ଆଉ କିଛି ଦିନ ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ବିଜୟା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ ବିରଜା କ୍ଷେତ୍ର। ସେପଟେ ବିରଜା ରଥଯାତ୍ରାକୁ ଦେଖିବା ପାଇଁ ଅପେକ୍ଷା କରି ରହିଛନ୍ତି ଶ୍ରଦ୍ଧାଳୁ। ଅନ୍ୟପଟେ ରଥଯାତ୍ରା କମ୍ ଦିନ ଥିବାରୁ ଜୋରସୋରରେ ଚାଲିଛି ମା’ଙ୍କ ରଥ ନିର୍ମାଣ କାର୍ଯ୍ୟ। ତେବେ ବିରଜା ରଥଯାତ୍ରା ପାଇଁ ମନ୍ଦିର ଟ୍ରଷ୍ଟି ତଥା ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ରଥଯାତ୍ରାକୁ ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ।ମା’ ବିରଜାଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶକ୍ତି ପୀଠ ବିରଜା କ୍ଷେତ୍ର। ଦଶହରା ଅବସରରେ ଏହି ପୀଠରେ ମା’ଙ୍କ ରଥଯାତ୍ରା ୯ ଦିନ ବ୍ୟାପୀ ଅନୁଷ୍ଠିତ ହୁଏ। ମା’ଙ୍କ ମନ୍ଦିର ବେଢ଼ା ଚାରିପଟେ ବିଜୟା ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଇଥାନ୍ତି। ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ରଥଯାତ୍ରାରେ ସାମିଲ ହୋଇଥାନ୍ତି। ଆଉ ସମସ୍ତେ ମା’ଙ୍କୁ ରଥରେ ଦର୍ଶନ କରି ରଥ ଦଉଡ଼ି ଧରିବାକୁ ଅପେକ୍ଷା କରିଛନ୍ତି । ଦେଶର ସବୁ ଶକ୍ତି ପୀଠ ମଧ୍ୟରୁ ମା’ ବିରଜାଙ୍କ ପୀଠରେ କେବଳ ରଥଯାତ୍ରା ହୋଇଥାଏ ।ମା’ଙ୍କ ବିରଜା ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ୮/୧୦ ଜଣ କାରିଗର ରଥ ପ୍ରସ୍ତୁତିରେ ଲାଗିଛନ୍ତି । ଶୁଭ ସୁନିଆଁ ଠାରୁ ବିଲ୍ୱବରଣୀ ହୋଇ ମା’ଙ୍କ ରଥ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ୮୯୮ ଖଣ୍ଡ କାଠରେ ରଥ ନିର୍ମାଣ ଚାଲିଛି । ରଥର ଚକ ସଂଖ୍ୟା ୧୨ଟି ଥିବା ବେଳେ ରଥରେ ନବଗ୍ରହ, ଦଶଦିଗପାଳ ରହିଛନ୍ତି । ସ୍ୱୟଂ ବ୍ରହ୍ମା ହିଁ ରଥର ସାରଥୀ ସାଜିଥାନ୍ତି। ରଥର ଉଚ୍ଚତା ୫୬ ଫୁଟ୍ । ଶାନ୍ତିପୂର୍ଣ୍ଣ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥାର ଆୟୋଜନ କରାଯାଇଛି।
Trending
- ଆଜି ମାଆଙ୍କ ଷୋଡ଼ଶ ଉପଚାର ପୂଜାର ଦ୍ୱିତୀୟ ଦିନ,ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ଗଡ଼ ଚଣ୍ଡୀ
- ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଟେକା ମାଡ଼,କଡ଼ା କାର୍ଯ୍ୟାନୁଷ୍ଠାନ ଦାବି ନେଇ ଏସପି ଅଫିସ ଆଗରେ ବିଜେଡିର ଧାରଣା
- CEC ଜ୍ଞାନେଶ କୁମାରଙ୍କୁ ନେଇ ୨୦୦୬ ମାମଲାରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ
- ଜେନ୍ ଜି’ ଶବ୍ଦ ପରିବର୍ତ୍ତେ ‘ତରୁଣ ଭାରତ’ ଶବ୍ଦ ବ୍ୟବହାର କରିବାକୁ ଆହ୍ୱାନ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତୋମାର
- ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ଵରୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ,ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ
- ନୟାପଲ୍ଲୀରୁ CRP ଛକ, ସେଠାରୁ ଆମ ବସ୍ —CCTV ଯୋଡ଼ି ଯୋଡ଼ି ଶ୍ରୀଧର ପଣ୍ଡା ପାଖରେ ପହଞ୍ଚିଲା ପୋଲିସ
- ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପର୍ଯ୍ୟଟକ ଦେଖିଲେ ନୂଆ ପ୍ରଜାତିର ବିଦେଶୀ ଜୀବଜନ୍ତୁ,ଆଜିଠାରୁ ୧୧ଟି ନୂତନ ପ୍ରଜାତିର ମୋଟ ୩୬ଟି ପ୍ରାଣୀଙ୍କୁ ପର୍ଯ୍ୟଟକ ଦେଖିବା ପାଇଁ ପାଇଁ ଖୁଆଡ଼କୁ ଛଡ଼ା
- ଔଷଧ କମ୍ପାନୀରେ ବଏଲର ବିସ୍ଫୋରଣ, ୫ ମୃତ ୧୦ ଜଣ ଆହତ
- ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ନୋଏଡ଼ାରୁ ଛାତି ଥରାଇ ଦେବା ଭଲି ଘଟଣା ସାମ୍ନାକୁ ଆସିଛି,୪୩ ମହଲା କୋଠାରୁ ଡେଇଁଲେ ୩୫ ବର୍ଷୀୟ ଯୁବକ, ଘଟଣାସ୍ଥଳରେ ମୃତ