ପାହାଡ଼ପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ହାତ ହଲାଇ ଜନତାଙ୍କୁ ଜଣାଇଲେ ଅଭିବାଦନ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ବାୟୁସେନା ହେଲିକପ୍ଟର ଯୋଗେ ଆସି ସେ ପାହାଡ଼ପୁର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ହେଲିପ୍ୟାଡ୍ ଚାରିପାଖରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ହେଲିକପ୍ଟରରୁ ଓହ୍ଲାଇ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଉପସ୍ଥିତ ଥିବା ବିଶାଳ ଜନସମୁଦ୍ରକୁ ଦେଖି ହାତ ହଲାଇ ଶ୍ରଦ୍ଧାର ସହ ସମସ୍ତଙ୍କ ଅଭିବାଦନ ଗ୍ରହଣ କରିଛନ୍ତି। ‘ମୋଦି ମୋଦି’ ନାରାରେ ସାରା ପାହାଡ଼ପୁର ଅଞ୍ଚଳ ଏବେ ପ୍ରକମ୍ପିତ ହୋଇଉଠିଛି।

ପାହାଡପୁରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ଶାଶୁଘର ଗାଁରେ ଅଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀଙ୍କୁ ଗାଁ ବୁଲାଉଛନ୍ତି ରାଷ୍ଟ୍ରପତି। ଆଦିବାସୀ ଧର୍ମପୀଠରେ ପୂଜାର୍ଚ୍ଚନା କଲେ ପ୍ରଧାନମନ୍ତ୍ରୀ। ପାହାଡପୁର ଗୋଷାଣୀ ପୀଠରେ ରାଷ୍ଟ୍ରପତିଙ୍କ ସହ ମିଶି ଏକାଠି ପୂଜାର୍ଚ୍ଚନା କଲେ, ଗଛ ଲଗାଇଲେ ପ୍ରଧାନମନ୍ତ୍ରୀ। ସମୃଦ୍ଧ ଆଦିବାସୀ ପରମ୍ପରା ନେଇ ପ୍ରଧାନମନ୍ତ୍ରୀଙ୍କୁ ବୁଝାଇଲେ ରାଷ୍ଟ୍ରପତି।
ଏହାସହ ଏସଏଲଏସ ସ୍କୁଲ୍ ଯାଇ ପିଲାଙ୍କ ସହ ଭାବର ଆଦାନପ୍ରଦାନ କଲେ। ପାହାଡପୁରରେ ରାଷ୍ଟ୍ରପତିଙ୍କ ସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି। ଦକ୍ଷତା ବିକାଶ କେନ୍ଦ୍ର (ସ୍କିଲ୍ ସେଣ୍ଟରରେ) ହିତାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ନେତୃବୃନ୍ଦ ମଧ୍ୟ ସାମିଲ ଅଛନ୍ତି।

Leave a comment