ବ୍ୟସ୍ତବହୁଳ ପଳାଶୁଣୀ ଛକରେ ଜଣେ ବାଇକ ଚାଳକଙ୍କ ଉପରେ ଚଢିଗଲା ଆମ ବସ, ବାଇକ ଚାଳକ ମୃତ

ପୁଣି ରାଜଧାନୀରେ ଜୀବନ ନେଇଛି ଆମ ବସ୍, ବ୍ୟସ୍ତବହୁଳ ପଳାଶୁଣୀ ଛକରେ ଜଣେ ବାଇକ ଚାଳକଙ୍କ ଉପରେ ଆମ ବସ ମାଡ଼ିଯିବା ଫଳରେ ଘଟଣା ସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପରିଚୟ ମିଳିପାରିନି । ଏହାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଉତ୍ୟକ୍ତ ଲୋକେ ରାସ୍ତା ରୋକ୍ କରିଛନ୍ତି ।

କେବଳ ଭୁବନେଶ୍ୱର ନୁହେଁ କଟକ ରେଭେନ୍ସା ନିକଟରେ ବି ଅନ୍ୟ ଏକ ଆମ ବସ୍ ଦୁର୍ଘଟଣା ଘଟାଇଛି । କଲେଜ ଛକ ନିକଟରେ ଏକ କାରକୁ ପିଟିଛି ଆମ ବସ୍ । ଅଳ୍ପକେ କାର ଚାଳକ ଓ ଭିତରେ ବସିଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚି ଯାଇଛି । ଏନେଇ ମାଲଗୋଦାମ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ବସ୍ ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଏଠି ପ୍ରଶ୍ନ ଉଠୁଛି ଏଠି କିଛି ମାସ ହେବ ଆମ ବସ୍ ବାରମ୍ବାର ଦୁର୍ଘଟଣା ଘଟାଉଛି । ଏନେଇ ପରିବହନ ମନ୍ତ୍ରୀ ବାରମ୍ବାର ସଫେଇ ଦେଲେ ବି ଦୁର୍ଘଟଣାର କାରଣ ଓ ନିରାକରଣ ନେଇ ସେଭଳି କିଛି ପଦକ୍ଷେପ ନେଉନାହାନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୁଷ୍ଟ ପ୍ରକାଶ ପାଇଛି ।

Leave a comment