ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ । ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ । ବଡ଼ପାହି ନିକଟରୁ ଠାବ କରିଛି ଉଦୟପୁର ବନବିଭାଗ । ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଛି।ଖବର ଅନୁଯାୟୀ, ମଙ୍ଗଳବାର ସକାଳୁ ଉଦୟପୁର ବନବିଭାଗର ଏକ ଟିମ ରଣକୋଠା ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଏହି ୫ଟି ଓରାଙ୍ଗଉଟାନକୁ ଦେଖି ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ସଂଗେ ସଂଗେ ବନବିଭାଗ ଏକ ସ୍ୱତନ୍ତ୍ର ଟିମ ଗଠନ କରି ସେମାନଙ୍କୁ ଠାବ କରିବାରେ ସଫଳ ହୋଇଥିଲେ। ଭାରତୀୟ ଜଙ୍ଗଲରେ ଓରାଙ୍ଗଉଟାନ ଦେଖା ଯାଉନଥିବା ବେଳେ ବାଲେଶ୍ବର ଉଦୟପୁର ଜଙ୍ଗଲକୁ ୫ ଟି ଓରାଙ୍ଗଓଟାନ କୋଉଠୁ କେମିତି ଆସିଲେ ସେନେଇ ଅନୁଧ୍ୟାନ କରୁଛି ବନବିଭାଗ।ସେପଟେ PCCF ପ୍ରେମ ଝା କହିଛନ୍ତି ଯେ, ବାଲେଶ୍ୱର ରଣକୋଠାରୁ ୫ ଓରାଙ୍ଗଉଟାନ ଠାବ କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । କେଉଁଠୁ ଆସିଲେ , କେମିତି ଆସିଲେ ତାହାର ତଦନ୍ତ କାରାଯିବ । ନନ୍ଦନକାନନରେ ତାଙ୍କୁ ରଖିବାକୁ ବ୍ୟବସ୍ଥା କରାଯିବ ।