Vivo T5 Lite ଓ Vivo T5 Proର ନୂଆ ଭାରିଆଣ୍ଟ ଲଞ୍ଚ,ତେବେ ଏହାର ସେଲ୍‌ ଆଗାମୀ Big Billion Days Saleରେ ଆୟୋଜିତ ହେବ

Vivo ଚଳିତ ବର୍ଷ ଜୁଲାଇ ଏବଂ ଏପ୍ରିଲରେ ଲଞ୍ଚ ହୋଇଥିବା Vivo T5 Lite ଓ Vivo T5 Proର ନୂଆ ଭାରିଆଣ୍ଟ ଲଞ୍ଚ କରିଛି । Vivoର ଏହି ଦୁଇଟି ଫୋନ୍ ମିଡ୍‌-ବଜେଟ୍‌ ସେଗମେଣ୍ଟରେ ଆସୁଛି । ନୂଆ ଭାରିଆଣ୍ଟଗୁଡ଼ିକୁ ଉଭୟ ଫୋନର ସବୁଠାରୁ କମ୍ ଷ୍ଟୋରେଜ୍‌ ଅପ୍ସନ୍‌ ଭାବେ ବଜାରକୁ ଅଣାଯାଇଛି । କମ୍ପାନୀ ଉଭୟ ଫୋନର ନୂଆ ଭାରିଆଣ୍ଟକୁ Flipkartରେ ଲିଷ୍ଟ କରିଛି । ତେବେ ଏହାର ସେଲ୍‌ ଆଗାମୀ Big Billion Days Saleରେ ଆୟୋଜିତ ହେବ ।

Vivo T5 Lite ଓ Vivo T5 Proର ଫିଚର୍ସ:

Vivo T5 Liteରେ ୬.୭୪ ଇଞ୍ଚର HD+ ଡିସପ୍ଲେ ଦିଆଯାଇଛି, ଯାହା ୧୨୦Hz ରିଫ୍ରେଶ୍ ରେଟ୍ ସପୋର୍ଟ କରେ । କମ୍ପାନୀ ଏଥିରେ LCD ପ୍ୟାନେଲ୍‌ ବ୍ୟବହାର କରିଛି । ଅନ୍ୟପଟେ, Vivo T5 Proରେ ୬.୮୩ ଇଞ୍ଚର AMOLED ଡିସପ୍ଲେ ମିଳିଛି । ଏହି ଫୋନ୍‌ ୧୪୪Hz ରିଫ୍ରେଶ୍ ରେଟ୍ ସପୋର୍ଟ କରେ । ଡିସପ୍ଲେର ରେଜଲୁସନ୍‌ 1.5K ପିକ୍ସେଲ୍‌ ରହିଛି । Vivo T5 Liteରେ କମ୍ପାନୀ MediaTek Dimensity 6300 ଚିପସେଟ୍‌ ବ୍ୟବହାର କରିଛି । ଏଥିରେ ୬GB RAM ଏବଂ ୨୫୬GB ପର୍ଯ୍ୟନ୍ତ ଷ୍ଟୋରେଜ୍‌ ସପୋର୍ଟ ମିଳିବ । ଫୋନରେ ୬,୫୦୦mAh ବ୍ୟାଟେରୀ ଦିଆଯାଇଛି, ଯାହା ସହ ୪୪W ୱାୟାର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି । ଫୋନଟି IP65 ରେଟେଡ୍‌ ହୋଇଥିବାରୁ ପାଣିରେ ଭିଜିଲେ ମଧ୍ୟ ସୁରକ୍ଷିତ ରହିବ।

ସେହିପରି Vivo T5 Proରେ Qualcomm Snapdragon 7s Gen 4 ଚିପସେଟ୍‌ ଦିଆଯାଇଛି । ଏଥିରେ ୧୨GB RAM ଏବଂ ୨୫୬GB ପର୍ଯ୍ୟନ୍ତ ଷ୍ଟୋରେଜ୍‌ ସପୋର୍ଟ ମିଳିବ । ଫୋନରେ ୯,୦୨୦mAhର ଦମଦାର ବ୍ୟାଟେରୀ ଦିଆଯାଇଛି, ଯାହା ୯୦W ୱାୟାର୍ଡ ଫାଷ୍ଟ ଚାର୍ଜିଂ ସପୋର୍ଟ କରେ। ଏହା IP68 + IP69 ରେଟେଡ୍‌, ଅର୍ଥାତ୍‌ ପାଣିରେ ବୁଡ଼ିଗଲେ ମଧ୍ୟ ଫୋନ୍‌ ସୁରକ୍ଷିତ ରହିବ। କ୍ୟାମେରା ବିଷୟରେ କହିଲେ, Vivo T5 Liteର ପଛ ପଟେ ୫୦MP ମେନ୍ କ୍ୟାମେରା ସହ ଏକ ସେକେଣ୍ଡାରୀ କ୍ୟାମେରା ଦିଆଯାଇଛି। ସେଲ୍ଫି ଓ ଭିଡିଓ କଲିଂ ପାଇଁ ଏଥିରେ ୫MP କ୍ୟାମେରା ମିଳିବ।

ପ୍ରାଇସ୍:

Vivo T5 Proରେ ୫୦MP ମେନ୍ କ୍ୟାମେରା ସହ ୨MP ବୋକେହ୍ କ୍ୟାମେରା ଦିଆଯାଇଛି । ସେଲ୍ଫି ପାଇଁ ଏଥିରେ ୩୨MP କ୍ୟାମେରା ମିଳିବ । ଏହି ଦୁଇଟି ଫୋନ୍‌ Android 16 ଉପରେ ବେସ୍ଡ OriginOS 6 ଅପରେଟିଂ ସିଷ୍ଟମରେ କାମ କରେ । Vivo T5 Liteର ନୂଆ 4GB RAM + 64GB Storage ଭାରିଆଣ୍ଟକୁ Flipkartରେ ଲିଷ୍ଟ କରାଯାଇଛି । ଏହି ଫୋନର ଦାମ ୩୦,୯୯୯ ଟଙ୍କା ରହିଛି । ଏହା ପୂର୍ବରୁ ଭାରତରେ 4GB RAM + 128GB ଷ୍ଟୋରେଜ୍, 6GB RAM + 128GB ଷ୍ଟୋରେଜ୍ ଏବଂ 6GB RAM + 256GB ଷ୍ଟୋରେଜ୍‌ ଭାରିଆଣ୍ଟରେ ଲଞ୍ଚ ହୋଇଥିଲା ।

ସେହିପରି, Vivo T5 Proର ନୂଆ 6GB RAM + 128GB Storage ଭାରିଆଣ୍ଟ ମଧ୍ୟ Flipkartରେ ଲିଷ୍ଟ ହୋଇଛି । ଏହାର ଦାମ ୪୯,୯୯୯ ଟଙ୍କା ରହିଛି । ଏହି ଫୋନକୁ ପୂର୍ବରୁ 8GB RAM + 128GB, 8GB RAM + 256GB ଏବଂ 12GB RAM + 256GB ଭାରିଆଣ୍ଟରେ ଲଞ୍ଚ କରାଯାଇଥିଲା । Vivoର ଏହି ଦୁଇଟି ନୂଆ ଭାରିଆଣ୍ଟକୁ ‘Coming Soon’ ନାମରେ ଲିଷ୍ଟ କରାଯାଇଛି। ଉଭୟ ଫୋନକୁ Flipkart Big Billion Days Sale ସମୟରେ ଉପଲବ୍ଧ କରାଯିବ ।

Leave a comment