ପାହାଡ଼ପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ହାତ ହଲାଇ ଜନତାଙ୍କୁ ଜଣାଇଲେ ଅଭିବାଦନ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ବାୟୁସେନା ହେଲିକପ୍ଟର ଯୋଗେ ଆସି ସେ ପାହାଡ଼ପୁର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ହେଲିପ୍ୟାଡ୍ ଚାରିପାଖରେ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା। ହେଲିକପ୍ଟରରୁ ଓହ୍ଲାଇ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଉପସ୍ଥିତ ଥିବା ବିଶାଳ ଜନସମୁଦ୍ରକୁ ଦେଖି ହାତ ହଲାଇ ଶ୍ରଦ୍ଧାର ସହ ସମସ୍ତଙ୍କ ଅଭିବାଦନ ଗ୍ରହଣ କରିଛନ୍ତି। ‘ମୋଦି ମୋଦି’ ନାରାରେ ସାରା ପାହାଡ଼ପୁର ଅଞ୍ଚଳ ଏବେ ପ୍ରକମ୍ପିତ ହୋଇଉଠିଛି।

ସେଠାରୁ ପ୍ରଧାନମନ୍ତ୍ରୀ ସିଧାସଳଖ ମୁଖ୍ୟ ସଭାସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି, ଯେଉଁଠାରେ ସେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚ ବାଣ୍ଟିବେ ଏବଂ ରାଜ୍ୟବାସୀଙ୍କୁ ୪୭,୬୦୦ କୋଟି ଟଙ୍କାର ମେଗା ପ୍ରକଳ୍ପର ଭେଟି ଦେବେ।

Leave a comment