କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ପ୍ରହ୍ଲାଦ ଯୋଶୀ । ସେ ନିଜର ବର୍ତ୍ତମାନର ଦାୟିତ୍ୱ ସହ ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ । ପ୍ରହ୍ଲାଦ ଯୋଶୀ ବର୍ତ୍ତମାନ ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟର ଦାୟିତ୍ୱରେ ରହିଛନ୍ତି । ଆଜି ଅଫିସିଆଲ ଭାବେ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି ପ୍ରହ୍ଲାଦ ଯୋଶୀ ।
ନବନିଯୁକ୍ତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଦାୟିତ୍ବ ଏବଂ ବିନ୍ରମତା ଭାବନା ସହିତ ନିଜ ଦାୟିତ୍ବକୁ ସ୍ବୀକାର କରିଛନ୍ତି । ପ୍ରଧାନମନ୍ତ୍ରୀ ମୋତେ ଏକ ଦାୟିତ୍ବ ଦେଇଛନ୍ତି । ଯାହାକୁ ମୁଁ କର୍ତ୍ତବ୍ୟ ଭାବନା ଏବଂ ବିନମ୍ରତା ସହିତ ସ୍ବୀକାର କରୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତତ୍ବରେ ସରକାର ଦୀର୍ଘ ୧୨ ବର୍ଷରେ ଅନେକ ଐତିହାସିକ ଉପଲବ୍ଧିତା ହାସଲ କରିଛି । ଗତ ୪-୫ ବର୍ଷ ଭିତରେ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଜ କ୍ଷମତା ସହିତ ନିଜର ସର୍ବଶ୍ରେଷ୍ଠ ଦେବାକୁ ମୁଁ ଚେଷ୍ଟା କରିବି ।
ପ୍ରହ୍ଲାଦ ଯୋଶୀଙ୍କ ଜନ୍ମ ୨୭ ନଭେମ୍ବର ୧୯୬୨ରେ କର୍ଣ୍ଣାଟକର ବିଜୟପୁରାରେ ସାଧାରଣ ପରିବାରରେ ହୋଇଥିଲା । ପିଲାଦିନରୁ ସାମାଜିକ କାର୍ଯ୍ୟ ଏବଂ ଲୋକମାନଙ୍କ ହିତରେ କାମ କରିବାକୁ ଇଚ୍ଛୁକ ଥିଲେ । ଛାତ୍ର ଜୀବନରେ ବିଭିନ୍ ସାମାଜିକ ଗତିବିଧିରେ ସକ୍ରିୟ ରହି ଲୋକଙ୍କ ସମସ୍ୟା ବୁଝୁଥିଲେ ।