ଆଇଫୋନ୍ ଦାମ ବଢ଼ିବ !

ଆପଲ୍‌ ଏହାର ଆଇଫୋନ୍ ଉତ୍ପାଦ ଦାମ୍‌ ବଢ଼ାଇବା ଉପରେ ବିଚାର କରୁଛି। କମ୍ପାନିର ସିଇଓ ଟିମ୍ କୁକ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ମେମୋରି ଚିପ୍ ଓ ଷ୍ଟୋରେଜ ଚିପ୍‌ ଅଭାବ ପାଇଁ ଉପାଦାନ ସଂଗ୍ରହ କରିବା ଖର୍ଚ୍ଚ ବୃଦ୍ଧି ପାଇଛି। ମେମୋରି ଚିପ୍‌ ସଙ୍କଟ ସତ୍ତ୍ବେ ଆପଲ ଏହାର କୌଣସି ସ୍ମାର୍ଟଫୋନ୍‌ ମୂଲ୍ୟ ବଢ଼ାଇନଥିଲା। ଏପର୍ଯ୍ୟନ୍ତ ସେହି ଖର୍ଚ୍ଚକୁ କମ୍ପାନି ସହି ନେଉଥିଲା। କିନ୍ତୁ ଯୋଗାଣକାରୀମାନେ ଚାପ ପକାଉଥିବାରୁ କମ୍ପାନି ଏହାର ଉତ୍ପାଦ ଦର ବଢ଼ାଇବାକୁ ବାଧ୍ୟ ହେବ। କୁକ୍‌ଙ୍କ ଏହି ମନ୍ତବ୍ୟ ପରେ ଆଇଫୋନ୍‌ ୧୮ର ଦାମ୍‌ ବଢ଼ିବା ଆଶଙ୍କା କରାଯାଉଛି।

Leave a comment