Browsing Tag

#metro tv

ଆଜି ଏସବିଆଇ ର ଡିଜିଟାଲ ସର୍ଭିସ ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନାହିଁ

ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)ର ଡିଜିଟାଲ ସର୍ଭିସ ଆସନ୍ତା ୩ ଘଣ୍ଟା ପାଇଁ କାମ କରିବନାହିଁ। ବାର୍ଷିକ ସମାପନ କାର୍ଯ୍ୟ ପାଇଁ ଡିଜିଟାଲ ସର୍ଭିସ ବନ୍ଦ ରହିବ। ଆଜି ଦିନ ଗୋଟାଏରୁ ଅପରାହ୍ଣ ୪ ପର୍ଯ୍ୟନ୍ତ ଡିଜିଟାଲ ସର୍ଭିସ ବନ୍ଦ ରହିବ। ଏହି ସମୟରେ ୟୁପିଆଇ ଲାଇଟ୍‌‌ କିମ୍ବା ଏଟିଏମ ବ୍ୟବହାର…

ଦିଲ୍ଲୀରେ ପାଳନ ହେବ ଓଡ଼ିଶା ପର୍ବ, ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଘୋଷଣା

ଦିଲ୍ଲୀରେ ପାଳନ ହେବ ଓଡ଼ିଶା ପର୍ବ । ଆଗାମୀ ଦିନରେ ଧୂମଧାମରେ ପାଳନ ହେବ ଓଡ଼ିଶା ପର୍ବ । ରାଜଧାନୀର ଛାତି ଉପରେ ଦିଲ୍ଲୀ ସରକାର ପାଳିବେ ଓଡ଼ିଶା ପର୍ବ । ଉତ୍କଳ ଦିବସରେ ଏନେଇ ବଡ଼ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ତେବେ ଉତ୍କଳ ଦିବସ ଅବସରରେ ଓଡିଆଙ୍କ ଆରାଧ୍ୟ…

ଆଜିଠୁ ବଦଳିପାରେ ପାଣିପାଗର ମିଜାଜ,୫ ଦିନ ଯାଏଁ ବର୍ଷା ସମ୍ଭାବନା ନେଇ ଆଲର୍ଟ ଜାରି

ରାଜ୍ୟରେ ଟାଇଁ ଟାଇଁ ଖରା ହେଉଥିବା ବେଳେ ଆଜିଠୁ ବଦଳିପାରେ ପାଣିପାଗର ମିଜାଜ । ଆଗାମୀ ୫ ଦିନ ଯାଏଁ ବର୍ଷା ସମ୍ଭାବନା ନେଇ ଆଲର୍ଟ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨ ଦିନ ଯାଏଁ  ଖରା ସହିତ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକା ବର୍ଷା…

୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଆଜି ଓଡ଼ିଶା ପୋଲିସର ପ୍ରତିଷ୍ଠା ଦିବସ । ୯୦ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହେଉଛି । ଭୁବନେଶ୍ବର ରିଜର୍ଭ ପୋଲିସ ପଡ଼ିଆରେ କମିଶନରେଟ୍ ପୋଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ସେହିପରି ସୁନ୍ଦରଗଡର…

ଓଡ଼ିଆ ଜାତିର ପରିଚୟ, ସଂସ୍କୃତି ଓ ଗରିମାର ସ୍ମରଣ କରାଏ ଉତ୍କଳ ଦିବସ

ଆଜି ଏପ୍ରିଲ୍ ୧, ୨୦୨୫, ଓଡ଼ିଶା ଦିବସ ବା ଉତ୍କଳ ଦିବସ ରାଜ୍ୟରେ ବହୁ ଉତ୍ସାହର ସହ ପାଳନ କରାଯାଉଛି। ୧୯୩୬ ମସିହାରେ ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା, ଯାହା ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ପ୍ରଥମ ଉଦାହରଣ। ଏହି ଐତିହାସିକ ଦିନ ଓଡ଼ିଆ ଜାତିର ପରିଚୟ,…

ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ

ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି।  ଗତଥର ବିଜେତା କୋଲକାତା ନାଇଟ୍ ରାଇଡର୍ସକୁ ୮ ୱିକେଟ୍‌ରେ ହରାଇ ପଏଣ୍ଟ୍‌ ଖାତା ଖୋଲିବା ସହ ଶେଷ ସ୍ଥାନରେ ରହିବାର ଅପଯଶ ଦୂର କରିଛି। କୋଲକାତା ସୋମବାର ମାତ୍ର ୧୧୭ ରନ୍‌ର ଲକ୍ଷ୍ୟ ଦେଇଥିଲା।…

ଜାଣନ୍ତୁ ଆଜିର ରାଶିଫଳ

ମେ‌ଷ: ଚାକିରିଆଙ୍କ ଲାଗି ଦିନଟି ଭଲ। ଆପଣଙ୍କ ମନରେ ଅଧିକ ଅର୍ଥ ରୋଜଗାରର ବିଚାର ଆସିବ। କଠିନ ପରିସ୍ଥିତିରେ କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ। ବୃଷ: ଭ୍ରମଣରେ ଯାଆନ୍ତୁ ଲାଭ ହେବ। ଆପଣଙ୍କର କଠିନ ପରିଶ୍ରମ ଫଳଦାୟୀ ସାବ୍ୟସ୍ତ ହେବ। ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ କିଛି ଶିଖିବାକୁ…

ରାତି ପାହିଲେ ଓଡ଼ିଶା ପାଳିବ ଉତ୍କଳ ଦିବସ

ରାତି ପାହିଲେ ଓଡ଼ିଶା ପାଳିବ ଉତ୍କଳ ଦିବସ। କିନ୍ତୁ ବିନା ଦ୍ୱିଧାରେ କୋଟିଆରେ ପ୍ରବେଶ କରୁଛି ଆନ୍ଧ୍ର। ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ୨୧ଟି ଗ୍ରାମକୁ ନେଇ ଅନେକ ବର୍ଷ ଧରି ତିକ୍ତତା ଲାଗି ରହିଛି। ସୀମା ବିବାଦ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ତଥାପି କୋଟିଆ ମୋହ ଛାଡ଼ି…

ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ର ପରୀକ୍ଷଣ ଆରମ୍ଭ

ଭାରତର ପ୍ରଥମ ହାଇଡ୍ରୋଜେନ୍ ଚାଳିତ ଟ୍ରେନ୍ ହରିୟାଣାର ୮୯ କିଲୋମିଟର ଦୀର୍ଘ ଜିନ୍ଦ-ସୋନିପତ ରୁଟରେ ଆଜି ଏହାର ପରୀକ୍ଷଣ ଆରମ୍ଭ କରିଛି। ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି ଦ୍ୱାରା ନିର୍ମିତ ଏହି ଇକୋ ଫ୍ରେଣ୍ଡଲି ଟ୍ରେନ୍ ସ୍ଥାୟୀ ପରିବହନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।…

ଏପ୍ରିଲ ୧ରୁ ଅନେକ ଆର୍ଥିକ ନିୟମ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି

୨୦୨୫ ଏପ୍ରିଲ ୧ରୁ ଅନେକ ଆର୍ଥିକ ନିୟମ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହାର ପ୍ରଭାବ ସାରା ଦେଶରେ ୟୁପିଆଇ ବ୍ୟବହାରକାରୀ, କ୍ରେଡିଟ୍ କାର୍ଡଧାରୀ ଏବଂ ପେନସନଭୋଗୀଙ୍କ ଉପରେ ପଡିବ।  ନୂଆ ଆୟକର ସ୍ଲାବ୍ କେନ୍ଦ୍ର ବଜେଟ୍ ୨୦୨୫ରେ ଆଗତ ହୋଇଥିବା ନୂଆ ଆୟକର ସ୍ଲାବ୍ ସହିତ…