ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଷଷ୍ଠ ଦିନ । ଷଷ୍ଠ ଦିନରେ ମହାସରସ୍ୱତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମାଆ। ମାଆ ଭଦ୍ରକାଳୀ ଆଜି ହାତରେ ବୀଣା ଧରିବା ସହିତ ହଂସକୁ ନିଜର ବାହାନ କରିଛନ୍ତି । ମାଆଙ୍କର ଏହି ଅପୂର୍ବ ବେଶକୁ ଦର୍ଶନ କରିବା ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗିରହିଛି ।
ସେହିପରି ଭାବେ ପୀଠରେ ଚାଲିଛି ବିଶ୍ଵଶାନ୍ତି ମହାଯଜ୍ଞ । ଗୀତା ପାଠ, ଚଣ୍ଡୀ ପାଠ, ବେଦ ପାଠ ଓ ନାମ ସଂକୀତ୍ତର୍ନରେ ପ୍ରକମ୍ପିତ ହେଉଛି ମାଆଙ୍କ ପୀଠ । ଆସନ୍ତାକାଲି ମହାଯଜ୍ଞ ଶେଷ ହେବା ସହିତ ମାଆ ମହାଲକ୍ଷ୍ମୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ।