ଆଜି ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ । ଏହି ଅବସରରେ ଶ୍ରୀକ୍ଷେତ୍ର ରେ ପ୍ରବଳ ଭକ୍ତ ଙ୍କ ଭିଡ । କାର୍ତ୍ତିକ କୃଷ୍ଣ ଅମାବାସ୍ୟା ତିଥିରେ ପୟା ଶ୍ରାଦ୍ଧ ଦେବାକୁ ଶ୍ରୀକ୍ଷେତ୍ରରେ ଜମିଛି ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଭିଡ । କାଉଁରିଆ ଜାଳି ଓ,ଦୀପଦାନ କରି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେଉଛନ୍ତି ଶ୍ରଦ୍ଧାଳୁ । ବଡ ବଡୁଆ ହୋ ଅନ୍ଧାରେ ଆସି ଆଲୋକ ଯାଅ…ଗଙ୍ଗା ଯାଅ,ଗୟା ଯାଅ,ବାଇଶି ପାହାଚେ ଗଡୁଥାଅ । ଏଭଳି କହି ପିତୃପୁରୁଷଙ୍କୁ ଆଲୋକ ବର୍ତ୍ତିକା ବା କାଉଁରିଆ ଦେଖାଇବାର ପରମ୍ପରା ରହିଛି । ପୟା ଶ୍ରାଦ୍ଧ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ୬ ପ୍ଲାଟୁନ୍ ପୁଲିସ ଫୋର୍ସ, ୪୦ ଜଣ ହୋମଗାର୍ଡ, ୨୦ ଜଣ ସବ୍-ଇନ୍ସପେକ୍ଟର ବା ଏସ ଆଇ, ୧୦ ଜଣ ଇନ୍ସପେକ୍ଟର, ୩ ଜଣ DSP ଏବଂ ୨ ଜଣ ଆଡିସନାଲ SP ଙ୍କୁ ନିୟୋଜିତ କରାଯାଇଛି ।
Trending
- ଆଜି ଆଲୋକର ପର୍ବ ଦୀପାବଳି ,ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର ,ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ
- ଆଜି ପବିତ୍ର ଦୀପାବଳି ବା ପୟାଶ୍ରାଦ୍ଧ , ଏହି ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ
- ପ୍ରଭୁ ଶ୍ରୀରାମଙ୍କ ପବିତ୍ର ନଗରୀ ଅଯୋଧ୍ୟାରେ ଧୁମ୍ଧାମରେ ପାଳିତ ହୋଇଛି ଦଶମ ଦୀପୋତ୍ସବ,୫୬ଟି ଘାଟରେ ପ୍ରଜ୍ୱଳିତ ହୋଇଛି ୩୦ ଲକ୍ଷ ଦୀପ
- ଦୀର୍ଘ ୪୫ ଦିନ ପରେ ଖୋଲିଲା କଳିଙ୍ଗା ଘାଟି
- ସୁନାର ଆକାଶଛୁଆଁ ଦର ଗ୍ରାହକଙ୍କ ଧନତେରସର ଉତ୍ସାହକୁ ସାମାନ୍ୟ କମାଇ ପାରିନାହିଁ,ଭୁବନେଶ୍ୱର ଏବଂ କଟକରେ ମୋଟ ବିକ୍ରି ୧୦୦ କୋଟିର ବେପାର
- ଗଞ୍ଜାମ ବନ୍ୟାଞ୍ଚଳ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ,ଚାଷୀଙ୍କ ଦୁଃଖ ଶୁଣି ଭାବପ୍ରବଣ ହେଲେ ନବୀନ
- କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଭେଟି,ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ୩ୟ ପର୍ଯ୍ୟାୟ ଶୁଭାରମ୍ଭ
- ଅମୃତସର-ନ୍ୟୁ ଜଲପାଇଗୁଡ଼ି କର୍ମଭୂମି ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ,୪ ବଗି ଜଳିପୋଡ଼ି ଛାରଖାର
- ରାତି ଅଧରେ ଗଫର ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ୨୫ ଦମକଳ ଗାଡ଼ି ନିୟୋଜିତ
- ବାଣ ବ୍ୟବସାୟକୁ ନେଇ କମିଶନରେଟ୍ ପୋଲିସର କଡ଼ା ନିୟମ,ବାଣ ବିକ୍ରି ପାଇଁ ୧୫୦ ଜଣଙ୍କୁ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ
Prev Post