଥଳରେ ନଷ୍ଟ କରାଯାଇଛି । ପୂର୍ବରୁ ତାଗିଦ ଦିଆଯାଇଥିଲେ ମଧ୍ୟ ବ୍ୟବସାୟୀ ମାନେ ନିୟମ ମାନୁନଥିବା ଦେଖିବାକୁ ମିଳିଛି । ଆଗକୁ ବାଲିଯାତ୍ରା ଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ଚଢ଼ାଉ ଆହୁରି ଜୋରଦାର ହେବ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।ସେପଟ ଗୁପଚୁପ ବ୍ୟବସାୟୀ କହିଛନ୍ତି, ଆମେ ଲିପା ପୋଛା କରି ଗୁପଚୁପ ତିଆରି କରୁଛୁ । ଆମେ ଗରିବ ଲୋକ ଛାତଘର କେଉଁଠୁ ପାଇବୁ । ଏହା ବାସି ଖାଇବା ନୁହେଁ ତେଣୁ କାହାର କିଛି ଦେହ ଖରାପ ହେବନାହିଁ ।
Trending
- ପୁରୀ ବଡ଼ଦାଣ୍ଡରେ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ତିନି ଜଣ ହୋଟେଲ୍ କର୍ମଚାରୀ ଆହତ
- ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଦାୟିତ୍ୱ ତୁଲାଇବେ ମାନ୍ୟବର ବିଚାରପତି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ
- ଆଜିଠୁ ଲୋକଆସ୍ଥାର ମହାପର୍ବ ଛଟ୍ ପୂଜା,ଚାରିଦିନ ଧରି ଚାଲିବ ଏହି ମହାନ ଧାର୍ମିକ ଅନୁଷ୍ଠାନ,ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- କଣ୍ଟେନର ଟ୍ରକ୍ ଏବଂ ମିନିବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା,୨୩ ମୃତ
- ଷଷ୍ଠ ଦିନରେ ମହାସରସ୍ୱତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ
- ଲକ୍ଷ୍ମୀସାଗର ବୃଦ୍ଧା ହତ୍ୟାକାଣ୍ଡର ପର୍ଦ୍ଦାଫାଶ,ପୁରୁଣା ରାଗ ଓ ଗହଣା ଲୋଭରୁ ହତ୍ୟା କରିଥିଲା କିଲର କେୟାରଟେକର
- ଓଏଏସ୍ ସ୍ତରରେ ପୁଣି ବଡ଼ ଅଦଳବଦଳ , ୬ ଜଣ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ଦିଆଯାଇଥିବା ବେଳେ ୩ ଜଣଙ୍କ ପୂର୍ବ ବଦଳି ନିର୍ଦ୍ଦେଶ ବାତିଲ
- ରାଜ୍ୟରେ ସାଧାରଣ ବସ୍ଠାରୁ ଆରମ୍ଭ କରି ଏସି ଓ ସୁପର ପ୍ରିମିୟମ୍ ବସ୍ ପର୍ଯ୍ୟନ୍ତ ସବୁ ବର୍ଗର ବସ୍ ଭଡ଼ା ବୃଦ୍ଧି
- ପିଲାମାନଙ୍କ ଭିତରେ ଲୁଚି ରହିଥିବା ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ସୁରଭି ମହୋତ୍ସବ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଏୟାର ଇଣ୍ଡିଆ ବିମାନକୁ ହାଇଜାକ୍ ଧମକ,ଣେ ବ୍ୟକ୍ତି ଗିରଫ