ହାଇକୋର୍ଟରେ ଏଏସଆଇର ସତ୍ୟପାଠ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ନିହାତି ଆବଶ୍ୟକ। କୋର୍ଟ ଯେତେ ଶୀଘ୍ର ନିର୍ଦ୍ଦେଶ ଦେବେ, ସେତେ ଶୀଘ୍ର ଆରମ୍ଭ ହେବ ମରାମତି କାର୍ଯ୍ୟ। ଶ୍ରୀଜିଉଙ୍କ ରତ୍ନଭଣ୍ଡାର ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଏହି ନିର୍ଯାସ ରଖିଛି ଭାରତୀୟ ପ୍ରତ୍ନତତ୍ତ୍ୱ ସଂର୍ଭେକ୍ଷଣ ସଂସ୍ଥା। ସତ୍ୟପାଠରେ ଏଏସଆଇ ଦର୍ଶାଇଛି ଯେ, ଶେଷଥର ପାଇଁ ୨୦୧୮ ମସିହାରେ ବାହାର ଭଣ୍ଡାର ଅନୁଧ୍ୟାନ କରାଯାଇଥିଲା। ସେତେବେଳେ କାନ୍ଥ ଭିତରୁ ଫମ୍ଫା ଶବ୍ଦ ଆସୁଥିଲା। ଚଟାଣରେ ପଥର ପଡ଼ିଥିଲା। ଛାତରୁ ପାଣି ଗଳୁଥିବା ଦେଖିବାକୁ ମିଳିଥିଲା। ତେବେ ସେହି ଅନୁଧ୍ୟାନକୁ ଏହା ଭିତରେ ୫ ବର୍ଷ ବିତିଲାଣି। ଏହା ଭିତରେ ସଂରକ୍ଷଣ କାର୍ଯ୍ୟ ଆରମ୍ଭରେ ଆହୁରି ବିଳମ୍ବ ହୋଇଛି। ତେଣୁ ଏବେ ଅବିଳମ୍ବେ ମରାମତି ଆବଶ୍ୟକତା ରହିଥିବାରୁ କୋର୍ଟ ନିର୍ଦ୍ଦେଶ ଦେବା ମାତ୍ରେ ମରାମତି କାର୍ଯ୍ୟ ଆରମ୍ଭ କରାଯିବ
Trending
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
Next Post