ସବୁଠାରୁ ଶସ୍ତା ଫୋନ୍ ଲଞ୍ଚ କଲା Realme,ଜାଣନ୍ତୁ ଏହାର ଫଚର୍ସ
Realme ଭାରତରେ ଏହାର ସବୁଠାରୁ ଶସ୍ତା ଫୋନ୍ ଲଞ୍ଚ କରିଛି । ଯାହାର ବ୍ୟାଟେରୀ 8000mAh ରହିଛି । ଏହି Realme ଫୋନଟି ଏକ ପାୱାରଫୁଲ୍ ବ୍ୟାଟେରୀ, ମିଲିଟ୍ରି-ଗ୍ରେଡ୍ ଡ୍ୟୁରେବିଲିଟି ଏବଂ IP65 ୱାଟର ଏବଂ ଡଷ୍ଟ ରସିଷ୍ଟାନ୍ସ ପ୍ରଦାନ କରେ । ଏହା Realme P4 ସିରିଜର ସବୁଠାରୁ ଶସ୍ତା ଫୋନ୍ । ଏହାର ଲୁକ୍ ଏବଂ ଡିଜାଇନ୍ ପୁରୁଣା Samsung ଫୋନ୍ ସହିତ ସମାନ । ବ୍ୟକରେ ଏକ ତ୍ରିପଲ୍ ଭର୍ଟିକାଲ ଆଲାଇନ୍ କ୍ୟାମେରା ମଡ୍ୟୁଲ୍ ଏବଂ LED ଲାଇଟ୍ ଦେଖାଯାଇପାରିବ ।
ଫିଚର୍ସ:
ଏହି ବଜେଟ୍ ଫ୍ରେଣ୍ଡଲି Realme ଫୋନଟି ୬.୭୮-ଇଞ୍ଚ ଡିସପ୍ଲେ ସହିତ ଆସିଥାଏ । ଏହି ଡିସପ୍ଲେ 144Hz ରିଫ୍ରେସ୍ ରେଟ୍ ଏବଂ ୧୨୦୦ ନିଟ୍ସ ପର୍ଯ୍ୟନ୍ତ ପିକ୍ ବ୍ରାଇଟନେସକୁ ସପୋର୍ଟ କରେ । ଏହି ଫୋନଟି ତିନୋଟି କଲର ଅପ୍ସନରେ ଉପଲବ୍ଧ ଯାହା ହେଉଛି- ଟାଇଟାନିୟମ୍ ଗ୍ଲେର୍, ସିଲଭର ଗ୍ଲେର୍ ଏବଂ ଲାଭେଣ୍ଡର୍ ଗ୍ଲେର୍ ।
ଏହି ଫୋନଟି MediaTek Dimensity 6300 ଚିପସେଟ୍ ଦ୍ୱାରା ପରିଚାଳିତ, 8GB RAM ଏବଂ 128GB ପର୍ଯ୍ୟନ୍ତ ଷ୍ଟୋରେଜ୍ ସହିତ ଆଡ୍ ହୋଇଛି । ଫୋନର ଷ୍ଟୋରେଜକୁ microSD କାର୍ଡ ମାଧ୍ୟମରେ ଏକ୍ସପାଣ୍ଡ କରାଯାଇପାରିବ । ଏଥିରେ MIL-STD-810H ମିଲିଟ୍ରି-ଗ୍ରେଡ୍ ଡ୍ୟୁରେବିଲିଟି ଏବଂ IP65 ରେଟିଂ ସହିତ ଏକ ବଡି ରହିଛି ।
ଏଥିସହ ଜାଣିରଖନ୍ତୁ ଯେ, Realme P4R ରେ ଏକ ପାୱାରଫୁଲ୍ 8,000mAh ବ୍ୟାଟେରୀ ଅଛି । କମ୍ପାନୀ 45W ୱାୟର୍ଡ ଫାଷ୍ଟ ଚାର୍ଜିଂ ସାମିଲ୍ । ଏହା Android 16 ଉପରେ ବେସ୍ଡ Realme UI ରେ ଚାଲିଥାଏ । ଫୋନରେ ଏକ ବଡ଼ ଭାପ ଚାମ୍ବର କୁଲିଂ ସିଷ୍ଟମ ରହିଛି, ଯାହା ଗେମିଂ ସମୟରେ ଫୋନକୁ ଅଧିକ ଗରମ ହେବାରୁ ରୋକିଥାଏ । ଏହାର ବ୍ୟାକରେ ଡୁଆଲ୍ କ୍ୟାମେରା ସେଟଅପ୍ ରହିଛି, ଯେଉଁଥିରେ 50MP ପ୍ରାଇମେରୀ କ୍ୟାମେରା ଏବଂ ସେଲଫି ଏବଂ ଭିଡିଓ କଲିଂ ପାଇଁ ଏକ୍ସଟ୍ରା 8MP ଫ୍ରଣ୍ଟ କ୍ୟାମେରା ରହିଛି । ଫୋନର କ୍ୟାମେରା AI ଫିଚର୍ସ ସହିତ ଲେସ୍ ।
ପ୍ରାଇସ୍:
ଏହି Realme ଫୋନ୍ ତିନୋଟି ଷ୍ଟୋରେଜ୍ ଭାରିଆଣ୍ଟରେ ଉପଲବ୍ଧ ଯାହା ହେଉଛି- 4GB RAM + 128GB ଷ୍ଟୋରେଜ୍, 6GB RAM + 128GB ଷ୍ଟୋରେଜ୍ ଏବଂ 8GB RAM + 128GB ଷ୍ଟୋରେଜ୍ ରହିଛି । ଏହାର ପ୍ରାରମ୍ଭିକ ମୂଲ୍ୟ ୧୮,୯୯୯ ଟଙ୍କା ଏବଂ ଅନ୍ୟ ଦୁଇଟି ଭାରିଆଣ୍ଟର ମୂଲ୍ୟ ଯଥାକ୍ରମେ ୨୦,୯୯୯ ଏବଂ ୨୨, ୯୯୯ ରହିଛି । କମ୍ପାନୀ ଏହି ଫୋନରେ ୨୦୦୦ ଟଙ୍କାର ଇନଷ୍ଟାଣ୍ଟ ବ୍ୟାଙ୍କ ଡିସକାଉଣ୍ଟ ପ୍ରଦାନ କରୁଛି । ଏହା ସହିତ, ନୋ-କଷ୍ଟ EMI ଅପ୍ସନଗୁଡ଼ିକ ତିନି ମାସ ପର୍ଯ୍ୟନ୍ତ ଉପଲବ୍ଧ ।
ଏହି ଶସ୍ତା Realme ଫୋନର ପ୍ରଥମ ସେଲ୍ ୧୭ ଜୁନ୍ ୨୦୨୬ ଦିନ ମଧ୍ୟାହ୍ନ ୧୨ଟାରେ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ଏବଂ Realme ର ୱେବସାଇଟରେ ଅନୁଷ୍ଠିତ ହେବ । ଏଥିସହ ଯଦି ଆପଣ ଏକ ସୁପରଫାଷ୍ଟ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ଫୋନଟି ଆପଣମାନଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ।