ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ । ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଉପ ସଭାପତି ଡଃ ନିହାର ରଞ୍ଜନ ମହାନ୍ତିଙ୍କ ସମେତ ୮ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର ହୋଇଛି । ତେବେ କୌଣସି ଅଭିଯୁକ୍ତଙ୍କୁ ବୋର୍ଡର କନ୍ଫିଡେନ୍ସିଆଲ କାମରେ ନିଯୁକ୍ତ ନକରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ତଦନ୍ତରେ ସହଯୋଗ କରିବା ଏବଂ ଟ୍ରାଏଲ କୋର୍ଟଙ୍କ ବିନା ଅନୁମତିରେ ଅଭିଯୁକ୍ତ ମାନେ ବିଦେଶ ଯାଇପାରିବେ ନାହିଁ ସର୍ତ୍ତ ରଖିଛନ୍ତି ହାଇକୋର୍ଟ ।ସୂଚନାଯୋଗ୍ୟ ଯେ, ଗତବର୍ଷ ଜୁଲାଇ ୧୯ ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ତାର ଗୋଟିଏ ଦିନ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେଲା । ଯାହା ଫଳରେ ପରୀକ୍ଷା ବାତିଲ ହେଲା । ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର । ଅଗଷ୍ଟ ୩ ତାରିଖରେ ଏହି ବୋର୍ଡର ଉପ ସଭାପତି ଥିବା ନିହାର ମହାନ୍ତି ଗିରଫ ହେଲେ । ପରେ ଆଉ ୭ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗିରଫଦାରୀ ପରଠାରୁ ସମସ୍ତ ଅଭିଯୁକ୍ତ ଜେଲ୍ରେ ଥିଲେ । ପ୍ରଶ୍ନପତ୍ର ପ୍ରଘଟ କାରଣରୁ ପ୍ରଥମେ ପରୀକ୍ଷା ବାତିଲ କରିଥିଲା ମାଧ୍ୟମିକ ଶିକ୍ଷା ପରିଷଦ । ଗତବର୍ଷ ସେପ୍ଟେମ୍ବର ୨୭ ତାରିଖରେ ହୋଇଥିଲା ସ୍ପେଶାଲ ଓଟିଇଟି ପରୀକ୍ଷା ।
Trending
- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ,ଦେଶବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ
- ଆଜି ପବିତ୍ର ବିଶ୍ବକର୍ମା ପୂଜା , ଦେବଶିଳ୍ପୀଙ୍କ ଆବାହାନ ପାଇଁ ଚଳଚଞ୍ଚଳ ଶିଳ୍ପାଞ୍ଚଳ
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ୱଲପୁର ଗସ୍ତ : ଦେଶର ୫୧ତମ ଓ ରାଜ୍ୟର ୩ୟ ଡଫଲର ରାଡାର ଉଦଘାଟନ
- ରାଷ୍ଟ୍ରପତି ଭବନରେ ଲାଞ୍ଜିଆ ସଉରାଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ
- ଝିରଘାଟି ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ ୧୦ ମାଓବାଦୀଙ୍କୁ ମୃତ୍ୟୁଦଣ୍ଡାଦେଶ
- ଶଙ୍ଖ ନଦୀରେ ବଡ଼ ଅଘଟଣ , ନଦୀରେ ବୁଡ଼ିଗଲେ 6 ନାବାଳିକା, 3 ମୃତ 3 ଉଦ୍ଧାର
- ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ,ଯେଉଁ ହିତାଧିକାରୀଙ୍କୁ ୨୧ ବର୍ଷ ବୟସ ହୋଇଥିବ ସେମାନେ କରିବେ ଆବେଦନ
- ଫ୍ରିଜ୍ ବିସ୍ଫୋରଣରେ ପରିବାରର ୪ ମୃତ,ବଞ୍ଚିଗଲେ ୨
- ଦାରା ସିଂଙ୍କ ଆଗୁଆ ଜେଲ୍ ମୁକ୍ତି ଆଶା କ୍ରମଶଃ କ୍ଷୀଣ,ପରବର୍ତ୍ତୀ ଶୁଣାଣି ପାଇଁ ଆଗାମୀ ସେପ୍ଟେମ୍ବର ୧୭ ତାରିଖ ସ୍ଥିର
- କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଘରେ ପହଞ୍ଚି ଗଣେଣଙ୍କ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ