ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା

ରାଜଧାନୀ ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳର ସତ୍ୟ ନିକେତନରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ଯାହା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଉକ୍ତ କୋଠାଟି ଶୁଶୁ ହଷ୍ଟେଲ ବୋଲି ଜଣାପଡିଛି । ଏହି ଦୁର୍ଘଟଣା ପରେ ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି ।

ଘଟଣାର ସୂଚନା ମିଳିବା ମାତ୍ରେ ଦମକଳ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଛି । ଉଦ୍ଧାରକାରୀ ଟିମ୍ ଭଗ୍ନାବଶେଷ ହଟାଇ ସେଥିରେ ଫସିଥିବା ଲୋକଙ୍କୁ ଖୋଜିବାର ପ୍ରକ୍ରିୟା ଜାରି ରହିଛି । ଏଥିସହ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ମଧ୍ୟ ପହଞ୍ଚି ଉଦ୍ଧାରକାରୀ ଟିମ୍କୁ ସାହାଯ୍ୟ କରୁଛନ୍ତି ।

ଅନ୍ୟପଟେ ଏହି ଦୁର୍ଘଟଣାରେ କେତେ ଜଣ ପ୍ରଭାବିତ ହୋଇଛନ୍ତି ଏବଂ ମୃତ୍ୟୁ କିମ୍ବା ଆହତ ଲୋକଙ୍କ ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ସେନେଇ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅଧିକାରିକ ନିଶ୍ଚିତକରଣକୁ ଅପେକ୍ଷା କରାଯାଉଛି ।

Leave a comment