ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ: ରାହୁଲ ଗାନ୍ଧୀ ରହିବେ ଉପସ୍ଥିତ

ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବର ସାମ୍ନା କରିବେ ମୋଦି ସରକାର । ଆଜିଠାରୁ ୩ ଦିନ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୩୫ ଦିନ ପରେ ସାଂସଦ ପଦ ଫେରି ପାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ ରଖିବେ।  ଲୋକସଭାରେ ପ୍ରଥମ ଡିବେଟ୍…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇବେ। ହାଇକୋର୍ଟର ପୁରୁଣା କୋଠା ସମ୍ମିଳନୀ କକ୍ଷରେ ସକାଳ ୧୦ଟାରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ୨୦୨୨ ଜୁନ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା…

ଆଜିର ରାଶିଫଳ

ମେଷ ଆଳସ୍ୟ ଯୋଗୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ। ଟେନ୍‌ସନ କମିଯିବା ସକାଶେ ଚେଷ୍ଟା କରିବେ। ଗୃହସଜ୍ଜା ଉପକରଣ କ୍ରୟ କରିପାରନ୍ତି। ମନ ବିଚଳିତ ରହିବ। ବୃଷ…

ହାଇକୋର୍ଟରେ ଏଏସଆଇର ସତ୍ୟପାଠ; ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ନିହାତି ଆବଶ୍ୟକ

ହାଇକୋର୍ଟରେ ଏଏସଆଇର ସତ୍ୟପାଠ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ନିହାତି ଆବଶ୍ୟକ। କୋର୍ଟ ଯେତେ ଶୀଘ୍ର ନିର୍ଦ୍ଦେଶ ଦେବେ, ସେତେ ଶୀଘ୍ର ଆରମ୍ଭ ହେବ ମରାମତି କାର୍ଯ୍ୟ। ଶ୍ରୀଜିଉଙ୍କ ରତ୍ନଭଣ୍ଡାର ମାମଲାରେ  ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଏହି ନିର୍ଯାସ ରଖିଛି ଭାରତୀୟ ପ୍ରତ୍ନତତ୍ତ୍ୱ…

କାଲି ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବେ ମୋଦି ସରକାର

କେନ୍ଦ୍ରର କ୍ଷମତାସୀନ ନରେନ୍ଦ୍ର ମୋଦି ସରକାର ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବେ। ମଣିପୁର ପ୍ରସଙ୍ଗରେ  ଆସନ୍ତକାଲି ଦିନ ୧୨ଟାରୁ ଠାରୁ ୧୦ ତାରିଖ ସନ୍ଧ୍ୟା ୭ଟା ଯାଏ ଏହି ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

ରାଜ୍ୟସଭାରେ ମଧ୍ୟ ଦିଲ୍ଲୀ ସେବା ବିଲ୍ ପାରିତ

ରାଜ୍ୟସଭାରେ  ଦିଲ୍ଲୀ ସେବା ବିଲ୍ ପାରିତ ।  ରାଜ୍ୟସଭାରେ ସୋମବାର ଆଗତ ହୋଇଥିବା ଦିଲ୍ଲୀ ସେବା ବିଲ୍ ବହୁମତରେ ପାରିତ ହୋଇଯାଇଛି । ଦିଲ୍ଲୀ ସେବା ବିଲ୍ ସମର୍ଥନରେ ମୋଟ ୧୩୧ ଭୋଟ୍ ପଡ଼ିଥିଲା । ସେହିପରି ବିରୋଧରେ ୧୦୨ ଭୋଟ୍ ପଡ଼ିଥିଲା ।  କେନ୍ଦ୍ର ପକ୍ଷରୁ ଆଗତ ବିଲ୍ ସମର୍ଥନରେ ଅଧିକ ଭୋଟ…

ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆବେଦନ ଅବଧିର ସମୟ ସୀମା ବୃଦ୍ଧି

ଭୁବନେଶ୍ୱର : ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଆବେଦନ ଅବଧିର ଶେଷ ତାରିଖ ଅଗଷ୍ଟ ୭ ଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ କରାଗଲା ।ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ୨୦୨୩-୨୦୨୪ ପାଇଁ ହିତାଧିକାରୀ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଯୋଜନାରେ ଇଚ୍ଛୁକ…

କରୋନା ଭାଇରସର ନୂଆ ଭାରିଆଣ୍ଟ ଇଜି.୫.୧

ନୂଆଦିଲ୍ଲୀ:  ବ୍ରିଟେନରୁ କରୋନା ଭାଇରସର ନୂଆ ଭାରିଆଣ୍ଟ ଇଜି.୫.୧ ର ଦ୍ରୁତ ଗତିରେ ବ୍ୟାପୁଛି, ଯାହାକୁ ଏରିସ୍ ନାମରେ ନାମିତ କରାଯାଇଛି । କାରଣ ବର୍ତ୍ତମାନ ବ୍ରିଟେନରେ ଶୀତ ଆରମ୍ଭ ହେବାକୁ ଯାଉଛି, ଏଭଳି ପରିସ୍ଥିତିରେ କରୋନାର ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି…

ଏବେବି ୨୦ ଜଣଙ୍କ ପତ୍ତା ମିଳିନାହିଁ

ଡେରାଡୁନ: ଉତ୍ତରାଖଣ୍ଡ ଗୌରୀକୁଣ୍ଡରେ ଭୁସ୍ଖଳନ ବେଳେ ନିଖୋଜ ୨୦ ଜଣଙ୍କ ଏବେବି କୌଣସି ପତ୍ତା ମିଳିନାହିଁ  । ଉଦ୍ଧାରକାରୀ ଦଳ ଖୋଜାଖୋଜି ଜାରି ରଖିଛନ୍ତି  । କେଦାରନାଥ ଯାଉଥିବା ବେଳେ ଗୌରୀକୁଣ୍ଡରେ ବନ୍ୟା ଆସିବା ପରେ ଅଚାନକ ଭୂସ୍ଖଳନ ଯୋଗୁଁ ୨୦ ଜଣ ଭାସି ଯାଇଥିଲେ  । ଲଗାଣ ବର୍ଷା  ଓ…

ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ରୁମରେ ନିଆଁ

ନୂଆଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ ।  ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା । ଘଟଣା ସ୍ଥଳରେ ଦମକଳ ବାହିନୀର ୮ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଦ୍ୱିତୀୟ ମହଲାରେ ଥିବା ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିବା ପରେ ସେଠାରେ ଥିବା ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା ।…