ପୁରୀ ବଡ଼ଦାଣ୍ଡରେ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ତିନି ଜଣ ହୋଟେଲ୍ କର୍ମଚାରୀ ଆହତ
ପୁରୀ ବଡ଼ଦାଣ୍ଡରେ ବିସ୍ଫୋରଣ । ହୋଟେଲର ତଳ ମହଲାରେ ବିସ୍ଫୋରଣ । ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ । ତିନି ଜଣ ହୋଟେଲ୍ କର୍ମଚାରୀ ଆହତ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ନିଆଁ ଆୟତ୍ତ କରିଛି । ଜଣେ ଆଗ୍ନିକ ଆହତ ।
ପୁରୀ ବଡ଼ଦାଣ୍ଡ ସ୍ଥିତ ଏକ ହୋଟେଲରେ ଭୟଙ୍କର ବିସ୍ଫୋରଣ ହୋଇଛି । ହୋଟେଲର ତଳ ମହଲାରେ ଗ୍ୟାସ୍ ସିଲିଣ୍ଡର ଫାଟି ବିସ୍ଫୋରଣ ଘଟିଥିବା ଜଣାପଡିଛି । ବିସ୍ଫୋରଣରେ ବଡ଼ଦାଣ୍ଡରେ ବିଛାଡ଼ି ହୋଇପଡ଼ିଲା କାଚ । ଘଟଣାରେ ୩ ଜଣ ହୋଟେଲ କର୍ମଚାରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲିଭାଇବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।