ଆଜି ଧନତରେସ,ବିଭିନ୍ନ ସୁନା ଗହଣା ଦୋକାନରେ ଲୋକଙ୍କ ଭିଡ

ଆସନ୍ତାକାଲି କାଳିପୂଜା । ଆଜି ଧନତରେସ । ଦୀପାବଳି ପୂର୍ବରୁ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧିର ପର୍ବ ଧନତରେସ ପାଳନ କରାଯାଏ । ହିନ୍ଦୁ ଧର୍ମରେ ଏହି ଦିନରେ ବିଶେଷ ମହତ୍ୱ ରହିଛି । ଧାର୍ମିକ ବିଶ୍ୱାସ ଅନୁଯାୟୀ ଧନତେରସରେ ଶୁଭ ମୁହୂର୍ତ୍ତରେ ସୁନା, ରୁପା ଓ ନୂଆ ସାମଗ୍ରୀ କିଣିବା ଦ୍ୱାରା ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ ।

ତେଣୁ ବିଭିନ୍ନ ସୁନା ଗହଣା ଦୋକାନରେ ଲୋକଙ୍କ ଭିଡ ଜମିଛି । ଏହାକୁ ଦୃଷ୍ଟିରେ ରଖି ଦୋକାନୀମାନେ ମଧ୍ୟ ଆକର୍ଷଣୀୟ ଅଫର ରଖିଛନ୍ତି । ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ନୂଆ ନୂଆ ଜିଡାଇନର ଗହଣା ସହୁ ସୋରୁମ୍‌ରେ ଉପଲବ୍ଧ ହେଉଛି । ଆଜି ବେପାର ଭଲ ଜମିବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି ।

ଏହା ବ୍ୟତୀତ ଝାଡ଼ୁ, ଧନିଆ ମଞ୍ଜି ଏବଂ ଲକ୍ଷ୍ମୀ-ଗଣେଷଙ୍କ ମୂର୍ତ୍ତି କଣିବାର ମଧ୍ୟ ପରମ୍ପରା ରହିଛି । ଅନେକ ଲୋକ ଏହି ଦିନ ଗାଡ଼ି, ଇଲେକ୍ର୍ଟୋନିକ୍ସ ସାମଗ୍ରୀ ଓ ଘରୋଇ ଉପକରଣ କିଣିଥାନ୍ତି । ଅନ୍ୟପକ୍ଷରେ ଧାର୍ମିକ ବିଶ୍ୱାସ ଅନୁଯାୟୀ ଏହି ଦିନ ଲୁହା ଓ ଧାରୁଆ ଜିନିଷ କିଣିବାରୁ ଦୂରେଇ ରହିବାକୁ କୁହାଯାଏ ।

Leave a comment