ଗତକାଲି ରାତିରୁ ବିଶାଳ ଦାସଙ୍କ କର୍ମଚାରୀଙ୍କ ଘରେ ରେଡ କରୁଛି ଆଇଟି

ଝାରସୁଗୁଡ଼ାରେ ଜାରି ରହିଛି ଆୟକର ବିଭାଗର ଚଢାଉ । ଗତକାଲି ରାତିରୁ ବିଶାଳ ଦାସଙ୍କ ଜଣେ କର୍ମଚାରୀଙ୍କ ଘରେ ଆଇଟି ରେଡ୍ କରୁଛି । ରେଡରେ ଦୁଇ ଜଣ ଆଇଟି ଅଧିକାରୀ ସାମିଲ ହୋଇଛନ୍ତି । ଗତକାଲି ବିଶାଳ ଦାସଙ୍କୁ ୪ ଘଣ୍ଟା ଆଇଟି ଅଧିକାରୀ ପଚରା ଉଚରା କରି ଛାଡିଥିବା ସୂଚନା ମିଳିଥିଲା । ଏଥିସହ…

ଖଲ୍ଲିକୋଟ ହିଂସା ଘଟଣାରେ ଏସଆଇଟି ତଦନ୍ତ

ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗାଁରେ ଘଟିଥିବା ରାଜନୈତିକ ହଂସା ଓ ହତ୍ୟା ଘଟଣାରେ ଏସ୍ଆଇଟିର ତଦନ୍ତ । ଆଇପିଏସ୍ ଆରକେ ଶର୍ମାଙ୍କୁ ଖଲ୍ଲିକୋଟ ଦାୟିତ୍ୱ ଦିଆଯାଇଛି । ଗତକାଲି ସେ ଖଲ୍ଲିକୋଟ ଥାନାକୁ ଯାଇ ତଦନ୍ତ କରିଥିଲେ । ଦକ୍ଷିଣାଞ୍ଚଳ ଆଇଜି ଜୟରାମ ପଙ୍କଜ ମଧ୍ୟ ଖଲ୍ଲିକୋଟ ଥାନାକୁ…

ମ୍ୟୁଚୁଆଲ ଫଣ୍ଡ ନିବେଶକାରୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଏକ ଖାସ୍ ନିୟମ ପରିବର୍ତ୍ତନ କରିଛି । ପୂର୍ବରୁ କିଛି ନିବେଶକ କେୱାଇସି ପଞ୍ଜିକୃତ କରିବାର ସମସ୍ୟାକୁ ନେଇ ଚିନ୍ତାରେ ରହିଥିଲେ । ଏବେ ସେମାନଙ୍କୁ ଏକ ବଡ଼ ଫାଇଦା ମିଳିପାରିବ । କାରଣ ପ୍ୟାନ-ଆଧାର ସଂଯୋଗ କରିବାର ନିୟମକୁ ସେମି ହଟାଇ ଦେଇଛି ।…

ଓଡ଼ିଶାରେ ଓ୍ବଣ୍ଡେର୍ଲା ଆମ୍ୟୁଜ୍‌ମେଣ୍ଟ ପାର୍କ

ଭାରତର ସର୍ବବୃହତ ଆମୁ୍ୟଜମେଣ୍ଟ (ଆମୋଦ ପ୍ରମୋଦ) ପାର୍କ ଚେନ୍‌ ୱଣ୍ଡେର୍ଲା ହଲିଡେଜ୍‌ ଓଡ଼ିଶାକୁ ଆସିଛି । ଏହି ଆମ୍ୟୁଜମେଣ୍ଟ ପାର୍କ ଖୋର୍ଦ୍ଧା ନିକଟସ୍ଥ କୁମ୍ଭାରବସ୍ତରେ ଆସନ୍ତା ୨୪ ତାରିଖରେ ଉଦଘାଟନ ହେବ । ଏହା ୱଣ୍ଡେର୍ଲାର କୋଚି, ବେଙ୍ଗାଲୁରୁ ଏବଂ ହାଇଦରାବାଦ ପରେ ଚତୁର୍ଥ ପାର୍କ ।…

ଟିମ୍ ଇଣ୍ଡିଆର ନୂଆ କୋଚ୍

ଦଳର ମୁଖ୍ୟ କୋଚ୍ ଭାର ସମ୍ଭଳିବେ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡ । ଟି-୨୦ ବିଶ୍ୱକପରେ ଶେଷ ଟୁର୍ଣ୍ଣାମେଣ୍ଟରେ ସେ କୋଚ୍ ଭାବରେ ମଇଦାନକୁ ଓହ୍ଲାଇବେ । ଏହାପରେ ଭାରତର ନୂଆ କୋଚ ତାଙ୍କ ସ୍ଥାନ ପୂରଣ କରିବେ । ଏଥିପାଇଁ ବିସିସିଆଇ ବିଜ୍ଞପ୍ତି ଜାରି କରିଥିବା ବେଳେ ୨ ଜଣଙ୍କୁ…

ସାବଧାନ! ପେନ କିଲର ଖାଉଥିଲେ

ଅଧିକାଂଶ ଲୋକେ ଆଣ୍ଠୁଗଣ୍ଠି ଦରଜ ହେବା ମାତ୍ରେ ପେନକିଲର ଖାଇଥାନ୍ତି। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ହାଡ଼ ମଧ୍ୟ ଦୁର୍ବଳ ହୋଇଯାଏ। ପେନକିଲର‌ ଖାଇଲେ ଶରୀରରେ କ’ଣ ସବୁ କ୍ଷତି ଘଟିଥାଏ, ଜାଣନ୍ତୁ… ପେନକିଲର ନିୟମିତ ବ୍ୟବହାର ଦ୍ୱାରା ଏହାର ଖରାପ ପ୍ରଭାବ…

୪ ଜୁନ୍ ପରେ ଗୁଗୁଲ୍ ପେ କାମ କରିବନି

ଯଦି ଆପଣ ନିଜ ସ୍ମାର୍ଟଫୋନରେ ଗୁଗୁଲ୍ ପେ ଆପ୍ ଇନଷ୍ଟଲ୍ କରିଛନ୍ତି, ତେବେ ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । ଗୁଗୁଲ୍ ପେ ସେବା ଜୁନ୍ ୪ ପରେ ବନ୍ଦ ହେବାକୁ ଯାଉଛି ।ଗୁଗୁଲ ୪ ଜୁନ୍ ୨୦୨୪ ରୁ ଗୁଗୁଲ୍ ପେ ବନ୍ଦ କରିବାକୁ ଯାଉଛି । ଏହି ଖବର ଅନଲାଇନ୍ କାରବାର କରୁଥିବା…

ତୀର୍ଥଯାତ୍ରୀ ବସରେ ନିଆଁ ଲାଗି ୮ ଯାତ୍ରୀ ଜୀବନ୍ତ ଦଗ୍ଧ

ହରିୟାଣା ନୁହ ଠାରେ ବଡ଼ ଧରଣର ଦୁର୍ଘଟଣା, ତୀର୍ଥଯାତ୍ରୀ ବସରେ ନିଆଁ ଲାଗି ୮ ଯାତ୍ରୀ ଜୀବନ୍ତ ଦଗ୍ଧ । ୨୪ ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ନୁହର କୁଣ୍ଡଲି-ମାନେସର-ପଲପଲ ଏକ୍ସପ୍ରେସ ୱେରେ ଶୁକ୍ରବାର ରାତିରେ ଏଭଳି ଅଘଟଣ ଘଟିଛି । ୬୦ ଜଣ…

୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲ ,ବ୍ଲାକ୍ ଓ ଗୋଲଡେନ୍ ଆଉଟ୍ ଫିଟରେ ନଜର ଆସିଲେ ଐଶ୍ୱର୍ଯ୍ୟା

ଝିଅ ଆରାଧ୍ୟା ସହ ରେଡ କାରପେଟ ଚାଲିଲେ ବଲିଉଡ କୁଇନ । ୭୭ ତମ କାନସ୍ ଫିଲ୍ମ ଫେଷ୍ଟିଭାଲରେ ଚମକିଲେ ଐଶ୍ୱର୍ଯ୍ୟା ।ଫ୍ରାନ୍ସରେ ଆୟୋଜିତ ହେଉଥିବା ଲୋକପ୍ରିୟ ଫିଲ୍ମ ଫେଷ୍ଟିଭାଲରେ ଏଥର ଦେଖିବାକୁ ମିଳିଥିଲା ବଲିଉଡ ଅଭନେତ୍ରୀ ଏଶ୍ୱର୍ଯ୍ୟା ଜଲୱା । ଏକ ବ୍ଲାକ୍ ଓ ଗୋଲଡେନ୍ ଆଉଟ୍ ଫିଟରେ ନଜର…

ଆଜି ଆସିବେ ସଚିନ ପାଇଲଟ , ବାଲେଶ୍ୱରର ଦୁଇଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ

ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦକ ସଚିନ ପାଇଲଟ ନିର୍ବାଚନୀ ପ୍ରଚାର ପାଇଁ ଶନିବାର ଓଡ଼ିଶା ଆସୁଛନ୍ତି। ବାଲେଶ୍ୱରର ଦୁଇଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ। ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ପାଇଁ ନିର୍ବାଚନୀ ପ୍ରଚାର ମଧ୍ୟ କରିପାରନ୍ତି। ସଚିନ…