ଶାହାଙ୍କ ଭବିଷ୍ୟବାଣୀ ହେଲା ସତ । ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ପଶ୍ଚିମବଙ୍ଗରେ ଚାଲିଥିଲା ନିର୍ବାଚନୀ ପ୍ରଚାର । ପଶ୍ଚିମବଙ୍ଗର ଡୁମଡୁମ୍ ରାଲିକୁ ସମ୍ବୋଧନ କରୁଥିବା ସମୟରେ ଅମିତ ଶାହା କହିଥିଲେ ଯେ, ମେ ୪ ତାରିଖ ମଧ୍ୟାହ୍ନ ୧ଟା ସୁଦ୍ଧା ସ୍ପଷ୍ଟ ହୋଇଯିବ ଯେ ମମତା ବାନାର୍ଜୀଙ୍କ ସରକାର ଯାଉଛି। ପଶ୍ଚିମବଙ୍ଗରେ ଏଥର ପଦ୍ମ ଫୁଟିବା ସୁନିଶ୍ଚିତ । ଦୀର୍ଘ ଦିନ ଧରି ବେଙ୍ଗଲର ଜନସାଧାରଣଙ୍କ ଉପରେ ଚାଲିଥିବା ଅତ୍ୟାଚାର ଏବେ ବନ୍ଦ ହେବ । ପଶ୍ଚିମବଙ୍ଗବାସୀଙ୍କ ପାଇଁ ଆସୁଛି ଖୁସିର ଦିନ ।ତେବେ ଏହି କଥାକୁ ବିତିଗଲାଣି କେତେ ଦିନ । ଆଉ ଆଜି କାଉଣ୍ଟିଂ ଡେ । ଚାଲିଛି ଭୋଟ ଗଣତି । ତେବେ ଚାଲିଥିବା ଗଣତି ଅନୁସାରେ ଅପରାହ୍ନ ୨ଟା ସୁଦ୍ଧା ପଶ୍ଚିମବଙ୍ଗରେ ବିଜେପି ବହୁମତ ପାଉଛି । ଚାଲିଥିବା ଟ୍ରେଣ୍ଡ ଅନୁସାରେ ବିଜେପି ୧୯୪ ଆସନରେ ଆଗୁଆ ରହିଥିବା ବେଳେ ଟିଏମ୍ସି ୯୪ ଆସନରେ ଆଗୁଆ ରହିଛି । ଅମିତ ଶାହଙ୍କ ଆକଳନ ଅନୁସାରେ, ସକାଳ ୮ଟାରୁ ଗଣତି ଆରମ୍ଭ ହେବା ପରେ ୧୦ଟା ସୁଦ୍ଧା ଚିତ୍ର ସ୍ପଷ୍ଟ ହେବାକୁ ଲାଗିଥିଲା ଏବଂ ଏବେ ଦିଦିଙ୍କ ‘ଟାଟା-ବାଏ ବାଏ’ କରିବାର ସମୟ ଆସିଯାଇଛି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ