ବଜାରକୁ ଆସିଲା Infinixର ନୂଆ ବଜେଟ୍ ଫ୍ରେଣ୍ଡଲି ଟାବଲେଟ୍,ବଡ଼ ଡିସପ୍ଲେ ସାଙ୍ଗକୁ ରହିଛି ଦମଦାର ବ୍ୟାଟେରୀ ଏବଂ AI ବେସ୍ଡ ଫିଚର୍ସ
ଟେକ୍ନୋଲୋଜି ବଜାରକୁ ଆସିଲା Infinixର ନୂଆ ବଜେଟ୍ ଫ୍ରେଣ୍ଡଲି ଟାବଲେଟ୍ । ବଡ଼ ଡିସପ୍ଲେ ସାଙ୍ଗକୁ ରହିଛି ଦମଦାର ବ୍ୟାଟେରୀ ଏବଂ AI ବେସ୍ଡ ଫିଚର୍ସ । ଖାସ୍ କଥା ହେଉଛି, ଏହି ଟାବଲେଟ୍ରେ ମିଳିବ ୧୧ ଇଞ୍ଚର Full HD+ ଡିସପ୍ଲେ । ତେବେ କେତେ ରହିଛି ଏହାର ଦାମ୍ ଏବଂ କ’ଣ ରହିଛି ଏହାର ଫିଚର୍ସ, ଆସନ୍ତୁ ଜାଣିବା ।
ଆମେ ଯେଉଁ ଦମଦାର୍ ଟାବଲେଟ୍ ବିଷୟରେ କହୁଛୁ ତା ନାଁ ହେଉଛି- Infinix Xpad 30 । ଗ୍ରାହକଙ୍କ ପାଇଁ ଏହି ନୂଆ ଟାବଲେଟ୍ ଟିକୁ ଆଣିଛି Infinix । କମ୍ପାନୀର ନୂଆ ଟାବଲେଟ୍ Xpad 30କୁ ଫିଲିପାଇନ୍ସ ବଜାରରେ ଲଞ୍ଚ କରାଯାଇଛି । ଏହାକୁ ଦୁଇଟି ଭାରିଆଣ୍ଟରେ ଉପଲବ୍ଧ କରାଯାଇଛି, ଯାହା ହେଉଛି- ୪GB RAM + ୧୨୮GB ଷ୍ଟୋରେଜ୍ ଏବଂ ୬GB RAM + ୧୨୮GB ଷ୍ଟୋରେଜ୍ ।
ଫିଚର୍ସ:
ଏହି ଟାବଲେଟର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ୧୧ ଇଞ୍ଚର Full HD+ IPS LCD ଡିସପ୍ଲେ । ଏଥିରେ ୯୦Hz ରିଫ୍ରେସ୍ ରେଟ୍ ସହ ୪୫୦ ନିଟ୍ସ ପିକ୍ ବ୍ରାଇଟନେସ୍ ମିଳିବ । ଡିସପ୍ଲେର ସୁରକ୍ଷା ପାଇଁ Panda MN228 କଭର୍ ଗ୍ଲାସ୍ ଦିଆଯାଇଛି । ଏହାସହ Low Blue Light ଓ Flicker Free ସାର୍ଟିଫିକେସନ୍ ମଧ୍ୟ ରହିଛି ।
ପ୍ରୋସେସିଂ ପାଇଁ ଏଥିରେ MediaTek Helio G88 ଚିପସେଟ୍ ବ୍ୟବହାର କରାଯାଇଛି । ଏହା ସହ ସର୍ବାଧିକ ୬GB RAM ଓ ୧୨୮GB ଇଣ୍ଟରନାଲ୍ ଷ୍ଟୋରେଜ୍ ମିଳିବ। ତେବେ ମାଇକ୍ରୋ SD କାର୍ଡ ମାଧ୍ୟମରେ ଷ୍ଟୋରେଜକୁ ୧TB ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇପାରିବ ।
କ୍ୟାମେରା କଥା କହିଲେ, ଟାବଲେଟର ଉଭୟ ଫ୍ରଣ୍ଟ ଓ ରିୟରରେ ମେଗାପିକ୍ସେଲ୍ କ୍ୟାମେରା ରହିଛି । ଏହାର ବ୍ୟାକ୍ ସାଇଡରେ LED ଫ୍ଲାସ୍ ଲାଇଟ୍ ମଧ୍ୟ ଦିଆଯାଇଛି । ଏଥିସହ IP52 ରେଟିଂ ଥିବାରୁ ଡଷ୍ଟ ଓ ୱାଟରରୁ ସୁରକ୍ଷା ମିଳିବ। ବ୍ୟାଟେରୀ କ୍ଷେତ୍ରରେ ମଧ୍ୟ ଏହି ଟାବଲେଟରେ ଭଲ ସୁବିଧା ରହିଛି । ଏଥିରେ ୭୨୦୦mAhର ବଡ଼ ବ୍ୟାଟେରୀ ସହ ୧୮ ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ଦିଆଯାଇଛି । କନେକ୍ଟିଭିଟି ପାଇଁ ୪G, LTE, 3G, Wi-Fi ଏବଂ Bluetooth 5.2 ଭଳି ଫିଚର୍ସ ରହିଛି।
ପ୍ରାଇସ୍:
ଏହି ଜବରଦସ୍ତ ଟାବଲେଟର ପ୍ରାରମ୍ଭିକ ମୂଲ୍ୟ ହେଉଛି ପ୍ରାୟ ୨୨ ହଜାର ଟଙ୍କା ରହିଛି । ଏଥିସହ Cloudline Blue, Lunar Lilac ଏବଂ Stellar Grey ଭଳି ତିନୋଟି ଆକର୍ଷଣୀୟ କଲରରେ ଏହା ଉପଲବ୍ଧ ହେବ । ତେବେ ବଡ଼ ଡିସପ୍ଲେ, ଦମଦାର ବ୍ୟାଟେରୀ ଏବଂ ଆକର୍ଷଣୀୟ ଫିଚର୍ସ ସହ Infinix Xpad 30 ଗ୍ରାହକଙ୍କ ପାଇଁ କେତେ ପପୁଲାର୍ ହେଉଛି, ତାହା ଆଗାମୀ ଦିନରେ ଜଣାପଡ଼ିବ ।