ମା’ ଦକ୍ଷିଣେଶ୍ଵରୀଙ୍କ କାଳୀପୂଜା ପାଇଁ ଉତ୍ସବମୁଖର ଚାନ୍ଦବାଲି। ଶତବାର୍ଷିକୀ ପାଳନ କରୁଛି କାଳୀପୂଜା କମିଟି । ଦୀପାବଳି ଅମାବାସ୍ୟାର ଅର୍ଦ୍ଧ ରାତ୍ରରୁ ରୀତିନୀତି ଅନୁସାରେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି। ରାତି ସାରା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭକ୍ତମାନେ ମାଆଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରୁଛନ୍ତି । ୭ଦିନ ଧରି ମା’ଙ୍କ ପୂଜା ଚାଲିବ। ପ୍ରତ୍ୟେକ ଦିନ ମାଆଙ୍କ ପାଖରେ ଷୋଡ଼ଶ ଉପଚାର ପୂଜା ସହ ଯଜ୍ଞ ଅନୁଷ୍ଠିତ ହେବ ।
ମା ଦକ୍ଷିଣେଶ୍ଵରୀ କାଳୀ ପୂଜା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରାତନ ବନ୍ଦର ନଗରୀ ସହର ଚାନ୍ଦବାଲି । ଦୀପାବଳି ଅମାବାସ୍ୟା ଅର୍ଦ୍ଧ ରାତ୍ର ରୁ ରୀତିନୀତି ଓ ବିଧି ବିଧାନ ଅନୁସାରେ ଚାନ୍ଦବାଲିର ମା ଦକ୍ଷିଣେଶ୍ଵରୀ କାଳୀଙ୍କ ପାଖରେ ଆରମ୍ଭ ହୋଇଛି ପୂଜାର୍ଚନା । ରାତି ସାରା ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭକ୍ତ ମାନେ ମା ଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରୁଛନ୍ତି ।
ତେବେ ଚଳିତ ବର୍ଷ ମାଙ୍କ ପୂଜା ସତ ବାର୍ଷିକ ରେ ପହଞ୍ଚି ଥିବାରୁ ବିଶେଷ ଭାବେ ବେଶ ଯାକ ଜମକରେ ସାତଦିନ ଧରି ପୂଜା ଅନୁଷ୍ଠିତ ହେବ । ପ୍ରତ୍ୟକ ଦିନ ମାଙ୍କ ପାଖରେ ଷୋଡଶ ଉପଚାର ପୂଜା ସହ ଯଂଜ୍ଞ ଅନୁଷ୍ଠିତ ହେବ । ପ୍ରଥା ଅନୁସାରେ ମାଙ୍କ ପାଖରେ ପ୍ରଥମ ଆଟିକା ଭୋଗ ଭକ୍ତଙ୍କର ଲାଗିହୋଇଥାଏ । ପୂଜା କୁ ଉପଭୋଗ କରିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ।