ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି କ୍ରମରେ ରାଷ୍ଟ୍ରପତି ପ୍ରଥମେ ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି। ଅବଶ୍ୟ ପ୍ରତିକୂଳ ପାଗ ଯୋଗୁ ଏଠାରେ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ରାଇରଙ୍ଗପୁରକୁ ହେଲିକପ୍ଟର ଯୋଗେ ଆସିବାର ଥିଲା। କିନ୍ତୁ ପାଗ ଖରାପ ଯୋଗୁ ସଡ଼କପଥରେ ରାଷ୍ଟ୍ରପତି ରାଇରଙ୍ଗପୁରରେ ପହଞ୍ଚିଛନ୍ତି।

ସୂଚନାଥାଉକି, ସନ୍ଧ୍ୟାରେ ରାଇରଙ୍ଗପୁର ଉପଖଣ୍ଡ ସରକାରୀ ଚିକିତ୍ସାୟଳୟ ପରିସରରେ ଅନୁଷ୍ଠିତ ଏମ୍ସ ଦ୍ୱାରା ପରିଚାଳିତ ମେଗା ସ୍ୱାସ୍ଥ୍ୟ କ୍ୟାମ୍ପକୁ ଉଦଘାଟନ କରିବେ । ପରେ ସେଠାରୁ ସଡ଼କ ପଥରେ ରାଇରଙ୍ଗପୁରସ୍ଥିତ ନିଜ ଘରକୁ ଯିବେ । ସେଠାରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି । ପରଦିନ ଅର୍ଥାତ୍ ଶନିବାର ସକାଳ ୧୦ଟା ୨୦ରେ ରାଷ୍ଟ୍ରପତି ଦାଣ୍ଡବୋଷ ବିମାନବନ୍ଦରରୁ ହେଲିକପ୍ଟର (ଏମ୍ଆଇ-୧୭) ଯୋଗେ ଦିଘିବେଡ଼ା ହେଲିପ୍ୟାଡରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ ଯାଇ ପୂର୍ବାହ୍ଣ ୧୧ଟା ସୁଦ୍ଧା ପାହାଡ଼ପୁରସ୍ଥିତ ଘରକୁ ଯିବେ ।

Leave a comment