ଜେନ୍ ଜି’ ଶବ୍ଦ ପରିବର୍ତ୍ତେ ‘ତରୁଣ ଭାରତ’ ଶବ୍ଦ ବ୍ୟବହାର କରିବାକୁ ଆହ୍ୱାନ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତୋମାର

ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ନରେନ୍ଦ୍ର ସିଂହ ତୋମାର ଯୁବପିଢ଼ିଙ୍କ ପାଇଁ ‘ଜେନ୍ ଜି’ ଶବ୍ଦ ପରିବର୍ତ୍ତେ ‘ତରୁଣ ଭାରତ’ ଶବ୍ଦ ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି। ଇନ୍ଦୋରଠାରେ ଷ୍ଟେଟ୍ ପ୍ରେସ୍ କ୍ଲବ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ସେ କହିଛନ୍ତି ଯେ, ପରିବର୍ତ୍ତନ ହେଉଛି ପ୍ରକୃତିର ନିୟମ।  ନୂତନ ପିଢ଼ିକୁ ମୁକ୍ତ ମନରେ ସ୍ୱାଗତ କରିବା ଆବଶ୍ୟକ। ସାଧାରଣତଃ ୧୯୯୭ ରୁ ୨୦୧୨ ମସିହା ମଧ୍ୟରେ ଜନ୍ମଗ୍ରହଣ କରିଥିବା ଯୁବପିଢ଼ିଙ୍କୁ ‘ଜେନ୍ ଜି’ ବୋଲି କୁହାଯାଉଥିବା ବେଳେ ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ଏହାକୁ ‘ତରୁଣ ଭାରତ’ କହିବା ଅଧିକ ଗ୍ରହଣଯୋଗ୍ୟ ।

ବରିଷ୍ଠ ବିଜେପି ନେତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତୋମାର କହିଛନ୍ତି ଯେ, ଭାରତର ଯୁବପିଢ଼ି ଆଜି ଦେଶ ଏବଂ ବିଦେଶରେ ନିଜର ପ୍ରତିଭା ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରୁଛନ୍ତି। ପିଢ଼ିଗତ ପାର୍ଥକ୍ୟ ରହିବା ସ୍ୱାଭାବିକ । ଜଆମକୁ ଆମର ଚିନ୍ତାଧାରାର ପରିସରକୁ ବୃଦ୍ଧି କରିବା ସହ ଆଗାମୀ ଦିନରେ ଦେଶର ଦାୟିତ୍ୱ ନେବାକୁ ଯାଉଥିବା ପିଢ଼ିକୁ ସମ୍ମାନିତ କରିବାକୁ ହେବ। ବିଗତ ୧୦-୧୫ ବର୍ଷ ମଧ୍ୟରେ ଭାରତୀୟ ଯୁବକମାନେ ଅନେକ ନୂତନ ଗବେଷଣା ଓ ପରୀକ୍ଷା ନିରୀକ୍ଷା କରିଛନ୍ତି । ଏଥିପାଇଁ ଆମେ ଗର୍ବିତ ହେବା ଉଚିତ୍।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ପ୍ରଶଂସା କରି ସେ କହିଛନ୍ତି ଯେ, ଭାରତୀୟ ଯୁବପିଢ଼ି ଆଜି ବିଶ୍ୱ ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି। ଦେଶରେ ଷ୍ଟାର୍ଟ-ଅପ୍‌ ବିପ୍ଳବ ବିଷୟରେ ସେ କହିଛନ୍ତି ଯେ, ପୂର୍ବରୁ ଦେଶରେ ମାତ୍ର ୩୦୦ ରୁ ୪୦୦ ଷ୍ଟାର୍ଟ-ଅପ୍ ଥିବା ବେଳେ ଆଜି ହଜାର ହଜାର ସଂଖ୍ୟାରେ ଷ୍ଟାର୍ଟ-ଅପ୍ ଗଢ଼ିଉଠିଛି। ଏହି ସଫଳତା ପଛରେ ସେହି ଯୁବପିଢ଼ି ରହିଛନ୍ତି । ଯାହାଙ୍କୁ ସାଧାରଣତଃ ‘ଜେନ୍ ଜି’ କୁହାଯାଉଛି । କିନ୍ତୁ ସେ ସେମାନଙ୍କୁ ‘ତରୁଣ ଭାରତ’ ଭାବରେ ଅଭିହିତ କରିବାକୁ କହିଛନ୍ତି ।

Leave a comment