ନୋଏଡ଼ାରୁ ଛାତି ଥରାଇ ଦେବା ଭଲି ଘଟଣା ସାମ୍ନାକୁ ଆସିଛି,୪୩ ମହଲା କୋଠାରୁ ଡେଇଁଲେ ୩୫ ବର୍ଷୀୟ ଯୁବକ, ଘଟଣାସ୍ଥଳରେ ମୃତ
ନୋଏଡ଼ାରୁ ଛାତି ଥରାଇ ଦେବା ଭଲି ଘଟଣା ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷୀୟ ଯୁବକ ନୋଏଡାର ସେକ୍ଟର ୯୪ ସ୍ଥିତ ସୁପରନୋଭା ସୋସାଇଟିରେ ୪୩ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯୁବକ ଏତେ ଉଚ୍ଚରୁ ଡେଇଁବା ଫଳରେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଯାଇଛି। ରକ୍ତ ଛିଟା କୋଠାର ପରିସର ଚାରି ଅଡ଼େ ପଡ଼ିଛି। ମୃତକ ଯୁକବ ହେଉଛନ୍ତି ସମ୍ଭବ ଜୈନ। ସେ ଗୁରୁଗ୍ରାମର ମାନେସର କ୍ଷେତ୍ରର ବାସିନ୍ଦା। ଯୁବକଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନି। ଘଟଣାର ସୂଚନା ମିଳିବା ମାତ୍ରେ ସେକ୍ଟର ୧୨୬ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।
ପୋଲିସ ଅନୁସାରେ, ସମ୍ଭବ ଜୈନ ସ୍ପାୟରା ବିଲ୍ଡିଂରେ ଗୋଟିଏ ଦିନ ରହିବା ପାଇଁ ଏକାକୀ ଆସିଥିଲେ। ସେ ଅନଲାଇନରେ ରୁମ୍ ବୁକ୍ କରିବା ପରେ ଶୁକ୍ରବାର ଦିନ ଅପରାହ୍ନ ପ୍ରାୟ ୩ଟା ସମୟରେ ସେଠାରେ ପହଞ୍ଚିଥିଲେ। ଏହି ଘଟଣା ଘଟିବା ପୂର୍ବରୁ ଏସି ମରାମତି କରୁଥିବା ଏକ ଟିମ୍ ପାଖ ଫ୍ଲାଟରେ କାମ କରୁଥିଲେ। ଯେତେବେଳେ ସେମାନେ ଦେଖିଲେ ସମ୍ଭବ ବାଲକୋନି ରେଲିଂରେ ଝୁଲିଛନ୍ତି, ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳେକୁ ସମ୍ଭବ ୪୩ତମ ମହଲାରୁ ଡେଇଁ ପଡ଼ିଥିଲେ। ଆଉ ସେ ଡେଇଁବାର ବିଚଳିତ କରିଦେବା ପରି ଭିଡିଓ ସାମ୍ନାକୁ ଆସିଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ସମ୍ଭବ ଏହି ଉଚ୍ଚ କୋଠାର ବାଲକୋନୀର ରେଲିଂରୁ ତଳକୁ ଡେଇଁ ପଡ଼ୁଛନ୍ତି। ଆଉ ତଳେ ଏକ ବିସ୍ଫୋରଣ ପରି ଶବ୍ଦ ଶୁଭୁଛି। ଆଉ ଏହି ଘଟଣାର ଦୃଶ୍ୟ ଦେଖଣାହାରୀ ନିଜ ମୋବାଇଲରେ କଏଦୀ କରିଛନ୍ତି। ପୋଲିସ କହିଛି ଯେ, ସମ୍ଭବ ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ କୋଠାର ବାଲକୋନୀରୁ ଡେଇଁଛନ୍ତି। ଗୁରୁତର ଆହତ ହେବା ସହ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି।
ଘଟଣାର ସୂଚନା ମିଳିବା ମାତ୍ର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି। ଫରେନ୍ସିକ ଟିମ ଘଟଣାସ୍ଥଳରେ ଯାଞ୍ଚ କରି ଆବଶ୍ୟକୀୟ ପ୍ରମାଣ ସଂଗ୍ରହ କରୁଛନ୍ତି। ବିଲ୍ଡିଂରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଚଳାଇଛି।ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କୁ ପୋଲିସ ମଧ୍ୟ ପଚରା ଉଚୁରା କରିଛି। ଲୋକଙ୍କ କହିବା କଥା ସମ୍ଭବ ମାନସିକ ଅବସାଦରେ ଥିବା ପରି ଜଣା ପଡ଼ୁଥିଲେ। ପୋଲିସ ପରିବାର ଲୋକଙ୍କୁ ଘଟଣା ବିଷୟରେ ଅବଗତ କରାଇ ଦେଇଛି। ପ୍ରାରମ୍ଭିକ ପଚରା ଉଚୁରାରୁ ଜଣା ପଡ଼ିଛି ଯେ ସମ୍ଭବ ଋଣଭାରରେ ବୁଡ଼ି ରହିଥିଲା। ଆର୍ଥିକ ଚାପ ଦେଇ ଗତି କରିବା ସହ ଘଟଣା ଘଟିବାର ଚାରି ଦିନ ପୂର୍ବରୁ ଘରୁ ନିଖୋଜ ଥିଲା। ତେବେ ପୋଲିସ ଆତ୍ମହତ୍ୟାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚଳାଇଛି।