ରାଇରଙ୍ଗପୁରରେ ମୋଦୀଙ୍କ ଅଭିଭାଷଣ। ରାଜ୍ୟ ସରକାରଙ୍କ ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁର ସମାବେଶରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଅଭିଭାଷଣରେ ରାଷ୍ଟ୍ରପତିଙ୍କୁ ଆଜି ଜନ୍ମଦିନ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ମୟୂରଭଞ୍ଜ ଝିଅ ଆଜି ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହୋଇଛନ୍ତି।ରାଷ୍ଟ୍ରପତିଙ୍କ ଗାଁକୁ ଆସି ଶୁଭକାମନା ଜଣାଇବାର ସୁଯୋଗ ମିଳିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତି ବନାଇଥିବା ସ୍କୁଲ ଯାଇ ପିଲାଙ୍କ ସହ ମିଶିଲେ ପ୍ରଧାନମନ୍ତ୍ରୀ ମୋଦୀ। ମୋଦୀ କହିଛନ୍ତି ଯେ,ପିଲାମାନଙ୍କୁ ପଚାରିବାରୁ ସେମାନେ କହିଲେ ଆଜି ରାଷ୍ଟ୍ରପତି ନୁହେଁ,ସେମାନଙ୍କ ମାଆ ଆସିଥିବା କହିଲେ। ପାହାଡ଼ପୁରକୁ ‘ସୂର୍ଯ୍ୟଗ୍ରାମ’ ଭାବେ ତିଆରିର ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ, ଲୋକେ ମାଗଣା ସେବା ପାଇବେ ବୋଲି ମୋଦୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ବରେ ବିକାଶ ଦ୍ରୁତ ଗତିରେ ବଢ଼ୁଛି।ସବୁ କ୍ଷେତ୍ରରେ ଓଡ଼ିଶାର ବିକାଶ ପାଇଁ ପୁଞ୍ଜି ଆସି ଚାଲିଛି ବୋଲି ମୋଦୀ କହିଛନ୍ତି। ଉତ୍କର୍ଷ ଓଡ଼ିଶା ପାଇଁ ୨୦ ଲକ୍ଷ କୋଟିର ପ୍ରତିଶ୍ରୁତି ମିଳିଛି।ଶକ୍ତି କ୍ଷେତ୍ର ପାଇଁ ୬ ହଜାର କୋଟିର ପୁଞ୍ଜି ଆସିଛି। ଡବଲ ଇଞ୍ଜିନ ସରକାର ଲୋକଙ୍କ ପାଖରେ ପହଞ୍ଚି ପାରିଛି ବୋଲି ମୋଦୀ କହିଛନ୍ତି। ସୁଭଦ୍ରା ଯୋଜନା, ଆୟୁଷ୍ମାନ ଭାରତ ରାଜ୍ୟରେ ଲାଗୁ ହୋଇଛି ।ସ୍ବଚ୍ଛ ଭାରତ ଅଭିଯାନରେ ଓଡ଼ିଶା ପ୍ରଶଂସନୀୟ କାର୍ଯ୍ୟ କରୁଛି ଏଥିପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି । ପିଏମ ଜନମନ ଯୋଜନା ରାଷ୍ଟ୍ରପତିଙ୍କ ପାଇଁ ହିଁ ଆରମ୍ଭ ହୋଇଛି । ଜନଜାତି ଲୋକଙ୍କ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି। ମୟୂରଭଞ୍ଜରେ ଆଉ ଏକ ନବୋଦୟ ବିଦ୍ୟାଳୟ ପାଇଁ ଅନୁମତି ଦେଉଛି ବୋଲି ମୋଦୀ କହିଛନ୍ତି। ଆସନ୍ତାକାଲିର ଯୋଗଦିସରେ ଅଧିକରୁ ଅଧିକ ସାମିଲ ହୁଅନ୍ତୁ ପ୍ରଧାନମନ୍ତ୍ରୀ କହିଛନ୍ତି।
Trending
- ‘ମେହେର ମୁଣ୍ଡା’କୁ କରମୁକ୍ତ ଘୋଷଣା
- ରାଷ୍ଟ୍ରପତିଙ୍କ ଗାଁକୁ ମୋଦୀଙ୍କ ବଡ ଭେଟି
- ମୟୂରଭଞ୍ଜରେ ମହାମେଳି: ଗୋଟିଏ ମଞ୍ଚରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଓଡ଼ିଶାକୁ ୪୭,୬୦୦ କୋଟିର ଭେଟି
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ: ଶୁଭେଚ୍ଛା ପତ୍ର ଓ ସ୍ମାରକୀ ପ୍ରଦାନ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
- ପାହାଡ଼ପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ହାତ ହଲାଇ ଜନତାଙ୍କୁ ଜଣାଇଲେ ଅଭିବାଦନ
- ଆସନ୍ତାକାଲିର ସଭା ଭାରତ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ : ମନମୋହନ ସାମଲ
- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ନିଜ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅବରୋଧ କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଦିଲ୍ଲୀ ହାଇକୋର୍ଟ ସମର୍ଥନ ଜଣାଇଛନ୍ତି
- NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ , ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍ ଭେରିଫିକେସନ୍
- କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଘରେ ୮ ଜଣ ଜିଆରପି କର୍ମଚାରୀଙ୍କୁ ରଖି କାମ କରାଉଥିଲେ ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗାଙ୍ଗୱାର