ଭାରତୀୟ ସ୍ମାର୍ଟଫୋନ୍ ବଜାରକୁ ପୁଣିଥରେ ଫେରିଲା ଦେଶୀୟ ମୋବାଇଲ୍ ବ୍ରାଣ୍ଡ Karbonn,ନୂଆ Rebel ସିରିଜର ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ୍
ଭାରତୀୟ ସ୍ମାର୍ଟଫୋନ୍ ବଜାରକୁ ପୁଣିଥରେ ଫେରିଲା ଦେଶୀୟ ମୋବାଇଲ୍ ବ୍ରାଣ୍ଡ Karbonn । କମ୍ପାନୀ ଲଞ୍ଚ୍ କରିଛି ନିଜର ନୂଆ Rebel ସିରିଜର ଦୁଇଟି ସ୍ମାର୍ଟଫୋନ୍ । ଯାହାର ନାଁ ରହିଛି Karbonn Rebel ଏବଂ Rebel Pro। ବଡ଼ ବ୍ୟାଟେରୀ, ହାଇ ରିଫ୍ରେସ୍ ରେଟ୍ ଡିସପ୍ଲେ ଏବଂ Android 16 ଭଳି ଫିଚର୍ସ ସହ ଆସିଛି ଏହି ଦୁଇ ଫୋନ୍। ତେବେ କେତେ ରହିଛି ଏହାର ଦାମ୍ ଏବଂ କ’ଣ ରହିଛି ଫିଚର୍ସ, ଆସନ୍ତୁ ଜାଣିବା ।
ଫିଚର୍ସ:
Karbonn Rebelରେ ରହିଛି ୬.୭୫ ଇଞ୍ଚର HD+ LCD ଡିସପ୍ଲେ । ଏଥିରେ ୯୦Hz ରିଫ୍ରେସ୍ ରେଟ୍ ସହ ୬୫୦ ନିଟ୍ସ ବ୍ରାଇଟ୍ନେସ୍ ମିଳିବ । ସେହିପରି Rebel Proରେ ରହିଛି ୬.୭ ଇଞ୍ଚର HD+ LCD ଡିସପ୍ଲେ । ଯାହା ୧୨୦Hz ରିଫ୍ରେସ୍ ରେଟ୍ ଏବଂ ୭୨୦ ନିଟ୍ସ ବ୍ରାଇଟନେସ୍ ସପୋର୍ଟ କରିବ। ଉଭୟ ଫୋନରେ MediaTek Helio G81 ଅକ୍ଟାକୋର୍ ପ୍ରୋସେସର୍ ଦିଆଯାଇଛି । ଏହାସହ ୬GB RAM ଏବଂ ୧୨୮GB ଷ୍ଟୋରେଜ୍ ମିଳିବ । ମାଇକ୍ରୋ SD କାର୍ଡ ଜରିଆରେ ଷ୍ଟୋରେଜକୁ ୧TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ ।
କ୍ୟାମେରା ଏବଂ ବ୍ୟାଟେରୀ:
ଫଟୋଗ୍ରାଫି ପାଇଁ Karbonn Rebelରେ ରହିଛି ୫୦ ମେଗାପିକ୍ସେଲ୍ ରିୟର କ୍ୟାମେରା । ଅନ୍ୟପଟେ Rebel Proରେ ୬୪ ମେଗାପିକ୍ସେଲ୍ ରିୟର କ୍ୟାମେରା ସହ ୧୬ ମେଗାପିକ୍ସେଲ୍ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି । ବ୍ୟାଟେରୀ କ୍ଷେତ୍ରରେ Rebelରେ ରହିଛି ୭ ହଜାର mAhର ବଡ଼ ବ୍ୟାଟେରୀ । ଏହା ୧୮W ଫାଷ୍ଟ ଚାର୍ଜିଂ ସପୋର୍ଟ କରୁଛି । ଉଭୟ ସ୍ମାର୍ଟଫୋନ୍ Android 16 ଅପରେଟିଂ ସିଷ୍ଟମରେ କାମ କରିବ। କମ୍ପାନୀ ଦୁଇ ବର୍ଷର OS ଅପଗ୍ରେଡ୍ ଏବଂ ଦୁଇ ବର୍ଷର ସିକ୍ୟୁରିଟି ଅପଡେଟ୍ ଦେବାକୁ ପ୍ରତିଶ୍ରୁତି ଦେଇଛି । ଏହାବ୍ୟତୀତ IP64 ରେଟିଂ, ସାଇଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର୍, ଫେସ୍ ଅନଲକ୍, 4G କନେକ୍ଟିଭିଟି, ବ୍ଲୁଟୁଥ୍ 5.0, USB Type-C ଏବଂ ୩.୫ ଏମ୍ଏମ୍ ହେଡ୍ଫୋନ୍ ଜ୍ୟାକ୍ ଭଳି ଫିଚର୍ସ ମଧ୍ୟ ରହିଛି।
ପ୍ରାଇସ୍:
Karbonn Rebel ଏବଂ Rebel Pro ଉଭୟର ମୂଳ ମୂଲ୍ୟ ରହିଛି ୧୪ ହଜାର ୯୯୯ ଟଙ୍କା । ତେବେ ଲଞ୍ଚ୍ ଅଫରରେ Rebelକୁ ୧୧ ହଜାର ୯୯୯ ଟଙ୍କା ଏବଂ Rebel Proକୁ ୧୨ ହଜାର ୪୯୯ ଟଙ୍କାରେ କିଣିପାରିବେ ଗ୍ରାହକ । ଏହାସହ ୧ ହଜାର ଟଙ୍କାର ବ୍ୟାଙ୍କ ଡିସ୍କାଉଣ୍ଟ ମଧ୍ୟ ମିଳୁଛି । ଫଳରେ Rebelର ଦାମ୍ ୧୦ ହଜାର ୯୯୯ ଟଙ୍କା ଏବଂ Rebel Proର ଦାମ୍ ୧୧ ହଜାର ୪୯୯ ଟଙ୍କାକୁ ଖସି ଆସିବ । ଏହି ଫୋନ୍ ନଭେମ୍ବର ୪ ତାରିଖ ମଧ୍ୟାହ୍ନ ୧୨ଟାରୁ Amazonରେ ଆରମ୍ଭ ବିକ୍ରି ଆରମ୍ଭ ହୋଇଛି। ସେହିପରି Rebel Proରେ ୬ ହଜାର mAh ବ୍ୟାଟେରୀ ସହ ୨୦W ଫାଷ୍ଟ ଚାର୍ଜିଂ ସୁବିଧା ରହିଛି ।
ତେବେ ଏତେ ସବୁ ଫିଚର୍ସ ସହ ବଜେଟ୍ ସେଗମେଣ୍ଟରେ Karbonnର ଏହି ଦୁଇଟି ନୂଆ ସ୍ମାର୍ଟଫୋନ୍ ଗ୍ରାହକଙ୍କୁ କେତେ ଆକର୍ଷିତ କରୁଛି, ତାହା ଦେଖିବା ବାକି ରହିଲା ।