ଆମେରିକାରୁ ସେନସେକ୍ସ ଏବଂ ନିଫ୍ଟିରେ ବୃଦ୍ଧି ହେବା ନେଇ ଖବର ଆସିବା ପରେ ଉଛୁଳିଥିଲା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ
ବିଗତ କିଛି ଦିନରେ ସେୟାର ବଜାର ଖସିଥିବାରୁ ହଇଚଇ ସୃଷ୍ଟି ହୋଇଛି । ଯାହାପରେ ସୋମବାର ସକାଳୁ କାରବାର ଜୋରଦାର ଭାବେ ଆରମ୍ଭ ହୋଇଛି । ଆମେରିକାରୁ ସେନସେକ୍ସ ଏବଂ ନିଫ୍ଟିରେ ବୃଦ୍ଧି ହେବା ନେଇ ଖବର ଆସିବା ପରେ ଉଛୁଳି ପଡ଼ିଥିଲା ସେୟାର ବଜାର । ଏମିତିକି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୩୦-ସେୟାର ସେନସେକ୍ସ ଖୋଲିବା ମାତ୍ରେ ୬୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିଲା । ସେହିପରି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୧୮୦ ପଏଣ୍ଟ ବୃଦ୍ଧି ପାଇଥିଲା । ଏହା ମଧ୍ୟରେ ଇଣ୍ଡିଗୋ ସେୟାର, ଇନ୍ଫୋସିସ୍, ଇଟରନାଲ ଭଳି ସେୟାର ବ୍ୟାକିଂ ଷ୍ଟକ୍ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ।
ଆମେରିକା- ଇରାନ୍ ବିବାଦର ସତ୍ୟତମ ରିପୋର୍ଟ ଆସିବା ପରେ ସେୟାର ବଜାରେରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ରିପୋର୍ଟ ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କୁଟନୈତିକ ସମାଧାନ ପାଇଁ ଅସ୍ଥାୟୀ ଭାବେ ଯୁଦ୍ଧ ବିରାମ ଦିଆଯାଇଛି । ଏହା ମଧ୍ୟରେ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ ଦେଖିବାକୁ ମିଳିଥିଲା । ଇରାନ ବିରୋଧରେ ବିଶାଳ ସାମରିକ ଆକ୍ରମଣର ଚେତାବନୀ ଦେଇଥିଲେ ଟ୍ରମ୍ପ ହେଲେ ହଠାତ୍ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଥିଲେ । ଇରାନ ଉପରେ ଆଉ କୌଣସି ଆକ୍ରମଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଏବେ ବିଶ୍ୱ ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି । ଯାହାପରେ ଆମେରିକାର ରାଜଦୂତ ମଧ୍ୟ କହିଛନ୍ତି ଯେ ଇରାନ୍ ସହିତ ଆଲୋଚନା ପାଇଁ ହିଁ ଏପରି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।
ସେୟାର ବଜାରର କାର ଉପରେ ନଜର ପକାଇଲେ ସପ୍ତାହର ପ୍ରଥମ ଦିନରେ, ବିଏସ୍ଇ ସେନ୍ସେକ୍ସ ୭୬,୬୦୮ ରେ ଖୋଲିଥିଲା, ଯାହା ଏହାର ପୂର୍ବ ବନ୍ଦ ୭୬,୦୫୯ ତୁଳନାରେ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । ଏହାର କିଛି ମିନିଟ୍ ମଧ୍ୟରେ ଏହା ୭୬,୬୯୬ ସ୍ତରରେ କାରବାର କରୁଥିବା ନଜର ଆସିଥିଲା ।
ବିଏସ୍ଇର ଲାର୍ଜ-କ୍ୟାପ କାଟେଗୋରୀରେ ସାମିଲ ଥିବା ଷ୍ଟକ୍, ଯେପରିକି ଇଣ୍ଡିଗୋ ସେୟାର (୩.୮୦%), ଇନଫୋସିସ୍ ସେୟାର (୩.୨୦%), ଇଟର୍ନାଲ୍ ସେୟାର (୨.୯୦%), ଏସିଆନ୍ ପେଣ୍ଟସ୍ ସେୟାର (୨.୫୪%), ବଜାଜ୍ ଫାଇନାନ୍ସ ସେୟାର (୨.୩୮%), ଏବଂ ଟିସିଏସ୍ ସେୟାର (୨.୪୦%) ବୃଦ୍ଧି ସହିତ କାରବାର କରୁଥିବା ଦେଖାଯାଇଥିଲା । ଏହା ବ୍ୟତୀତ ଟେକ୍ ମହିନ୍ଦ୍ରା, ଟ୍ରେଣ୍ଟ ଏବଂ ମାରୁତି ଭଳି ପ୍ରମୁଖ ଷ୍ଟକ୍ ମଧ୍ୟ ବୃଦ୍ଧି ସହିତ କାରବାର କରୁଥିଲେ ।