ଶାହାଙ୍କ ଭବିଷ୍ୟବାଣୀ ହେଲା ସତ । ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢିବା ଏକପ୍ରକାର ସ୍ପଷ୍ଟ ହୋଇସାରିଛି । ପଶ୍ଚିମବଙ୍ଗରେ ଚାଲିଥିଲା ନିର୍ବାଚନୀ ପ୍ରଚାର । ପଶ୍ଚିମବଙ୍ଗର ଡୁମଡୁମ୍ ରାଲିକୁ ସମ୍ବୋଧନ କରୁଥିବା ସମୟରେ ଅମିତ ଶାହା କହିଥିଲେ ଯେ, ମେ ୪ ତାରିଖ ମଧ୍ୟାହ୍ନ ୧ଟା ସୁଦ୍ଧା ସ୍ପଷ୍ଟ ହୋଇଯିବ ଯେ ମମତା ବାନାର୍ଜୀଙ୍କ ସରକାର ଯାଉଛି। ପଶ୍ଚିମବଙ୍ଗରେ ଏଥର ପଦ୍ମ ଫୁଟିବା ସୁନିଶ୍ଚିତ । ଦୀର୍ଘ ଦିନ ଧରି ବେଙ୍ଗଲର ଜନସାଧାରଣଙ୍କ ଉପରେ ଚାଲିଥିବା ଅତ୍ୟାଚାର ଏବେ ବନ୍ଦ ହେବ । ପଶ୍ଚିମବଙ୍ଗବାସୀଙ୍କ ପାଇଁ ଆସୁଛି ଖୁସିର ଦିନ ।ତେବେ ଏହି କଥାକୁ ବିତିଗଲାଣି କେତେ ଦିନ । ଆଉ ଆଜି କାଉଣ୍ଟିଂ ଡେ । ଚାଲିଛି ଭୋଟ ଗଣତି । ତେବେ ଚାଲିଥିବା ଗଣତି ଅନୁସାରେ ଅପରାହ୍ନ ୨ଟା ସୁଦ୍ଧା ପଶ୍ଚିମବଙ୍ଗରେ ବିଜେପି ବହୁମତ ପାଉଛି । ଚାଲିଥିବା ଟ୍ରେଣ୍ଡ ଅନୁସାରେ ବିଜେପି ୧୯୪ ଆସନରେ ଆଗୁଆ ରହିଥିବା ବେଳେ ଟିଏମ୍ସି ୯୪ ଆସନରେ ଆଗୁଆ ରହିଛି । ଅମିତ ଶାହଙ୍କ ଆକଳନ ଅନୁସାରେ, ସକାଳ ୮ଟାରୁ ଗଣତି ଆରମ୍ଭ ହେବା ପରେ ୧୦ଟା ସୁଦ୍ଧା ଚିତ୍ର ସ୍ପଷ୍ଟ ହେବାକୁ ଲାଗିଥିଲା ଏବଂ ଏବେ ଦିଦିଙ୍କ ‘ଟାଟା-ବାଏ ବାଏ’ କରିବାର ସମୟ ଆସିଯାଇଛି।
Trending
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ନେଲେ ଅବସର