ରାମଫୋସା ପୁଣି ହେଲେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି

ସିରିଲ ରାମାଫୋସା ପୁଣିଥରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ସଂସଦ ଶୁକ୍ରବାର ସିରିଲ ରାମାଫୋସାଙ୍କୁ ସପ୍ତମ ସଂସଦର ଜାତୀୟ ସଭାର ପ୍ରଥମ ବୈଠକରେ ରାଷ୍ଟ୍ରପତି ଭାବରେ ମନୋନୀତ କରିଛି। ରାମାଫୋସା ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଅଟନ୍ତି।

ରଜ ସଂକ୍ରାନ୍ତିରେ ଘରେ ଘରେ ମଉଜ

ରଜ କେବଳ ଗୋଟିଏ ପର୍ବ ନୁହିଁ । ବରଂ ଗୋଟିଏ ଜାତିର ନିଜସ୍ବ ପରମ୍ପରାର ନମୁନା । ରଜ ଆସିଲେ ଖୁସି ହୋଇଉଠେ ଓଡ଼ିଶାର ପୁରପଲ୍ଲୀ । ସାରା ଓଡ଼ିଶା ଖୁସିରେ ପାଳନ କରେ ତାର ଅତି ପ୍ରିୟ  ପର୍ବ ରଜ । ସାଙ୍ଗସାଥୀ ମେଳରେ ରଜେଦାଳି ଖେଳ ଆଉ ତା ସାଙ୍ଗକୁ ପାନର ପସରା ଓ ପୋଡ଼ପିଠାର ମହକ । ଚାରିଆଡ଼େ…

ଏଲ୍ଆଇସି – ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ପ୍ରବେଶ କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ

ବର୍ତ୍ତମାନ ଜୀବନ ବୀମା କଂପାନିଗୁଡ଼ିକ ସ୍ୱାସ୍ଥ୍ୟ ବୀମା ପଲିସିକୁ ଅଣ୍ଡରରାଇଟ୍‌ କରିବାକୁ ଅନୁମତି ଦେଉନାହାନ୍ତି। ଏଭଳି ପଲିସିକୁ ସାଧାରଣ ବୀମା କଂପାନି ବା ସ୍ବତନ୍ତ୍ର ସ୍ବାସ୍ଥ୍ୟ ବୀମା କଂପାନିମାନେ ବିକ୍ରି କରିଥାନ୍ତି। ଏଲଆଇସି ଏକ ନିୟାମକ ଫାଇଲିଂରେ କହିଛି ଯେ ବର୍ତ୍ତମାନ ଆମେ ସ୍ପଷ୍ଟ…

ମାର୍ଚ୍ଚ ୧ରୁ ଜୁନ୍ ୯ ଓଡ଼ିଶା ସବୁଠାରୁ ଖରାପ ପାଣିପାଗ ଦେଇ ଗତି କରିଛି

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ତଥ୍ୟରୁ ଜଣାପଡିଛି ଯେ ମାର୍ଚ୍ଚ ୧ରୁ ଜୁନ୍ ୯ ମଧ୍ୟରେ ଓଡ଼ିଶା ସବୁଠାରୁ ଅଧିକ ୨୭ ଦିନ ଖରାପ ପାଣିପାଗ ଦେଇ ଗତି କରିଛି। ତା’ ପଛକୁ ପଶ୍ଚିମ ରାଜସ୍ଥାନ (୨୩ ଦିନ), ଗାଙ୍ଗେୟ ପଶ୍ଚିମବଙ୍ଗ (୨୧ ଦିନ) ଏବଂ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼ ଓ ପଶ୍ଚିମ ୟୁପି…

ଶ୍ରୀଜୀଉଙ୍କ ସ୍ନାନଯାତ୍ରା: ୫ଟାରୁ ପହଣ୍ଡି, ୩ଟା ୪୦ରୁ ଗଜବେଶ

ଚଳିତ ମାସ ୨୨ରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଦେବସ୍ନାନ ପୂର୍ଣ୍ଣିମା  । ତେଣୁ ୨୦ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବୈଠକ ଶୁକ୍ରବାର ସ୍ବତନ୍ତ୍ର ସର୍କିଟ୍‌…

ଆଜିର ରାଶିଫଳ

ମେଷ: ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢ଼ିପାରେ। ବେପାରରେ ଲାଭ ପାଇବେ। ପରିବାର ଲୋକଙ୍କ ଠାରୁ ଭଲ ଖବର ପାଇବେ। କ୍ୟାରିଅରରେ ଆଗକୁ ବଢ଼ିବେ। ବୃଷ: କାରବାରରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଅଫିସ କାମରେ ଦୂରସ୍ଥାନକୁ ଯିବେ। ଛାତ୍ରଙ୍କ କ୍ୟାରିଅରରେ ନୂଆ ପରିବର୍ତ୍ତନ ଆସିବ। ‌…

ଲଞ୍ଚ ହେବ ସାଟେଲାଇଟ୍ ଇଣ୍ଟରନେଟ୍

ଦେଶରେ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଆରମ୍ଭ କରିବା ନେଇ ରିଲାଏନ୍ସ ଜିଓ ପ୍ଲାଟଫର୍ମକୁ ଅନୁମତି ମିଳିବା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଜିଓ ଏବେ ଯୋଗାଯୋଗ କ୍ଷେତ୍ରରେ ଆମାଜନ ଓ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସହିତ ପ୍ରତିଯୋଗିତା କରିବ । ସାଟେଲାଇଟ୍ ମାଧ୍ୟମରେ ଇଣ୍ଟରନେଟ ସେବା ବିତରଣ କରିବା…

ଅଳ୍ପ ବୟସରେ କାହିଁକି ଧଳା ହୋଇଯାଏ କେଶ ?

କେଶ ଝଡ଼ିବା ହେଉ କି, ମାତ୍ର ଅଳ୍ପ ବୟସରେ କେଶ ଧଳା ହୋଇଯିବା ପରି ସମସ୍ୟା ଦେଖିବାକୁ ମିଳିଲାଣି । ସବୁଠାରୁ ବଡ଼ କଥା ହେଉଛି ଏବେ ଛୋଟ ଛୋଟ ପିଲାଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳୁଛି । ଅଳ୍ପ ବୟସରେ ସେମାନଙ୍କ କେଶ ଧଳା ହୋଇଯାଉଛି । ଜେନେଟିକ୍ ସମ୍ବନ୍ଧୀୟ କାରଣ ହେଉ କି ଶରୀରରେ…

ଏନଟିଏକୁ ନୋଟିସ ଜାରି

ସୁପ୍ରିମକୋର୍ଟରେ ଶୁକ୍ରବାର ଦିନ ନୀଟ ମାମଲାକୁ ନେଇ ଶୁଣାଣି ହୋଇଛି । କୋର୍ଟ ସିବିଆଇ ଯାଞ୍ଚ ଦାବିର ପିଟିସନ ଉପରେ ନୀଟ ପରୀକ୍ଷା କରୁଥିବା ଏଜେନ୍ସି ଏନଟିଏ କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ଅନ୍ୟପକ୍ଷରେ ଏନଟିଏ ପକ୍ଷରୁ ଅବେଦନ କରାଯାଇଥିବା ଭିନ୍ନ-ଭିନ୍ନ ହାଇକୋର୍ଟରେ ଦାଖଲ…

କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ଶପଥପାଠ କରାଇଲେ ରାଜ୍ୟପାଳ

ଆଠଗଡ ବିଧାୟକ ରାଜା ସ୍ୱାଇଁଙ୍କୁ କାମଚଳା ବାଚସ୍ପତି ଭାେବେ ଶପଥପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ରାଜଭବନରେ ଏହି ଶପଥଗ୍ରହଣ ଉତ୍ସବ ହୋଇଥିଲା । ଅନ୍ୟପଟେ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେବା ପରେ ରାଜା ସ୍ୱାଇଁ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଧାୟକଙ୍କୁ ଶୁଭେଚ୍ଛା…