Browsing Tag

#india

ରୁଷରୁ ଭାରତ ଆସୁଛି ବହୁ ପ୍ରତୀକ୍ଷିତ ଚତୁର୍ଥ S-400

‘ଅପରେସନ ସିନ୍ଦୂର’କୁ ବର୍ଷେ ପୂରିବାକୁ ଯାଉଛି। ଆଉ ଏହାର ଠିକ୍ ପୂର୍ବରୁ ଭାରତ ବାୟୁ ସୁରକ୍ଷା ସହ ଜଡ଼ିତ ଏକ ଗୁରୁତ୍ବପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷ ବହୁ ପ୍ରତୀକ୍ଷିତ ଚତୁର୍ଥ S-400 ଏୟାର ଡିଫେନ୍ସ ସିଷ୍ଟମ ଭାରତ ପଠାଇଛି। ଏହା ମେ ମାସ ମଧ୍ୟ ଭାଗ ସୁଦ୍ଧା ଭାରତୀୟ ବନ୍ଦରରେ…

କେନ୍ଦୁଝରକୁ ପୂର୍ବ ଭାରତର ଦ୍ୱିତୀୟ ଜାମସେଦପୁର ଭାବେ ଗଢ଼ିତୋଳିବାକୁ ଘୋଷଣା- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବିକଶିତ ସମାଜର ପରିଚୟ ହେଉଛି ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା। ଏଣୁ ଖଣିଜ ସମ୍ପଦରେ ଭରା କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ପାଇଁ ଆମେ ପ୍ରତିବଦ୍ଧ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲ ଅଂଚଳର ଉଚ୍ଚବାଲି…

ସକାଳ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବା ପାଇଁ ପରାମର୍ଶ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୨୮ରୁ ମେ ୧ ଯାଏଁ ସାମାନ୍ୟ ଆଶ୍ୱସ୍ତି ମିଳିବ ସତ କିନ୍ତୁ ତାପରେ ପୁଣି ଆରମ୍ଭ ହୋଇଯିବ ଗ୍ରୀଷ୍ମ ଜ୍ୱାଳା। ଏପରିକି ରାଜ୍ୟର ପ୍ରମୁଖ ସହରରେ ତାପମାତ୍ରା ୪୫ ପାର୍ ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ଏହାକୁ ନେଇ ସଜାଗ ହୋଇଛନ୍ତି ରାଜ୍ୟ…

ଫୁଟୁଛି ପଶ୍ଚିମ ଓଡ଼ିଶା

ଉପକୂଳ ଓଡ଼ିଶାରେ ଅଳ୍ପ କିଛି ସ୍ଥାନରେ ତାପମାତ୍ରା ଖସିଛି। କିନ୍ତୁ ପଶ୍ଚିମ ଓଡ଼ିଶା ସେମିତି ତାତିରେ ଫୁଟୁଛି । ଅଗ୍ନିବର୍ଷାରୁ ମୁକ୍ତି ମିଳିନି । ସୋମବାର ଝାରସୁଗୁଡ଼ାରେ ସର୍ବାଧିକ ୪୪.୭ ଡିଗ୍ରୀ ରେକର୍ଡ ହୋଇଥିଲା । ସେହିପରି ବରଗଡ଼ରେ ୪୩.୯, ବୌଦ୍ଧରେ ୪୩.୫, ବଲାଙ୍ଗୀରରେ ୪୩.୩, ସମ୍ବଲପୁର ଓ…

ଆଧୁନିକ ଓଡ଼ିଶାର ବିନ୍ଧାଣୀ ମଧୁସୂଦନ ଦାସଙ୍କ ୧୭୮ ତମ ଜନ୍ମ ଜୟନ୍ତୀ , ଓକିଲ ଦିବସ ପାଳୁଛି ସାରା ଓଡ଼ିଶା

ଆଧୁନିକ ଓଡ଼ିଶାର ବିନ୍ଧାଣୀ । ​ଜାତିର ଗୌରବ । ସ୍ୱାଭିମାନର ପ୍ରତୀକ, ମଧୁସୂଦନ ଦାସ । ​୧୭୮ ବର୍ଷ ପୂର୍ବେ ଜନ୍ମ ନେଇଥିଲେ । ୨୮ ଅପ୍ରେଲ, ୧୮୪୮ରେ କଟକର ସତ୍ୟଭାମାପୁର ମାଟିରେ ଜନ୍ମ । ଏହି ଦିନକୁ ସାରା ଓଡ଼ିଶା ‘ସ୍ୱାଭିମାନ ଦିବସ’ ଏବଂ ‘ଓକିଲ ଦିବସ’ ଭାବେ ଗର୍ବର ସହ ପାଳନ କରୁଛି । ସେ…

ଆଜିର ରାଶିଫଳ

ମେଷ: ଆଜି ଏକ ଶୁଭ ଏବଂ ଫଳପ୍ରଦ ଦିନ ହେବ । ଆପଣ କାର୍ଯ୍ୟରେ ସଫଳତା ପାଇବେ ଏବଂ ଆର୍ଥିକ ଲାଭ ପାଇବେ । ଚାକିରି କରୁଥିବା ଲୋକଙ୍କ ପାଇଁ, ସ୍ଥାନ ପରିବର୍ତ୍ତନ ଏବଂ ଆୟ ବୃଦ୍ଧିର ସୁଯୋଗ ମିଳିବ । ପାରିବାରିକ ବାତାବରଣ ଅନୁକୂଳ ରହିବ, ଏବଂ ପରିବାର ସଦସ୍ୟଙ୍କ ସହିତ ମନୋରଞ୍ଜନ ଏବଂ ଉପଭୋଗରେ…

ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍, ଭକ୍ତଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ହେବ…

ବିଶ୍ଵପ୍ରସିଦ୍ଧ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ହେବ ସଟଲ ସର୍ଭିସ୍ ।  ବିଶେଷ କରି କୌଣସି ଜଟିଳ କିମ୍ବା ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ସଟଲ ସର୍ଭିସ୍ ମାଧ୍ୟମରେ ଶ୍ରଦ୍ଧାଳୁ ପ୍ରସ୍ଥାନ କରିପାରିବେ ।  ଭକ୍ତଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ ହେବ ୧୬୦୦ ଶୌଚାଳୟ । ଏହା ମଧ୍ୟରେ କିଛି…

ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଶେଷ,ଏପ୍ରିଲ ୨୯ରେ ଭୋଟିଂ

ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ସୋମବାର ସନ୍ଧ୍ୟାରେ ଶେଷ ହୋଇଛି । ଶେଷ ଦିନରେ ହାଇଭୋଲଟେଜ୍ ପ୍ରଚାର ସହ ମତଦାତାଙ୍କୁ ଭୋଟ ଦେବାକୁ ନିବେଦନ କରିଛନ୍ତି ସବୁ ପାର୍ଟି । ପ୍ରଚାର ମୈଦାନରେ ଟିଏମସି ଏବଂ ବିଜେପି ମଧ୍ୟରେ ଜୋରଦାର ହୋଇଛି ବାକ୍ ଯୁଦ୍ଧ । ଆରୋପ…

ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ୧୮ଟି ଦୁର୍ଗମ ଗ୍ରାମରେ ସ୍ୱାସ୍ଥ୍ୟସେବା ଯୋଗଇଲା ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ…

ବେଦାନ୍ତ ଆଲୁମିନିୟମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍‌ (ଏମ୍‌ଏଚ୍‌ୟୁ) ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ୧୮ଟି ଦୁର୍ଗମ ଗ୍ରାମର ୫୦,୦୦୦ରୁ ଅଧିକ ବାସିନ୍ଦାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛି । ଗତ ତିନି ବର୍ଷରେ କମ୍ପାନି ୩୦୦୦ ରୁ ଅଧିକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜନ କରିଛି।…

ଜାପାନରେ ପୁଣି ଭୂକମ୍ପ ,ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ

ଜାପାନରେ ପୁଣି ଭୂକମ୍ପ । ଜାପାନର ଉତ୍ତର ଦ୍ଵୀପ ହୋକାଇଡୋରେ ଆଜି ସକାଳୁ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଭୋର ୫:୨୪ ମିନିଟରେ ଏହି ଭୂକମ୍ପ ହୋଇଥିବା ଜାପାନ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଖବର…